ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଏନ୍ଏସି ଆନୁକୁଲ୍ୟରେ ବଡା ଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଧର୍ମଗଡ ଏନ୍ଏସି ଆନୁକୁଲ୍ୟରେ ବଡା ଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଧର୍ମଗଡ ଏନ୍ଏସି ଆନୁକୁଲ୍ୟରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ସଫେଇ କର୍ମଚାରୀ,ସ୍ୱଚ୍ଛସାଥି, ସୁପରଭାଇଜର ଓ ଡ୍ରାଇଭର ଙ୍କ ନିମନ୍ତେ ଏକ ବଡ଼ା ଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ମନୀନ୍ଦ୍ର ହୁଡଙ୍ଗା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଡ଼ିଓ ଶରତ କୁମାର ପାତ୍ର, ତହସିଲଦାର ସଞ୍ଜୟ କୁମାର ସାମନ୍ତରା, ଏନ୍ ଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି,ଉପାଧ୍ୟକ୍ଷା ମନିଷା ମିଶ୍ର, ଟ୍ରେଜେରୀ ଅଫିସର ରାଜୀବ ଲୋଚନ ପୋଢ଼, ଡୁଡା ର ଟିମ୍ ଲିଡର ବିମଳ ଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ସହରକୁ ସ୍ୱଚ୍ଛ ରଖିବାରେ ସଫେଇ କର୍ମଚାରୀଙ୍କ ଅବଦାନ ପାଇଁ ଉତ୍ସାହିତ କରିଥିଲେ। ଏହି ଅବସରରେ ଶ୍ରେଷ୍ଠ ସ୍ବଚ୍ଛ ସାଥୀ ଓ କର୍ମଚାରୀମାନଙ୍କୁ ଉତ୍ତରୀୟ ଦେଇ ଅତିଥି ମାନେ ସମ୍ବର୍ଦ୍ଧିତ କରିଥଲେ।ସିଟି ମିସନ୍ ମ୍ୟାନେଜର ସୁଭାଶିଷ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଫେଇ ପ୍ରବୀଣ ଅଭିନନ୍ଦନ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥଲେ।

ଏହି କାର୍ଯ୍ୟକ୍ରମ ରେ କନିଷ୍ଠ ଯନ୍ତ୍ରୀ ଶରତ କୁମାର ସାହୁ, ହିସାବ ରକ୍ଷକ ହିମାଂଶୁ ରଣା, ଗୋଷ୍ଠୀ ସଂଗଠକ ଯଶୋବନ୍ତ ମହାପାତ୍ର, ସମସ୍ତ କାଉନସିଲର, ମୁକ୍ତା ଟିମ୍ ର ସଦସ୍ୟ ତଥା ସ୍ୱଚ୍ଛ ସାଥୀ ମାନେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନବରଙ୍ଗପୁରରେ ପଲ୍ସ ପୋଲିଓ ଟୀକାକରଣ ଅଭିଯାନର ଶୁଭାରମ୍ଭ, ବିଧାୟକ ନିଜେ ଶିଶୁକୁ ପୋଲିଓ ବୁନ୍ଦା ଖୁଆଇଲେ 

Sunil Chandra Nayak

ଶତାୟୁ,ପି ଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ, ଢେଙ୍କାନାଳରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୫ ପାଳିତ 

Sunil Chandra Nayak

କୌଶିକ ବାବା ଡିଗ୍ରୀ କଲେଜରେ ସ୍ୱାଗତ ସମାରୋହ

Sunil Chandra Nayak

Leave a Comment

error: Content is protected !!