ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ! ଖଟରୁ ପଡ଼ି ଶିଶୁକନ୍ଯା ମୃତ

ମୟୂରଭଞ୍ଜ -୧୨/୬ (ମସିହା) ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଖଟରୁ ଖସି ଦେଢ଼ ବର୍ଷର ଶିଶୁକନ୍ୟା ମୃତ୍ୟୁ ହୋଇଥିବା ଏକ ଦୁଃଖଦ ଅଭାବନୀୟ ଘଟଣା ଘଟିଯାଇଛି । ସୂଚନାଯୋଗ୍ୟ ଆଜି ଦିନ ୧୧ ଟା ପାଖାପାଖି ସମୟରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁସୁମି ବ୍ଳକର ଭୁତୁକାବାଦି ପଞ୍ଚାୟତର ଶାମସୁନ୍ଦର ଗ୍ରାମର ବୁଧୁ ସାମଦଙ୍କ ଦେଢ଼ ବର୍ଷର ଝିଅ ନାଗି ଖଟରେ ଶୋଇଥିବାଵେଳେ ହଠାତ୍ ଖଟରୁ ଖସି ପଡ଼ି ଗୁରୁତର ହୋଇଥିଲେ । ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲ ଅଣା ଯାଇଥିଲା ।ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଝିଅକୁ ହରାଇ ବାପ ମା ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି ।ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୮/୨୩ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।ବିଜୁ ରାଜ୍ୟ ଛାତ୍ର ଜନତା ସଂପାଦକ ବିକାଶ ମହାନ୍ତ ତାଙ୍କ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରଙ୍କୁ ସାନ୍ତ୍ଵନା ଦେବା ସହ ସହଯୋଗର ହାତ ବଢାଇଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଦଶ ବର୍ଷ ହେଲା ପକ୍ଷାଘାତ ରେ ପୀଡ଼ିତ ଥିବା ମାନସ ନାଏକଙ୍କ ପାଖକୁ ପହଂଚିଲେ ପ୍ରଶାସନ

masiha

ନିର୍ବାଚନ କୁ ଶୃଙ୍ଖଳିତ କରିବା ପାଇଁ ସିଂଲା ପୋଲିସ ଏବଂ ସ୍ଥାନୀୟ ଜନପ୍ରତିନିଧି ଙ୍କ ବୈଠକ

masiha

କୁସୁର୍ଲା, ଯୋରାଡବରା- ମ.ରାମପୁର ମୁଖ୍ୟ ରାସ୍ତା ପାର୍ଶ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!