ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୂଅରେ ପଡି ଦୁଇ ବର୍ଷର ଶିଶୁ କନ୍ୟା ମୃତ 

ରାଇଘର ୨୬/୭ (କିରଣ ପଟ୍ଟନାୟକ )-ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ନାକଟିସିମଡା ପଞ୍ଚାୟତ ର ଶୋଭାପାରା ରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା |ଦୁଇ ବର୍ଷ ର ଶିଶୁ କନ୍ୟା ଜମିରେ ଥିବା ଏକ ପୁରୁଣା କୂଅରେ ପଡି ମୃତ୍ୟୁ ବରଣ କରିଛି |ପୋଲିସ ସୂତ୍ରରୁ ପ୍ରକାଶ ଯେ ବୁଧବାର ୧୦ ଟା ସମୟରେ ସୋନେହର ଗଣ୍ଡ ନିଜ ପରିବାର ସହ ଯାଇଥିଲେ ନିଜ ଚାଷ ଜମିକୁ |ସେଠାରେ ସାଙ୍ଗରେ ନେଇଥିବା ଦୁଇବର୍ଷ ର ଝିଅ କୁ ଜମି ହିଡରେ ଖେଳିବାକୁ ବସେଇ ଜମିରେ କାମ କରୁଥିଲେ ପରିବାର |କିଛି ସମୟ ପରେ ଦେଖିଲା ବେଳକୁ ସେଠାରେ ଝୁଅ କାନେଶିରି ଦିସୁ ନାହିଁ |ଏହା ପରେ ଜମି ପାଖା ପାଖି ସବୁ ଜାଗା ଖୋଜା ଖୋଜି କରି ଶେଷରେ ପ୍ରାୟ ୧୨ ଟା ସମୟରେ ଦେଖିବାକୁ ପାଇଥିଲେ ନିକଟରେ ଥିବା ଚାଷ ଜମିର କୋଣରେ ଥିବା ଏକ ପୁରୁଣା କୂଅରେ ଭାଷୁ ଥିବାର ଏହାପରେ ପୋଲିସ କୁ ଖବର ଦେଇଥିଲେ |ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଶରୀର ଉଦ୍ଧାର କରି ବ୍ୟବଚ୍ଛେଦ ସାରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି |ଏହି ଘଟଣାରେ ରାଇଘର ଥାନା ରେ ଏକ ଅପମୃତ୍ୟୁ ମାମଲା ୪୯/୨୩ ରେ ରୁଜୁ କରି ତଦନ୍ତ କରୁଥିବା ସବ ଇନିସ୍ପେକଟର ମେନକା ସା କହିଛନ୍ତି |

       ପ୍ରକାଶ ଥାଉକି ସୋନେହର ଙ୍କର ପୂର୍ବରୁ ୫ ଟି ପୁଅ ଥିବାବେଳେ ଶେଷରେ ଏହି ଝିଅ ପାଇଁ ପରିବାର ବୋହୁ ହସ ଖୁସିର ପରିବେଶ ଦୀର୍ଘ ଦୁଇ ବର୍ଷ ହେବ ଚାଲୁଥିବା ବେଳେ ହଟାତ ଏପରି ଘଟଣାକୁ ପରିବାର ତଥା ସାହି ପଡିସା ସହଜେ ଗ୍ରହଣ କରି ପାରୁନଥିବା ସହ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଜନଗର ରେ ଦିବଙ୍ଗତ ଜନନେତା ନଳିନୀକାନ୍ତ ମହାନ୍ତିଙ୍କ ଦ୍ଵାଦଶ ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ପାଳିତ

masiha

ସାଇବର ଠକେଇରୁ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

masiha

ବରିଷ୍ଠ ନାଗରିକ ସଂଗଠନ ଜୁନାଗଡର ଦ୍ବିତୀୟ ସାଧାରଣ ବୈଠକ

Leave a Comment

error: Content is protected !!