ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକର ସମସ୍ତ ସୋଲାର ପାୱାର ପିଇବା ପାଣି ଟାଙ୍କି ନିମ୍ନ ମାନର, ଟାଙ୍କିର ନିମ୍ନ ଭାଗରେ ପାଣି ଝରି ଟାଙ୍କି ଖାଲି, ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଲୋକେ ପାଣି ନ ପାଇ ବିକକ, ଜନପ୍ରତିନିଧି ଫୋନ କଲେ ଜେଇ ମାନେ ଉଠାଉ ନ ଥିବା ଅଭିଯୋଗ

ବନ୍ଧୁଗାଁ ତା ୧୩/୬/୨୩ // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ୧୩ ଟି ପଞ୍ଚାୟତର ଗାଁ ଗୁଡିକରେ ନିର୍ମିତ ପିଇବା ପାଣି ସୋଲାର ଟ୍ୟାଙ୍କ ନିମ୍ନ ମାନର ଲଗାଇ କମ୍ପାନୀ ଓ ପ୍ରଶାସନ କୋଟି ଟଙ୍କା ଆତ୍ମସାତ କରି ନେଇଥିବା ସ୍ଥାନୀୟ ଜନପ୍ରତିନିଧି ଅଭିଯୋଗ କରିଛନ୍ତି। ପାଣି ଟାଙ୍କିର ନିମ୍ନ ଭାଗରେ ନିରନ୍ତର ପାଣି ବାହାରି ଟାଙ୍କି ଖାଲି ରହୁଥିବା ଦେଖିବାକୁ ମିଳିଛି।ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହୁଥିବା ଯୋଗୁଁ ଲୋକେ ପାଣି ପାଇବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକେ ନିଜ ଗାଁରେ ଅତି ନିକଟରୁ ସୁବିଧାରେ ନିରନ୍ତର ପାଣି ପାଇ ପାରିବେ ଏଥିପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି କମ୍ପାନୀ ମାନଙ୍କ ଦ୍ଵାରା ଗାଁ ଗୁଡିକରେ ସୋଲାର୍ ପାଣି ଟାଙ୍କିର ନିର୍ମାଣ କରିଛନ୍ତି। କମ୍ପାନୀ ମାନେ କିଛି ବର୍ଷ ଏହାର ରକ୍ଷଣ ବେକ୍ଷଣ ଦାୟିତ୍ଵ ନିର୍ବାହ ପାଇଁ ଫୋନ ନମ୍ବର ଲେଖି ଦେଇଛନ୍ତି। କମ୍ପାନୀ ଓ ସ୍ଥାନୀୟ ପ୍ରଶାସନ ଡିଲ କରି ଗାଁ ଗୁଡିକରେ ଯେଉଁ ନିମ୍ନ ମାନର ସୋଲାର ଟ୍ୟାଙ୍କ ଲଗାଇଛନ୍ତି । ସେହି ପ୍ଲାଷ୍ଟିକ ଟ୍ୟାଙ୍କି ଗୁଡ଼ିକର ନିମ୍ନ ଭାଗରେ କଣା ରହି ନିରନ୍ତର ପାଣି ବାହାରି ଯାଉଥିବା ଦେଖିଥିବାକୁ ମିଳୁଛି। ଏହାର ମରାମତି ପାଇଁ ନିର୍ଦ୍ଧିଷ୍ଟ ଫୋନ ନମ୍ବର କୁ ଫୋନ କଲେ କମ୍ପାନୀ ଫୋନ ଉଠାଉ ନ ଥିବା ବେଳେ ସ୍ଥାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଧିକାରୀ ମାନେ ମଧ୍ୟ ସରପଞ୍ଚ ମାନଙ୍କ ଫୋନ ଉଠାଉ ନ ଥିବା ଅଭିଯୋଗ କରିଛନ୍ତି। ସୋଲାର ପାଣି ଟାଙ୍କିର ନିର୍ମାଣ ପାଇଁ ଯେଉଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ତାହାର ଭାଗ ବଣ୍ଟା ସ୍ଥାନୀୟ ପ୍ରଶାସନ ପାଇଥିବାରୁ ଆଜି ନିମ୍ନ ମାନର ଟାଙ୍କି ଲଗାଇ ଜନପ୍ରତିନିଧି ମାନଙ୍କ ଫୋନ ନ ଉଠାଇ ଅଭିଯୋଗ ଶୁଣୁ ନ ଥିବା ସରପଞ୍ଚ ପଞ୍ଚାୟତ ପେଦାଲୋଡା ଶେଖର କଣ୍ଡାଗୋରି , ପଞ୍ଚାୟତ କାନାଗାଁ ଭାସ୍କର ୱାଟାକା, ପଞ୍ଚାୟତ ବନ୍ଧୁଗାଁ ଲକ୍ଷ୍ମୀ କାଡ୍ରାକା, ନିଲାବାଡି ପଞ୍ଚାୟତ ଜଗାନା ୱାଟାକା, ବଡସରପୋଲି ପଞ୍ଚାୟତ ସୁନ୍ଦୁରୁ ପିଡ଼ିକା, ଆଲମଣ୍ଡା ପଞ୍ଚାୟତ ଗୌରୀ ମେଲେକା କାପୁ ଲୋଡା ଆକାମା ମେଳେକା, କୁମ୍ଭାରିପୁଟ ରୁଦ୍ର ହାରାକା ଆମ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି। ସ୍ଥାନୀୟ ପ୍ରଶାସନ ଜନ ପ୍ରତିନିଧିଙ୍କ ଫୋନ ଉଠାଇ ଅଭିଯୋଗ ଗୁଡ଼ିକ ଗ୍ରହଣ କରି ଲୋକଙ୍କୁ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ସମୟରେ ପିଇବା ପାଣି ସମସ୍ୟା ଦୂର କରିବାକୁ ଅନେକ ବୁଦ୍ଧିଜୀବୀ ଦାବି କରିଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ରୂପସା ନୀଳମଣି ମହାବିଦ୍ୟାଳୟ ରେ ଓଡିଆ ପକ୍ଷ ପାଳନ. ରକ୍ତ ଦାନ ଶିବର 

Sunil Chandra Nayak

କୋଟିପତି ଯନ୍ତ୍ରୀଙ୍କ ପିଛା ଛାଡୁନି ଅଭିଯୋଗ , ଶୁଖୁଲା ଟାଙ୍କିରେ ରଙ୍ଗମାରି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା

Sunil Chandra Nayak

ଜଳେଶ୍ଵର ଷ୍ଟେସନରୁ ଶିରିଡ଼ି ସାଇବାବାଙ୍କ ମୁକୁଟ ଥିବା ବାକ୍ସକୁ ପାଇଲେ ଆର.ପି.ଏଫ୍ 

Sunil Chandra Nayak

Leave a Comment

error: Content is protected !!