ରାଉଲକେଲା:୧୨/୦୬- (ମନିସ):- ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ରଜ ସାହିତ୍ୟ ଆସର ସଂସଦର ଉପସଭାପତି ଶ୍ରୀମତୀ ରଶ୍ମିବାଳା ରାଉତରାୟ ଙ୍କ ସଭାପତିତ୍ୱ ରେ ତଥା ସାଧାରଣ ସମ୍ପାଦକ ଶ୍ରୀ ନୃସିଂହ ଚରଣ ବିଶ୍ବାଳ ଙ୍କ ଆବାହକତ୍ଵରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ “ଓଡିଶାର ସଂସ୍କୃତି ଓ ପରମ୍ପରାର ପ୍ରତୀକ ରଜପର୍ବ” ଶିର୍ଷକ ଆଲୋଚନା ଚକ୍ର ଏବଂ ଏକ ମନୋଜ୍ଞ କବିତା ପାଠ ଉତ୍ସବ
ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ କବି ଡାକ୍ତର ଗୀତାଞ୍ଜଳୀ ପତ୍ରୀ ଯୋଗଦେଇ ଥିବାବେଳେ ସ୍ତମ୍ଭକାର ତଥା ବେଦବ୍ଯାସ ପୀଠ ବିକାଶ ମଞ୍ଚର ଯୁଗ୍ମ ଆବାହକ ବିଭୂତି ଦାସ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ରଜପର୍ବର ମହତ୍ତ୍ୱ ଏହାର ସାମାଜିକ ଓ ସାଂସ୍କୃତିକ ବିଭବ ବାବଦରେ ଆଲୋଚନା କରିଥିଲେ। ସର୍ବପ୍ରଥମେ ସାଧାରଣ ସମ୍ପାଦକ ଶ୍ରୀ ବିଶ୍ବାଳ ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ସଂଭାଷଣ ପ୍ରଦାନ କରିବା ପରେ ମଞ୍ଚ ପରିଚାଳନା କରିଥିବା କବି ଉର୍ବଶୀ ଦାସ ରଜ ଉପରେ ସଙ୍ଗୀତ ଗାନ କରିଥିଲେ। ପ୍ରାରମ୍ଭରେ ବାହାନଗା ରେଲ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଆତ୍ମାର ସତଗତି ପାଇଁ ୨ ମନିଟ
ନିରବ ପ୍ରାର୍ଥନା କରାଯାଇଥିଲା। ସଂସଦର କନିଷ୍ଠ ସଦସ୍ୟ ଶ୍ରୀ ପ୍ରୟାସ ପ୍ରଧାନଙ୍କୁ ଚଳିତ ବର୍ଷ ଆଇ.ସି.ଏସ.ସି. ଦଶମ ପରୀକ୍ଷାରେ ୯୭.୪ ଶତକଡା ନମ୍ବର ରଖି ଉର୍ତ୍ତିର୍ଣ୍ଣ ହୋଇଥିବାରୁ ମୁଖ୍ୟ ଅତିଥି ଙ୍କ ଦ୍ବାରା ସମର୍ଦ୍ଧିତ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଧନ୍ୟବାଦ ଅର୍ପଣ କରିଥିଲେ କବି ପ୍ରତାପ ଚନ୍ଦ୍ର ପଣ୍ଡା। ଦିତୀୟ ପର୍ଯ୍ଯାୟର କବିତା ପାଠ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ କବି ବ୍ରଜବିହାରୀ ଦାସ ଏବଂ ସଂଯୋଜନା କରିଥିଲେ କବି ଶ୍ରେୟସୀ ସାହୁ ଏବଂ ସ୍ବର୍ଣ୍ଣପ୍ରଭା ଦତ୍ତ। କବି ସତ୍ଯବ୍ରତ ଦାସ, ଅଜୟ କୁମାର ମହାନ୍ତି,ତାରିଣୀ ଚରଣ ସାହୁ, ଉପେନ୍ଦ୍ର ବସ୍ତିଆ,ଅର୍ଚ୍ଚନା ପାତ୍ର,ପ୍ରତାପ ପଣ୍ଡା, ସୁମିତ୍ରା ମିଶ୍ର, ସ୍ନେହଲତା ପର୍ଟ୍ଟନାୟକେ, ନୃସିଂହ ବିଶ୍ବାଳ, ବିଭୁ ପ୍ରସାଦ ନାୟକ, ଶ୍ରେୟସୀ ସାହୁ, ସ୍ବର୍ଣ୍ଣପ୍ରଭା ଦତ୍ତ ପ୍ରମୁଖ କବିତା ପାଠ କରିଥିଲେ। ଏହି କାର୍ଯ୍ଯକ୍ରମରେ କବି ନିରୁପମା ପତି,ସୁମିତ୍ରା ମିଶ୍ର, ବିକ୍ରମ ଆଚାର୍ଯ୍ୟ,ସୁଶାନ୍ତ ନାୟକ, ସୁମନ୍ତ ଉପାଧ୍ଯାୟ,କୈଳାସ ଲେଙ୍କା, ଇଂ ଅଶୋକ ପଟ୍ଟନାୟକ, ଇଂ ବିଜୟ ସେନାପତି, ଗୀତାରାଣୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଦ୍ବିତୀୟ ପର୍ଯ୍ଯାୟ କାର୍ଯ୍ୟକ୍ରମ ରେ କବି ଉପେନ୍ଦ୍ର ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ।
ମସିହା ନିୟୁଜ୍ ସର୍ଭିସ୍


