ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ୱେଷା ର ୧୨୭ ତମ ମାଗଣା ହାଟ କାର୍ଯ୍ୟକ୍ରମ

ଅନ୍ୱେଷା ର ୧୨୭ ତମ ମାଗଣା ହାଟ କାର୍ଯ୍ୟକ୍ରମ 

ରାଉରକେଲା: ସାମାଜିକ ଅନୁଷ୍ଠାନ ଅନ୍ବେଷା ତରଫରୁ ୧୨୭ ତମ ମାସିକିଆ ମାଗଣା ହାଟ ୯ନମ୍ବର ୱ।ର୍ଡ ବାସନ୍ତୀ କଲୋନୀର ଦୁର୍ଗାପୁର ସ୍ଥିତ କୁଷ୍ଠ କଲୋନୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଅନୁଷ୍ଠାନର ଏଭଳି ଅନନ୍ୟ କାର୍ଯ୍ୟକ୍ରମ ପାଇଁ ସାଧୁବାଦ୍ ଦେଇଥିଲେ। ଆଜିର ଏହି ହାଟ କାର୍ଯ୍ୟକ୍ରମରେ ସର୍ବଶ୍ରୀ ବିରଞ୍ଚି ନାରାୟଣ ପଟ୍ଟନାୟକ, ଅର୍ଚ୍ଚନା ସାହୁ,ମୀଲନ କୁମାରୀ ପଣ୍ଡା, ସୁନିଲ ସମ୍ପପୁରିଆ, ରଶ୍ମିତା ପଣ୍ଡା, ଧନଲକ୍ଷ୍ମୀ ବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସରରେ କଲୋନୀର କିଛି ଅନ୍ତେବାସୀଙ୍କୁ ଛତା ଓ ପୋଷାକ ପତ୍ର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉକ୍ତ କଲୋନୀର ସଭାପତି ବଂଶୀ ନାଏକ,କୁମ ବିଶ୍ବାଳ ଓ ନନ୍ଦିନୀ ବରିହା ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଉପଖଣ୍ଡ ସ୍ତରୀୟ 75 ତମ ଗଣତନ୍ତ୍ର ଦିବସ

masiha

କମି ଯାଉଛି ଭୁତଳ ଜଳସ୍ତର, ପର୍ଯ୍ୟାପ୍ତ ହୋଇପାରୁନି ବସୁଧା ଜଳ, ଷ୍ଟାଣ୍ଡପୋଷ୍ଟ ଥାଇ ସୁଦ୍ଧା ମିଳି ପାରୁନି ପାନୀୟ ଜଳ, ପାଣି ଟେଙ୍କର ମାଧ୍ୟମରେ 5ଟି ପଞ୍ଚାୟତରେ ଯୋଗାଣ ହେଉଛି ପାନୀୟ ଜଳ

ବେହେରା ଠାରେ  ନବପଲ୍ଲବ ଶିରୋନାମା ରେ ନବାଗତ ଛାତ୍ରଛାତ୍ରୀ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!