ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ରେ ଜଣେ ଗିରଫ ପରେ କୋର୍ଟ ଚାଲାଣ 

 ରାଇଘର12/6:ନବରଙ୍ଗପୁର ଜିଲ୍ଲା ରାଇଘର ମୁଖ୍ୟ ବଜାରରେ ବୁଲୁଥିବା ଜଣେ ମହିଳା ଙ୍କୁ ଦୁଷ୍କର୍ମ ଅଭିଯୋଗ ରେ ଆଜି ରାଇଘର ପୋଲିସ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ଜଣାପଡିଛିl  

     ସୂଚନା ଅନୁଯାୟୀ କିଛି ଦିନ ପୂର୍ବେ ସ୍ଥାନୀୟ ମୁଖ୍ୟ ବଜାରରେ ରହୁଥିବା ଜଣେ ମହିଳା ଯାହାଙ୍କ ଘର କୋଣ୍ଡାଗାଁ ଜିଲ୍ଲା ବାଂଶକୋଟ ଥାନା ଅଞ୍ଚଳ ରେ |ତାଙ୍କୁ ରାଇଘର ଅଞ୍ଚଳର ସଫି ବୁଲ୍ଲା ଖାନ ନାମକ ବ୍ୟକ୍ତି ଦୁଷ୍କର୍ମ କରିଥିଲେ |ଏହି ଘଟଣାର ଭିଡିଓ ନିକଟସ୍ଥ ଦୋକାନର ସିସି ଟିଭି ଫୁଟେଜ ରେ କଏଦ୍ ହୋଇଥିଲା ଓ ପରେ ମୋବାଇଲ କୁ ମୋବାଇଲ ଭାଇରଲ୍ ହୋଇଥିଲା। ଅପରପକ୍ଷରେ ଏଭଳି ଘଟଣା ଉକ୍ତ ମହିଳାଙ୍କ ପ୍ରତି ଲଗାତାର ହୋଇ ଆସୁଥିବା ବିଷୟ ସାଧାରଣରେ ଚର୍ଚ୍ଚା ହେଇଥିଲା | ଉକ୍ତ ଘଟଣାକୁ ନେଇ ପିଡିତା ଙ୍କ ଭାଇ ସନ୍ତୋଷ ମାରକାମ ରାଇଘର ଥାନାରେ ଏକ ଏତଲା ଦେଇଥିଲେ |ଉକ୍ତ ଏତଲା କୁ ଆଧାର କରି ରାଇଘର ପୋଲିସ ଅଭିଯୁକ୍ତ ର ଘରକୁ ଯାଇ ପହଞ୍ଚି ଥିଲା |ପରିବାର ଲୋକ ଘରେ ନ ଥିବା କଥା କହିବା ପରେ ପୋଲିସ ଘର ଭିତରେ ଯାଇ ଦେଖିଲାବେଳକୁ ଅଭିଯୁକ୍ତ ଖଟ ତଳେ ଲୁଚି ରହିଥିଲା |ସେଠାରୁ ଅଭିଯୁକ୍ତକୁ ଥାନାକୁ ଆଣିବା ସହ ପୀଡ଼ିତାକୁ ବି ଆଣିଥିଲା |ପୀଡିତା ପୋଲିସ ଆଗରେ ତା ସହ ହୋଇଥିବା ଦୁଷ୍କର୍ମ ବିଷୟରେ କହିଥିଲା |ଏହା ପରେ ପୋଲିସ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି | ପ୍ରକାଶ ଥାଉକି ପୀଡିତା ଙ୍କ ସ୍ୱାମୀ 4ବର୍ଷ ତଳେ ମରିଯିବା ପରେ ସେ ବାପ ଘର କୋଣ୍ଡାଗାଁ ଜିଲ୍ଲା ବାଂଶକୋଟ ଥାନା ଅଧୀନରେ ଥିବା ଵାଲେଙ୍ଗା ଗ୍ରାମକୁ ଆସିଥିଲେ ସେଠାରେ ସେ ନିଜକୁ ଅବହେଳା ମନେକରି ରାଇଘର ଆସି ରହୁଥିଲେ |ନିଜ ଚଳିବା ପାଇଁ ବନଜାତ ଦ୍ରବ୍ୟ ସଂଗ୍ରହ କରି ବିକ୍ରି କରି ସେଥିରେ ରେସନ ସାମଗ୍ରୀ କିଣି ରୋଷେଇ କରି ଖାଉଥିଲେ |ମହିଳା ଜଣକ ଏକୁଟିଆ ରହୁଥିବାର ସୁଯଗ ନେଇ ଅଭିଯୁକ୍ତ ଏପରି କାଣ୍ଡ ଘଟାଇଥିଲା |ରାଇଘର ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ଆଜି ସୋମବାର ଦିନ ରାଇଘର ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ମଇନା କରିବା ପରେ କୋର୍ଟ ଚାଲାଣ କରିଛି ଏବଂ ପୀଡିତା କୁ ସଠିକ ଥଇଥାନ କରିବା ଯାଏ ଥାନା ରେ ରହିବା ଜଣା ପଡିଛି |

ରାଇଘର ଥାନା ଅଧିକାରୀ ପ୍ରମୋଦ ନାୟକ କହିବା ଅନୁଯାୟୀ ଜିଲ୍ଲା ସୋସିଆଲ ସର୍ଭିସ ଅଫିସର ଙ୍କ ସହ ଯୋଗା ଯୋଗ କରି ପୀଡ଼ିତାଙ୍କୁ ଥଇଥାନ କରିବା ସହ କିପରି ସରକାରୀ ସହାୟତା ପାଇ ପାରିବ ସେ ବିଷୟରେ ଆଲୋଚନା କରିଛନ୍ତି |ପୀଡିତା ଙ୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ପୁଣିଥରେ ଆଜି ଛତିଶଗଡ଼ କୁ ଯାଇଛି ରାଇଘର ପୋଲିସ ସେଠାକାର ଥାନା ଏବଂ ତହସିଲ ଯିବା ଜଣା ପଡିଛି |ଏହି ଭଳି ଘଟଣାରେ ପୀଡ଼ିତାଙ୍କୁ ସରକାରଙ୍କ ତରଫରୁ ପାଞ୍ଚ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ର ସୁବିଧା ଥିବା ବେଳେ ଏହି ସୁବିଧା ପାଇ ପାରନ୍ତି ବୋଲି ଥାନା ଅଧିକାରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପୋଲିସ କୁ ଆକ୍ରମଣ ଘଟଣାରେ ୨ ଗିରଫ 

masiha

ବଡପଳସା ଗ୍ରାମରୁ ଟ୍ରାନ୍ସଫର୍ମର ଚୋରୀ

Sunil Chandra Nayak

ରାୟଗଡା ବନଖଣ୍ଡ କଲ୍ୟାଣସିଂହପୁର ରେଞ୍ଜ ରେ ବନବିଭାଗ ପକ୍ଷରୁ ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖାଯାଇଛି ପଚରାଉଚରା ଚଳାଇଛନ୍ତି 

masiha

Leave a Comment

error: Content is protected !!