ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶତାୟୁ ବ୍ୟକ୍ତିଙ୍କ ପରଲୋକ 

ଶତାୟୁ ବ୍ୟକ୍ତିଙ୍କ ପରଲୋକ 

ନବରଙ୍ଗପୁର:(୨/୧୨/୨୪)ଧରାକୋଟ ଗଡର ମୁସଲମାନ ବସ୍ତିର ଶତାୟୁ ବୃଦ୍ଧ ଆଗା ଜାନ ଖାଁ ଙ୍କ ର ୧୦୧ ବର୍ଷରେ ପରଲୋକ ହୋଇଯାଇଛି। ସେ ୧୯୬୪ ମସିହାରେ ଧରାକୋଟ ବ୍ଲକ ପ୍ରତିଷ୍ଠା ସମୟରୁ ବ୍ଲକରେ ସରକାରୀ ଚାକିରି ଆରମ୍ଭ କରି ୧୯୯୭ ରେ ସେଠାରୁ ଅବସର ଗ୍ରହଣ କରିଥିଲେ। ନିଜର ସରଳ ଓ ଅମାୟିକ ଗୁଣ ଯୋଗୁଁ ସେ ବ୍ଲକର ପ୍ରଶାସନିକ ଓ ରାଜନୟୀତିକ ବ୍ୟକ୍ତି ମାନଙ୍କ ପ୍ରିୟପାତ୍ର ହୋଇ ଦୀର୍ଘ ୩୩ ବର୍ଷ ଗୋଟିଏ ସ୍ଥାନରେ ଚାକିରି ଆରମ୍ଭ କରି ଅବସର ଗ୍ରହଣ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଜ୍ୟେଷ୍ଠ ପୁତ୍ର ଆକବର,କନିଷ୍ଠ ପୁତ୍ର ଇଶମାଇଲ,ଚାରି ଜଣଝିଅ ,ପୁତ୍ରବଧୂ,ନାତି ଓ ନାତୁଣୀ ମାନେ ଉପସ୍ଥିତ ରହିଥିଲେ। ମୁସଲମାନ ରୀତି ନୀତି ଅନୁଯାୟୀ ତାଙ୍କର ଶବକୁ କବର ଦିଆଯାଇଥିଲା। ସେ ଜଣେ ସରଳ, ମେଳାପି ,ପରୋପକାରୀ ଓ ମିଷ୍ଟଭାଷୀ ବ୍ୟକ୍ତି ଥିଲେ। ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

( ମ ନି ସ ) 

Related posts

ଦାରିଙ୍ଗବାଡ଼ି ବ୍ଲକ ର ଦୁର୍ଗମ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ତଦାରଖ କଲେ କନ୍ଧମାଳ ଜିଲ୍ଲାପାଳ 

Sunil Chandra Nayak

ଭବାନୀପାଟଣା ଠାରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ସହକାରୀ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର) ଜିଲା ସ୍ତରୀୟ ବୈଠକ 

masiha

Leave a Comment

error: Content is protected !!