ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସାଂସ୍କୃତିକ ପରିଷଦର ୩୬ ତମ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୨୨ ରୁ….

ଉତ୍କଳ ସାଂସ୍କୃତିକ ପରିଷଦର ୩୬ ତମ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୨୨ ରୁ….

ରାଉରକେଲା: ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦ ର ୩୬ ତମ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁଷ୍ଠାନ ତରଫରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏନେଇ ଆଜି ସେକ୍ଟର ୨ ଦୁର୍ଗା ପୂଜା ପଡ଼ିଆ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଅଧ୍ୟକ୍ଷ ସୁନୀଲ କାୟଲ,ସଭାପତି ରଶ୍ମିତ ସାହାଣୀ, ସମ୍ପାଦକ ଶଙ୍କର ଜେନା , ବିଶ୍ବରଂଜନ ବେହୁରା,ପ୍ରମୁଖ ଉପସ୍ଥିତ ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ ଦୀର୍ଘ ୩୫ ବର୍ଷ ବୋଇତ ବନ୍ଦାଣ ଉତ୍ସବ ପାଳନ ପରେ ଚଳିତ ବର୍ଷ ୩୬ ତମ ବୋଇତ ବନ୍ଦାଣ ଉତ୍ସବ ପାଳନ କରିବାକୁ ଯାଉଛି। ଆସନ୍ତା ୨୨ ତାରିଖ ରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଲିଉଡର ନାୟିକା ପ୍ରିୟଙ୍କା, ପଶ୍ଚିମ ଓଡ଼ିଶା କଣ୍ଠଶିଳ୍ପୀ ନୀଲ ସାଗର, ସ୍ମିତା ପଣ୍ଡା ଓ ଆଟ୍ରାକ୍ସନ ଲାଇଭ ବ୍ୟାଣ୍ଡ ଓ ୨୩ ତାରିଖ ଦିନ ବଲିଉଡ୍ କଣ୍ଠଶିଳ୍ପୀ ପାମେଲା ଜୈନ୍, ଏମ୍ ଡି ନାସିର,କେଡି କୁଲଦୀପ,ସିନେ ଅଭିନେତ୍ରୀ ଦେବସ୍ମିତା ଓ କଟକର ନିୟୁ ଗୀତ୍ ସାଗର ମନୋରଞ୍ଜନ କାର୍ଯ୍ୟକ୍ରମରେ ଦର୍ଶକଙ୍କୁ ସମ୍ମୋହିତ କରିବେ। ସେହିପରି ଏହି ଦୁଇ ଦିନରେ ଅତିଥି ଭାବେ ରଘୁନାଥପାଲୀ ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ ଦୁର୍ଗାଚରଣ ତନ୍ତୀ, ପ୍ରାକ୍ତନ ମନ୍ତ୍ରୀ ପ୍ରତାପ କୁମାର ଦେଓ, ସମାଜସେବୀ ପ୍ରଫୁଲ୍ଲ ସୁନ୍ୟାନୀ, ଇଂ ଯଶୋସିନୀ ମିଶ୍ର, ଇଂ ରୋହିତ ପୂଜାରୀ, ପ୍ରାକ୍ତନ ବିଧାୟକ ସୁଧୀର ସାମଲ,ସିଜିଏମ ହୀରାଲାଲ ମହାପାତ୍ର, ସିଜିଏମ ତପନ ଜି କାନେକର ପ୍ରମୁଖ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ସହରବାସୀ ବହୁ ସଂଖ୍ୟାରେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ଆମ୍ଭମାନଙ୍କୁ ଉତ୍ସାହିତ କରିବା ପାଇଁ ଅନୁରୋଧ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ନୀଳାମ୍ବର ପୁହାଣ, ଦେବେନ୍ଦ୍ରନାଥ ସାମନ୍ତରାୟ, ବିରେନ୍ଦ୍ର ସ୍ବାଇଁ, ଆଦିତ୍ୟ ବାରିକ, ପୂର୍ଣ୍ଣଚନ୍ଦ୍ର ସାହୁ, ଗଣେଶ ରାଉତ,ରବି ବାରିକ, ସଞ୍ଜୟ ପ୍ରଧାନ,ଅରୁ ମହାପାତ୍ର, କାର୍ତ୍ତିକ ଖଣ୍ଡୁଆଳ,ଆଲୋକ ବାରିକ,ଜଗତ ସାହୁ, ମିହିର ମାଝୀ, ଗୋପାଳ ଦାସ, ଭୀମସେନ ଛତ୍ରିଆ,ବିଦ୍ୟାଧର ସେଠୀ, ପ୍ରକାଶ ପ୍ରଧାନ,ଉମା ସାହୁ, ପବିତ୍ର ସାହୁ, ଜୟପ୍ରକାଶ ମହାନ୍ତି, ପ୍ରଭାତ ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ଓ ସମ୍ପର୍କରେ ସୂଚନା ଦେଇଥିଲେ। ଶେଷରେ ସମ୍ପାଦକ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅନ୍ୱେଷା ର ୧୨୭ ତମ ମାଗଣା ହାଟ କାର୍ଯ୍ୟକ୍ରମ

Sunil Chandra Nayak

ପୁରୁଷୋତ୍ତମପୁର ତହସିଲରେ ଜମି ପଟା ଦୁର୍ନୀତି,ମହା ଘୋଟାଲା 

Sunil Chandra Nayak

ଶ୍ରୀ ମହାବୀର ଯୁବ ପରିଷଦର ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ “ମହାବୀର ଉଦ୍ୟାନ” ସ୍ଥାପନ 

masiha

Leave a Comment

error: Content is protected !!