ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ମିଳିତ ଅମଲା ମଞ୍ଚ , ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଜିଲ୍ଲା ଅମଲା ମାନଙ୍କ ଦରମା ନିର୍ଦ୍ଧାରଣ କର

ଫୁଲବାଣୀ /  କନ୍ଧମାଳ ଜିଲ୍ଲା  ଅମଲା ମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଦରମା ନିର୍ଦ୍ଧାରଣ ଦାବୀ ନେଇ ଅମଲା ମଞ୍ଚ ର ଧାରଣା ୧୨ ଦିନରେ ପହଂଚି ସାରିଛି। ଏହା ମଧ୍ୟରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ଦୁଇଟି ପର୍ଯ୍ୟାୟରେ ଆଲୋଚନା କରିଥିଲେ ମଧ୍ୟ ତାହା ସଫଳ ହେଲାନାହିଁ। ଫଳରେ ଆଜି ଅମଲା ମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଯେଉଁଠି  ସର୍ବନିମ୍ନ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ/ଉଚ୍ଚ ମାଧ୍ୟମିକରୁ, ସ୍ନାତକ ସହ କମ୍ପୁଟର ଦକ୍ଷତା ଧାର୍ଯ୍ୟ କରାଯାଇଥିବା ବେଳେ, ସଂଶୋଧିତ ବେତନ ହାର ନିୟମ ୨୦୧୭  ଅନୁଯାଇ ରାଜ୍ୟ ସରକାର ସେମାନଙ୍କ ବେତନ ସଂଶାଧନ କରିନାହାନ୍ତି । ରାଜ୍ୟ / ଜିଲ୍ଲା ସ୍ତରୀୟ ଅମଲା ସଂଘ ଏହି ବାବଦରେ ବହୁ ପୂର୍ବରୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ଆସୁଥିଲେ ମଧ୍ୟ, ସରକାର ଏଥିପ୍ରତି ଆଜି ସୁଦ୍ଧା  କର୍ଣ୍ଣପାତ କରିନାହାନ୍ତି । ସୂଚନା ଯୋଗ୍ୟ ଯେ ଜିଲ୍ଲା ସ୍ତରୀୟ ଅମଲା  ସରକାରଙ୍କ ବିଭିନ୍ନ ବିଭାଗର ଗୁରୁତ୍ୟପୂର୍ଣ୍ଣ କାର୍ଯ୍ୟ ତଥା ତୃଣମୂଳ ସ୍ତରରେ ସରକାରଙ୍କ ସମସ୍ତ ଜନ ହିତକାରୀ ଯୋଜନା ଗୁଡିକୁ ସଫଳ ରୁପାୟନ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରୁଥିଲେ ମଧ୍ୟ ଅନ୍ୟ କର୍ମଚାରୀ ମାନଙ୍କ ଠାରୁ ସେମାନଙ୍କ ବେତନ ନିମ୍ନ ହାରରେ ନିର୍ଦ୍ଧାରଣ କରିଛନ୍ତି । ଏହି ବିଷୟରେ ଅମଲା ସଂଘ ବାରମ୍ବାର ଦୀର୍ଘଦିନ ହେବ ସରକାରଙ୍କ ଦୃଷ୍ଟି ଗୋଚରକୁ ଆଣିଥିଲେ ଓ ବିଭିନ୍ନ ସମୟରେ ଆଲୋଚନା ପର୍ଯ୍ୟାଲୋଚନା କରି ସେମାନଙ୍କ ଏକମାତ୍ର ନାର୍ଯ୍ୟ ଦାବି  ରଖିଥିଲେ ମଧ୍ୟ ସରକାର ମିଥ୍ୟା  ପ୍ରତିଶ୍ରୁତି ଦେଇ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ।ଏଣୁ ଅମଲା ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଅମଲାଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଇ   ସମଭାବାପୂର୍ଣ୍ଣ ଅମଲା ମାନଙ୍କୁ ନେଇ ଏକ ରାଜ୍ୟସ୍ତରୀୟ ମିଳିତ ଅମଲା ମଞ୍ଚ ଗଠନ କରା ଯାଇଥିଲା । 

ଜୟ ସେନ ପରିଡ଼ା ଙ୍କ ରିପୋର୍ଟ 

Related posts

ପାଣି ପାଇଁ ରାଜରାସ୍ତାରେ ଦଶପୁର ବାସୀ 

masiha

ମହିଳାଙ୍କ ଉପରେ ନିବେଶ କରନ୍ତୁ… ପ୍ରଗତିକୁ ତ୍ୱରାନ୍ୱିତ କରନ୍ତୁ

masiha

ଟେକ୍ନୋ ୱାର୍ଲ୍ଡ କଲେଜ ନେତାଜୀ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!