ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଦ୍ୟାଳୟ ଆନୁକୁଲ୍ୟରେ ନିଶା ନିବାରଣ ନେଇ ପୌରପାଳିକା ପରିସରରେ ସଚେତନା
ରାଇରଙ୍ଗପୁର – ୧୭/୧୧ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ପ୍ରେରଣାରେ ନିଶା ନିବାରଣ ସଚେତନତା କାଯ୍ଯକ୍ରମ ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଉଛି ।ଏହି ସଚେତନତା କାର୍ଯ୍ୟକ୍ରମକୁ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ଵିଦ୍ଯାଳୟ ତରଫରୁ ଏକ ସୁସଜ୍ଜିତ ରଥରେ ରାଇରଙ୍ଗପୁର ସହର ପରିକ୍ରମା କରିବା ସହ ଜନ ସାଧାରଣଙ୍କୁ ଡ଼ାକବାଜି ଯନ୍ତ୍ର, ଲିଫଲେଟ୍ ମାଧ୍ୟମରେ ନିଶା ଦ୍ରବ୍ୟ, ଗୁଟକା, ମଦ, ହାଣ୍ଡିଆ, ଗଞ୍ଜେଇ, ଡ୍ରଗ୍ସ ଠାରୁ ଦୂରେଇ ରହି ନିଜକୁ ସୁରକ୍ଷିତ କରିବା ସହ ପରିବାରକୁ ସୁରକ୍ଷା ଦେବା ପାଇଁ ନିବେଦନ କରାଯାଇଥିଲା । ମନୁଷ୍ୟ ଜୀବନ ଦୁର୍ଲଭ ।ନିଶା ସେବନ କରି ନିଜ ଜୀବନକୁ ବିପଦ ପୁର୍ଣ କରନ୍ତୁ ନାହିଁ ।ପରେ ରାଇରଙ୍ଗପୁର ପୌରପାଳିକା ପରିସରରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଏଥିରେ ରାଇରଙ୍ଗପୁର ଇଶ୍ଵରୀୟ ପ୍ରଜାପିତା ବିଦ୍ୟାଳୟର ଵିକେ ସୁପ୍ରିୟା, ଵିକେ ଗୋବିନ୍ଦ ଭାଇ, ହରି ଭାଇ, ଧିରେନ ଭାଇ, ଉପେନ୍ଦ୍ର ଭାଇ, କାଳି ଭାଇ, ଲକି ଭାଇ, ଦୁର୍ଗା ଭାଇ, ସ୍ବାଧୀନ ଭାଇ,, ଦିଗାମ୍ବର ଭାଇ, ଅନ୍ଯ ମାନେ ଉପସ୍ଥିତ ରହି ପୌରପାଳିକାର ସମସ୍ତ କର୍ମଚାରୀ, ସଫେଇ କର୍ମଚାରୀ, ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ନିଶା ଦ୍ଵାରା ନିଜର ଓ ସମାଜର କିଭଳି କ୍ଷତି ହେଉଛି ତାହାକୁ ଏଲସିଡିରେ ଭିଡିଓଗ୍ରାଫି ମାଧ୍ୟମରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ।ପରେ ନିଶାକୁ ନା ନେଇ ଏକ ଶପଥପାଠ ସଙ୍କଳ୍ପ କରାଯାଇଥିଲା ।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ

