ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେକ୍ସଟ୍ ଜେନ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ବାଦଲଦେଇରେ ସ୍ୱାଧୀନତା ଦିବସ ପାଳିତ 

ନେକ୍ସଟ୍ ଜେନ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ବାଦଲଦେଇରେ ସ୍ୱାଧୀନତା ଦିବସ ପାଳିତ 

କଳାହାଣ୍ଡି ଜିଲ୍ଲା,୧୫/୦୮ କଳାହାଣ୍ଡି ଜିଲ୍ଲା, ଜୁନାଗଡ଼ ବ୍ଲକ ଅଧିନସ୍ଥ ନାନ୍ଦୋଲ୍ ପଞ୍ଚାୟତରେ ସ୍ୱାଧୀନତା ଦିବସ ଅବସରରେ ନେକ୍ସଟ୍ ଜେନ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର, ବାଦଲଦେଇ ପକ୍ଷରୁ ଆଜି ଏକ ଭବ୍ୟ ଉତ୍ସବ ଆୟୋଜିତ ହୋଇଯାଇଛି I ଶିକ୍ଷା କେନ୍ଦ୍ର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନେକ୍ସଟ୍ ଜେନ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ନିର୍ଦ୍ଦେଶକ ଧୀରେନ୍ଦ୍ର ସୁନାନୀଙ୍କ ଅଧ୍ୟକ୍ଷତାରେ ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଚମ୍ରୁ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ I ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା,ଏହି ଅବସରରେ ଅନୁଷ୍ଠାନରକର୍ମଚାରୀ,ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନ ଦେଶପ୍ରେମକୁ ସ୍ମରଣ କରିଥିଲେ I ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ସ୍ୱାଧୀନତାର ମହତ୍ତ୍ୱ ଏବଂ ଦେଶର ଏକତା ଓ ଅଖଣ୍ଡତା ରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ I ସେହିପରି,ଦେଶର ବିକାଶରେ ଯୁବପିଢ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା ଦର୍ଶାଇ ସମସ୍ତେ ନିଜ ନିଜ କର୍ତ୍ତବ୍ୟ ପ୍ରତି ସଚେତନ ହୋଇ ଦେଶ ଗଠନରେ ଭାଗୀଦାର ହେବାକୁ ଆହ୍ୱାନ ଦିଆଯାଇଥିଲା I ଶେଷରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶଭକ୍ତିର ଭାବନା ଉଦବେଗ କରିବା ସହ କାର୍ଯ୍ୟକ୍ରମଟି ଉତ୍ସାହ ଓ ଆନନ୍ଦର ସହିତ ସମାପ୍ତ ହୋଇଥିଲା I

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ବାଲେଶ୍ୱର ସାମାଜିକ ସେବା ସଂସ୍ଥା ପକ୍ଷରୁ ଶିଶୁ ମେଳା ଉତ୍ସବ ଅନୁଷ୍ଠିତ 

Sunil Chandra Nayak

୧- NSF ଓଡିଶା ରାଜ୍ୟ ପାଇଁ ଭାରଉତ୍ତୋଳନ କମିଟି ରେ ନୂତନ କମିଟି ଚୟନ ,୨- କାଳବୈଶାଖୀ ବର୍ଷା ପବନରେ ଉଡ଼ାଇଲା ଘର, ଭାଙ୍ଗିଲା ଗଛ 

ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତଲାସୀ ଜୋର୍ ହେଲା l ୪୫ ଲକ୍ଷ ଟଙ୍କା ମୂଲ୍ୟର ଅବକାରୀ ସାମଗ୍ରୀ ଓ ୩ଟି ବାଇକ୍ ଜବତ 

Sunil Chandra Nayak

Leave a Comment

error: Content is protected !!