ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା 

ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା 

ନବରଙ୍ଗପୁର :(୨/୧୨/୨୪)ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଶକ୍ତି ସଂରକ୍ଷଣ ଉପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର 19 ଗୋଟି ଉଚ୍ଚ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟ ର ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ସରଧାପୂର ଉଚ୍ଚ ବିଦ୍ୟାଳୟର ଛାତ୍ର ଶାନ୍ତନୁ ପ୍ରଧାନ ପ୍ରଥମ,ଗୋପାଳ ପ୍ରଧାନ ଦ୍ଵିତୀୟ ଓ ଅନନ୍ତ ନାରାୟଣ ବିଦ୍ୟାପୀଠ ମୁଣ୍ଡମରାଇ ର ଦଶମ ଶ୍ରେଣୀ ର ସୌରଭ ଗୌଡ଼ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବି ଇ ଓ ଲିଙ୍ଗରାଜ ସ୍ୱାଇଁ, ଏ ବି ଇ ଓ ସିମଞ୍ଚଳ ବେହେରା,ବିଭୂତି ଭୂଷଣ ପାତ୍ର କୃତି ଛାତ୍ର ମାନ କୁ ମାନପତ୍ର ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ । ସି ଆର ସି ସି ଜଗନ୍ନାଥ ପଢ଼ିହାରୀ,ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁ, ଗାଇଡ ଶିକ୍ଷକ ଗଣପତି ଗମାଙ୍ଗ,ଶିକ୍ଷକ ବିଧୂ ଭୂଷଣ ରାଉତ, ପ୍ରୀତିପ୍ରିୟା ପାଣିଗ୍ରାହୀ ଙ୍କ ସମେତ ସମସ୍ତ କର୍ମଚାରୀ ପରୀକ୍ଷା ପରିଚାଳନା,ମୂଲ୍ୟାୟନ ଓ ପୁରସ୍କାର ବିତରଣ ରେ ସହଯୋଗ ପ୍ରଦାନ କରିଥିଲେ। ( ମ ନି ସ ( 

Related posts

ବିଦ୍ୟାଳୟ ରେ ପାଠ ପଢ଼ାଇଲେ ତହସିଲଦାର

Sunil Chandra Nayak

ପଞ୍ଚାୟତ ସ୍ତରିୟ ପରବ ମହତ୍ସବ 

masiha

NCC କ୍ୟାଡେଟ୍ସଙ୍କ ଦ୍ୱାରା ସେକ୍ସନ୍ ବ୍ୟାଟେଲ୍ ଡ୍ରିଲ୍ ପ୍ରଦର୍ଶନ

masiha

Leave a Comment

error: Content is protected !!