ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳୀକୃଷ୍ଣ ସଂଘର ନୂଆଁଖାଇ ଭେଟଘାଟ , ନୂଆଁଖାଇ ଭେଟଘାଟଏକତାର ସୁତ୍ରରେ ସମସ୍ତଙ୍କୁ ବାନ୍ଧିଥାଏ ଓ ଜୁହାର ନମ୍ରତା , ଶିଷ୍ଟାଚାର ଶିକ୍ଷା ପ୍ରଦାନ କରିଥାଏ

କାଳୀକୃଷ୍ଣ ସଂଘର ନୂଆଁଖାଇ ଭେଟଘାଟ ,

ନୂଆଁଖାଇ ଭେଟଘାଟଏକତାର ସୁତ୍ରରେ ସମସ୍ତଙ୍କୁ ବାନ୍ଧିଥାଏ
ଓ ଜୁହାର ନମ୍ରତା , ଶିଷ୍ଟାଚାର ଶିକ୍ଷା ପ୍ରଦାନ କରିଥାଏ

ଜୁନାଗଡ ତା-୧୮/୯/(ମନୀସ)ଜୁନାଗଡ କାଳୀକୃଷ୍ଣ ସଂଘ ବାରବେସାଲ ଶାଖା ଠାରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। କାଳୀକୃଷ୍ଣ ସଂଘ ପ୍ରତିଷ୍ଠାତା ସଦଗୁରୁଦେବ ସ୍ୱାମୀ ସତ୍ୟାନନ୍ଦ ସରସ୍ଵତୀ ମହାରାଜ ପବିତ୍ର ଋଷି ପଞ୍ଚମୀ ତିଥିରେ ଶରୀର ତ୍ୟାଗ କରିଥିଲେ। ସେ କଳାହାଣ୍ଡି ବାସୀଙ୍କୁ ଅତ୍ୟନ୍ତ ଶ୍ରଦ୍ଧା ଓ ସେହ୍ନ କରୁଥିଲେ। ନୂଆଖାଇ ସହ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ଶ୍ରାଦ୍ଧୋତ୍ସବ ଏକତ୍ର ପାଳନ କରାଯାଏ। ନୂଆଖାଇ ପରେ ଜୁହାର ଭେଟ ଏକ ପରମ୍ପରା ରହିଛି। ନୂଆଖାଇ ଭେଟଘାଟରେ ଶିଷ୍ୟଶିଷ୍ୟା ମାନେ ଗୁରୁଙ୍କର ଦର୍ଶନ କରିବା ସହ ଶିଷ୍ୟ ଶିଷ୍ୟା ଓ ଶୁଭେଚ୍ଛୁ ମାନଙ୍କର ମଧ୍ୟରେ ଜୁହାର ଭେଟ ହୋଇ ଥାଏ। ଏହି ଭେଟଘାଟ ଅବସରରେ ଅନେକ ଶିଷ୍ୟ ଶିଷ୍ୟା ଓ ଶୁଭେଚ୍ଛୁ ନିଜ ନିଜର ଖରାପ ଅଭ୍ୟାସ ତ୍ୟାଗ ପୂର୍ବକ ଗୁରୁଙ୍କ ଠାରେ ସମର୍ପିତ ହୋଇଥାନ୍ତି।ସଂଘ ତରଫରୁ ଗୁରୁଜୀ ଓ ଅତିଥିମାନଙ୍କୁ ମହାସମାରୋହରେ ସ୍ବାଗତ ପରେ ଶ୍ରୀଗୁରୁ ପୂଜନ ଅନୁଷ୍ଠିତ ହୋଇଥିଲା। ପରେ ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦଜୀ, ବେଦବ୍ରହ୍ମା ଶ୍ରୀ ସରୋଜାନନ୍ଦ ଜୀ, ସଭାପତି ଶ୍ରୀ ସଂଜୟ କୁମାର ପଣ୍ଡା ମଞ୍ଚାସୀନ ହୋଇଥିଲେ।

ଭାରତୀୟ ସଂସ୍କୃତିରେ ଜୁହାର,ପ୍ରଣାମ ବା ନମସ୍କାରର ସ୍ବତନ୍ତ୍ର ସ୍ଥାନ ରହିଛି। ନୂଆଖାଇ ଜୁହାର ନମ୍ରତା ଓ ଶିଷ୍ଟାଚାର ଶିକ୍ଷା ପ୍ରଦାନ କରିଥାଏ। ଜୁହାର କେବଳ ସମ୍ମାନ ସୂଚକ ଅଭିବ୍ୟକ୍ତି ନୁହେଁ ଜୁହାର ଆତ୍ମସମର୍ପଣ, ଆତ୍ମସନ୍ତୋଷ ଓ ଆତ୍ମିୟତାର ପୁଲକ ଆଣିଥାଏ।ଜୁହାର ସହନଶୀଳତା,ଉଦାରତା, ସମଦର୍ଶିତା ଶିଖାଇ ଥାଏ।ନୂଆଖାଇ ଜୁହାର ମଧ୍ୟରେ ସହଯୋଗ, ସଦଭାବନା, ସମର୍ପଣ ଭାବନା ରହିଛି। ଜୁହାର ସେବା,ତ୍ୟାଗ ଓ ମଣିଷ ପଣିଆର କଥା ଶିକ୍ଷା ଦେଇଥାଏ ।ଜୁହାର ଶତ୍ରୁକୁ ମଧ୍ୟ ମିତ୍ରରେ ରୂପାନ୍ତରିତ କରିଥାଏ। କାଳୀକୃଷ୍ଣ ସଂଘ ପ୍ରତିଷ୍ଠାତା ସଦଗୁରୁଦେବ ସତ୍ୟାନନ୍ଦ ସରସ୍ଵତୀ ମହାରାଜ କଳୀକୃଷ୍ଣ ମେଳା ପ୍ରାର୍ଥନା କରିବା ପାଇଁ ନିର୍ଦ୍ଦେଶ ଦେଇ କହିଥିଲେ ପ୍ରାର୍ଥନା ଦ୍ବାରା ଶକ୍ତି ମିଳିଥାଏ ଓ ଭୌତିକ ସୁଖ ଓ ଆଧ୍ୟାତ୍ମିକ ଆନନ୍ଦ ଦେଇଥାଏ ।ସମସ୍ତ ସମସ୍ୟାର ସମାଧାନ ପ୍ରାର୍ଥନା ଓ ନମସ୍କାର ବୋଲି ମଞ୍ଚାସୀନ ଜଗଦାନନ୍ଦଜୀ , ବେଦବ୍ରହ୍ମା ଓ ଅତିଥି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଶ୍ରୀ କ୍ରିୟାନନ୍ଦ, ଶ୍ରୀ ପ୍ରିୟାନନ୍ଦ, ଶ୍ରୀ ମୁକୁନ୍ଦାନନ୍ଦ, ସଂକିର୍ତ୍ତନ ପାଇଁ ଚକୁଳି ଶାଖା, ରକ୍ତଦାତା ମାନଙ୍କୁ ସେବା ସନନ୍ଦ ଓ ନୂତନ ଶାଖା ଗତାବନ୍ଦ, ପାତ୍ରବସା ଓ ସିଉନୀକୁ ଶାଖା ସଂଘ ଗଠନ ପ୍ରମାଣ ପତ୍ର ଜଗଦାନନ୍ଦଜୀ ପ୍ରଦାନ କରିଥିଲେ। ବାରବେସାଲ ଶାଖା ସଂଘର କର୍ମକର୍ତ୍ତା, ଶିଷ୍ୟ ଶିଷ୍ୟା ଓ ଶୁଭେଚ୍ଛୁ ନୂଆଖାଇ ଭେଟଘାଟ ଆୟୋଜନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ସହ ସକ୍ରିୟ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କାଳୀକୃଷ୍ଣ ସଂଘର ବିଭିନ୍ନ ବିଭାଗର କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

 

 

    

Related posts

ଥୁଟିବର ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦାବି, ଅତିରିକ୍ତ ତହସିଲଦାରଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

masiha

ଦୃଷ୍ଟିବାଧିତ ମଙ୍ଗୁଳିଙ୍କୁ ତାଙ୍କର ଦାନ ଵୀର କାର୍ଯ୍ୟ ନେଇ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଧନା 

masiha

ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟସଭାପତି ରାଜନଗର ଅଞ୍ଚଳର ବାତ୍ୟାରେ ଫସଲର କ୍ଷୟକ୍ଷତି ପରିଦର୍ଶନ କଲେ

masiha

Leave a Comment

error: Content is protected !!