ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଶୀପୁର ବ୍ଲକ ଟିକିରିରେ ବଜରଙ୍ଗ ଦଳ ବୈଠକ, ନୂତନ ଦାୟିତ୍ୱ ଘୋଷଣା

କାଶୀପୁର ବ୍ଲକ ଟିକିରିରେ ବଜରଙ୍ଗ ଦଳ ବୈଠକ, ନୂତନ ଦାୟିତ୍ୱ ଘୋଷଣା

କାଶୀପୁର ରୁ ବୈକୁଣ୍ଠ ଦୁରିଆ :-ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ପଞ୍ଚାୟତର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ସଂଗଠନକୁ ସୁଦୃଢ଼ କରିବା, ହିନ୍ଦୁ ସମାଜକୁ ସଂଗଠିତ କରିବା ଓ ସ୍ଥାନୀୟ ସ୍ତରରେ କାର୍ଯ୍ୟକର୍ତ୍ତାମାନଙ୍କୁ ସକ୍ରିୟ କରିବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ସେଥିସହ ଟିକିରି ପଞ୍ଚାୟତ ପାଇଁ ବଜରଙ୍ଗ ଦଳର ନୂତନ କାର୍ଯ୍ୟକର୍ତ୍ତାଙ୍କ ଦାୟିତ୍ୱ ଘୋଷଣା କରାଯାଇଥିଲା।

ନୂତନ ଭାବେ ଦାୟିତ୍ୱ ପ୍ରାପ୍ତ କରିଥିବା କାର୍ଯ୍ୟକର୍ତ୍ତାମାନେ ହେଲେ— ବଜରଙ୍ଗ ଦଳ କାଶୀପୁର ବ୍ଲକ ସଂଯୋଜକ ଭାବେ କିରଣ କୁମାର, ଟିକିରି ପଞ୍ଚାୟତ ସଂଯୋଜକ ସୂର୍ଯ୍ୟନାରାୟଣ ନାୟକ, ସହ-ସଂଯୋଜକ ପିୟାଂଶୁ ପ୍ରଧାନୀ, ମିଳନ କେନ୍ଦ୍ର ପ୍ରମୁଖ ସଞ୍ଜୟ ବେହେରା, ସୁରକ୍ଷା ପ୍ରମୁଖ ବୈକୁଣ୍ଠ ଦୁରିଆ, ଗୋ-ସୁରକ୍ଷା ପ୍ରମୁଖ ରାମଚନ୍ଦ୍ର ସାହୁ, ବଳ ଉପାସନା ପ୍ରମୁଖ ସୁନୀଲ କୁମାର ବେହେରା ଏବଂ ବିଦ୍ୟାର୍ଥ ପ୍ରମୁଖ ସମର ନାଥ ପଣ୍ଡା।

ଏହି ବୈଠକରେ ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସଭାପତି ଡ଼. ବାବୁରାଓ ମହାନ୍ତି, ଜିଲ୍ଲା ସହ-ସଂପାଦକ ଗୋପୀନାଥ ବ୍ରହ୍ମା, ଜିଲ୍ଲା ଉପସଭାପତି ଆନନ୍ଦ ରାଓ, ଜିଲ୍ଲା ସତସଙ୍ଘ ପ୍ରମୁଖ ସୁଶାନ୍ତ ପ୍ରଧାନ, ବଜରଙ୍ଗ ଦଳ ଜିଲ୍ଲା ସହ-ସଂଯୋଜକ ଶସ୍ୟଜ୍ୟୋତି ବେହେରା ଓ କାର୍ଯ୍ୟକର୍ତ୍ତା ବି. ରାଜେଶ ପ୍ରମୁଖ ଉପସ୍ଥିତ ରହି ନୂତନ କାର୍ଯ୍ୟକର୍ତ୍ତାମାନଙ୍କୁ ସଂଗଠନର ଦାୟିତ୍ୱ, ଲକ୍ଷ୍ୟ ଓ ସେବାଭାବ ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ।

ହିନ୍ଦୁ ସମାଜର ସେବା, ସଂଗଠନର ସୁଦୃଢତା ଓ ଯୁବଶକ୍ତିଙ୍କ ସକ୍ରିୟ ଭୂମିକା ପାଇଁ ସଙ୍କଳ୍ପ ସହ ବୈଠକଟି ସଫଳତାର ସହିତ ସମାପ୍ତ ହୋଇଥିଲା।

Related posts

ନାକେ ଦମ କରିସାରିଲେଣି ୩୫ଟିକିଆ ହାତୀ ପଲ

masiha

କାରାଗାରରୁ ଜଣେ କଏଦୀ ଫେରାର ଘଟଣା ଜିଲ୍ଲା ଯୁବ ବିଜେଡି ସଭାପତି ଙ୍କ ତୀବ୍ର ପ୍ରତିକ୍ରୀୟା 

Sunil Chandra Nayak

ବନ୍ଧୁଗାଁ ବ୍ଲକର ସମସ୍ତ ସୋଲାର ପାୱାର ପିଇବା ପାଣି ଟାଙ୍କି ନିମ୍ନ ମାନର, ଟାଙ୍କିର ନିମ୍ନ ଭାଗରେ ପାଣି ଝରି ଟାଙ୍କି ଖାଲି, ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଲୋକେ ପାଣି ନ ପାଇ ବିକକ, ଜନପ୍ରତିନିଧି ଫୋନ କଲେ ଜେଇ ମାନେ ଉଠାଉ ନ ଥିବା ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!