ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ଦାବିରେ ସି ପି ଆଇ ଏମ୍ ର ବିକ୍ଷୋଭ, ମୂଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ

ବିଭିନ୍ନ ଦାବିରେ ସି ପି ଆଇ ଏମ୍ ର ବିକ୍ଷୋଭ, ମୂଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ

ରାଉରକେଲା ତା ୩୧/୦୭/୨୦୨୬  ଲୋକଙ୍କ ଜୀବନ ଜୀବିକା ଓ ବଞ୍ଚିବାର ଅଧିକାର ସୁରକ୍ଷା ଦାବିକୁ ନେଇ ସି ପି ଆଇ ଏମ୍ ଓଡ଼ିଶା ରାଜ୍ୟ କମିଟି ଆହ୍ୱାନରେ ପାର୍ଟି ର ରାଉରକେଲା ଆଂଚଳିକ କମିଟି ପକ୍ଷରୁ ଜୁଲାଇ ମାସ ତମାମ ଘର ଘର ବୁଲି ପ୍ରଚାର ଅଭିଯାନ କରିବା ସହିତ ଆଜି ପ୍ରଚାର ଅଭିଯାନ ର ଶେଷ ଦିନରେ ପାନପୋଷ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଉଦ୍ଦେଶ୍ୟରେ ଏକ ୨୩ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଲଆଇଅଆଇ ପାର୍ଟିର ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭ ରେ ପାର୍ଟିର ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ଜିଲ୍ଲା କମିଟି ସଦସ୍ୟ ବି ପି ମହାପାତ୍ର, ଆଂଚଳିକ ସଂପାଦକ ମଣ୍ଡଳୀ ସଦସ୍ୟ ଅଜୟ ଶର୍ମା, ଭାଗିରଥି ଟୁଡୁ, ବିଶ୍ଵଜିତ ମାଝୀ, ଚନ୍ଦ୍ରଭାନୁ ଦାସ, ଲକ୍ଷ୍ମୀଧର ନାୟକ, ଆଂଚଳିକ କମିଟି ସଦସ୍ୟ ଏନ୍ ଏନ୍ ପାଣିଗ୍ରାହୀ, ଅରୁଣ ମହାରଣା, ପ୍ରଭାତ ମହାନ୍ତି, ଅଜିତ ଏକ୍କା ପ୍ରମୁଖ ବକ୍ତବ୍ୟ ରଖି ଓଡ଼ିଶା ରେ ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରଠାରୁ ସାଧାରଣ ଲୋକଙ୍କ ଜୀବନ ଜୀବ ଅଧିକ ଯନ୍ତ୍ରଣାଦାୟକ ହୋଇପଡିଛି। ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପ୍ରତାରଣା ରେ ପରିଣତ ହୋଇଛି। ଦରଦାମ ବୃଦ୍ଧି, ବେକାରୀ, କୃଷି ସଂକଟ, ଶ୍ରମିକ ଶୋଷଣ, ମହିଳା ଙ୍କ ଉପରେ ବଢୁଥିବା ଅତ୍ୟାଚାର, ଆଦିବାସୀ ଓ ଦଳିତ ଙ୍କ ଉପରେ ଦମନ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଶିକ୍ଷା ରେ ଅରାଜକତା, ଭୁଷୁଡି ପଡ଼ିଥିବା ସ୍ଵାସ୍ଥ୍ୟ ବ୍ୟବସ୍ଥା, ବିଦ୍ୟୁତ ଦରବୃଦ୍ଧି, ସାମାଜିକ ସୁରକ୍ଷା ଯୋଜନା ରେ କଟକଣା ଏବଂ କର୍ପୋରେଟ ସ୍ବାର୍ଥ ପାଇଁ ଜମି, ଜଙ୍ଗଲ ଓ ଖଣିଜ ସଂପଦ ର ଲୁଣ୍ଠନ ଆଦି ଜନ ବିରୋଧି ସରକାର ଙ୍କ କାର୍ଯ୍ୟ ସାଧାରଣ ଜନଜୀବନ କୁ ବିପର୍ଯ୍ୟସ୍ତ କରିଦେଇଛି । ଏହା ବିରୁଦ୍ଧରେ ସକଳସ୍ତରର ଜନଗଣ ଏକ ହେବାକୁ ବକ୍ତାମାନେ ଆହ୍ବାନ କରିଥିଲେ। 

     ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ସ୍ମାରକପତ୍ର ରେ କୁହାଯାଇଛି ଯେ ଓଡ଼ିଶା ରେ ପ୍ରଥମ ଥର ପାଇଁ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଙ୍କ ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପାଠ୍ୟପୁସ୍ତକ ରେ ବ୍ୟାପକ ମୁଦ୍ରଣ ବିଭ୍ରାଟ ହୋଇଛି ଯାହାର ଉତ୍ତରଦାୟିତ୍ୱ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନେଇ ତୁରନ୍ତ ଇସ୍ତଫା ଦେବା ଦରକାର। ତତ୍ ସହିତ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ର ଅହେତୁକ ବଜାର ଦର ନିୟନ୍ତ୍ରଣ କରିବା, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ର ଦରବୃଦ୍ଧି ନିୟନ୍ତ୍ରଣ, ଚାଷୀ ଙ୍କୁ ସର୍ବନିମ୍ନ ଏମ୍ ଏସ ପି ପ୍ରଦାନ ଓ ଚାଷୀ ଆତ୍ମହତ୍ୟା ରୋକିବାକୁ କୃଷି ଋଣ ଛାଡ କରିବା, ମନରେଗା ରେ ୨ ଶହ ଦିନ କାମ ଓ ୭ ଶହ ଟଙ୍କା ଦୈନିକ ମଜୁରୀ, ଶ୍ରମିକ ବିରୋଧୀ ୪ ଟି ଶ୍ରମ କୋର୍ଡ ବାତିଲ, ସର୍ବନିମ୍ନ ମଜୁରୀ ଓ ସମାନ କାମକୁ ସମାନ ଦରମା, ରାଉରକେଲା ସରକାରୀ ଡାକ୍ତରଖାନାର ସଂପ୍ରସାରଣ ସହିତ ଅଧିକ ସ୍ପେସାଲିଷ୍ଟ ଡାକ୍ତର, ନର୍ସ ସହିତ ଅଧିକ ବେଡ୍ ଓ ଅଧିକ ଟିକେଟ କାଉଣ୍ଟର ଖୋଲିବା,ଇ ଏସ ଆଇ ସି ମଡେଲ ହସ୍ପିଟାଲ ରେ ଅଧିକ ଡାକ୍ତର,ନର୍ସ, ପାରା ମେଡିକାଲ ଷ୍ଟାଫ୍ ନିଯୁକ୍ତ, ଆର୍ ଏସ ପି ସଂପ୍ରସାରଣ ରେ ସ୍ଥାନୀୟ ବେକାର ଙ୍କୁ ନିଯୁକ୍ତି, ଜନବିରୋଧୀ ଟାଟା ପାୱାର ର ସ୍ମାର୍ଟ ମିଟର ତୁରନ୍ତ ପ୍ରତ୍ୟାହାର ଓ ବିଦ୍ୟୁତ ସଂଶୋଧନ ବିଲ୍ ପ୍ରତ୍ୟାହାର ପ୍ରଭୃତି ଦାବିକୁ ସରକାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଦାବି କରାଯାଇଛି।

    ଏହି ବିକ୍ଷୋଭ ରେ ଅନ୍ୟମାନଙ୍କ ମଧ୍ୟରେ ପାର୍ଟି ନେତା ବସନ୍ତ ପାଢ଼ୀ,କବି ପ୍ରଧାନ, ସାଗର ଛୋଟରାୟ, ଏନ୍ କେ ରାଉତରାୟ, ବଛିରାମ ବେହେରା, ବିଶ୍ଵନାଥ ଲେଙ୍କା, ପ୍ରମୋଦ ପରିଡ଼ା, ନିରଞ୍ଜନ ସିଂହ, ଅଶୋକ ଦାସ,ଆଦିତ୍ୟ ନାୟକ, ଲକ୍ଷ୍ମୀ ମହାନ୍ତି,କୁନ୍ଦନ ବେହେରା, ଜନ୍ମେଜୟ ଘୋଷ,ରାଜୀବ ବସନ୍ତ ରାୟ ପ୍ରମୁଖ ନେତ୍ବତୃ ନେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦେଶର ଏକ ନଂ ମୁଖ୍ୟମନ୍ତ୍ରୀ ଙ୍କ ଶାସନ ରେ ,ନିୟମ ବଦଲାଉଛି ତେନ୍ତୁଳିଖୁଣ୍ଟି ବ୍ଲକ୍ ପ୍ରଶାସନ

Sunil Chandra Nayak

ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ପୋଖରୀ ପାଣି ବିସାକ୍ତ,ବଡଟିକରା ଗୁଡା,ସଂକ୍ରମଣ ଆଶଙ୍କା

masiha

Leave a Comment

error: Content is protected !!