ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଠାରେ ୮୦ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଧର୍ମଗଡ ଠାରେ ୮୦ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ୮୦ତମ ଉପଖଣ୍ଡ ସ୍ତରୀୟ ସ୍ବାଧିନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଧର୍ମଗଡ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ,ଆଇଏଏସ ଙ୍କ ଅଧ୍ୟକ୍ଷତାରେ ଧର୍ମଗଡ ବ୍ଲକ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି।ସ୍ଵାଧୀନତା ଦିବସ ଶାନ୍ତି,ଶୃଙ୍ଖଳା ଓ ସୌହାର୍ଦ୍ୟ ପୂର୍ଣ୍ଣ ବାତାବରଣ ମଧ୍ୟରେ ପାଳନ କରିବା ସମସ୍ତଙ୍କର ସହଯୋଗ କାମନା କରାଯାଇଥିଲା।

ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକରେ ଆଲୋଚନା କରାଗଲା। ସକାଳ ଘ୯-୧୫ ମିନିଟ୍ ସମୟରେ ଧର୍ମଗଡ କଳାହାଣ୍ଡି ଉତ୍ସବ ପଡ଼ିଆ ଠାରେ ସ୍ବାଧିନତା ଦିବସର ମୁଖ୍ୟ ଅତିଥି ଧର୍ମଗଡ ଉପଜିଲ୍ଲାପାଳ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବେ।ଉକ୍ତ ଦିନ ପ୍ରାତଃ ସମୟରେ ସହରରେ ଡାକବାଜି ଯନ୍ତ୍ର ଯୋଗେ ରାମଧୁନ ଗାନ କରାଯିବ ଓ ସହରରେ ଥିବା ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତିରେ ସକାଳ ୭ ଘଣ୍ଟା ସୁଦ୍ଧା ମାଲ୍ୟାର୍ପଣ କରାଯିବ।

ସରକାରୀ କାର୍ଯ୍ୟାଳୟ,ଶିକ୍ଷାନୁଷ୍ଠାନ, ବେସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ମାନଙ୍କରେ ସକାଳ ଘ୭-୩୦ମି ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବ।

ପ୍ୟାରେଡ୍ ପଡିଆ ସମତୁଲ କରିବା,ବ୍ୟାରିକେଡ଼ ଓ ଟେଣ୍ଡ ନିର୍ମାଣ,ନିମନ୍ତ୍ରିତ ଅତିଥି ଙ୍କ ବସିବା ପାଇଁ ଚୌକି ଯୋଗାଣ ଆଦି ବ୍ୟବସ୍ଥା ପୂର୍ତ୍ତ ବିଭାଗ କରିବେ।ଶାନ୍ତି ଶୃଙ୍ଖଳା ରକ୍ଷା,ପ୍ୟାରେଡ୍ ଅଭ୍ୟାସ ଓ ସ୍ବାଧିନତା ଦିବସ ପ୍ୟାରେଡ୍ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଅନୁରୋଧ କରାଗଲା।ପ୍ୟାରେଡ୍ ପଡିଆ ପରିଷ୍କାର ପରିଚ୍ଛନ୍ନ ରଖିବା ,ପତାକା ମଞ୍ଚ ସାଜସଜ୍ଜା,ପାନୀୟ ଜଳ ଯୋଗାଣ ,ଆଶୁ ଚିକିତ୍ସା ଓ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ଆଲୋଚନା କରାଗଲା।ସ୍ଵାଧୀନତା ଦିବସ ଉପଲକ୍ଷେ ପ୍ରାଥମିକ, ମାଧ୍ୟମିକ, ହାଇସ୍କୁଲ ଓ କଲେଜ ସ୍ତରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଓ ଅପରାହ୍ନ ରେ ପ୍ରଦର୍ଶନୀ ଫୁଟବଲ୍ ପ୍ରତିଯୋଗିତା ଆୟୋଜନ କରିବା ସ୍ଥିର କରାଗଲା।

ଏହି ବୈଠକରେ ଡେପୁଟି କଲେକ୍ଟର ଅମିତ କୁମାର ବେହେରା,ସହ ଉପଜିଲ୍ଲାପାଳ ଶ୍ରୀକାନ୍ତ ଶତପଥୀ,ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ, ଏନଏସି ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର,ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ର ପ୍ରତିନିଧି ତଥା ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ର ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ। ସହ ଜିଲ୍ଲାପାଳ ଶ୍ରୀକାନ୍ତ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥଲେ।କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଲଗାଣ ବର୍ଷାରେ ବିଧବା ମହିଳାଙ୍କ ଘର ଭୁଶୁଡ଼ିଲା, ସରକାରୀ ସହାୟତା ଦାବି

ଅବ୍ୟବସ୍ଥା ଘେରରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ଅଭିଯୋଗ କୁ ପ୍ରତ୍ୟାଖାନ କଲା ସେକ୍ଟର ୨ ଦୁର୍ଗା ପୂଜା କମିଟି 

masiha

Leave a Comment

error: Content is protected !!