ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରିଂ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ବିଶ୍ବ ଭିନ୍ନକ୍ଷମ ଦିବସ 

ତିରିଂ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ବିଶ୍ବ ଭିନ୍ନକ୍ଷମ ଦିବସ 

 ମୟୂରଭଞ୍ଜ – ୪/୧୨ ( ମସିହା )  ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତ ତିରିଂ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ରବିବାର ଦିନ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପରିସରରେ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏଥିରେ କିଶୋର‌ କୁମାର ସାହୁଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ତିରିଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯଜ୍ଞେଶ୍ଵର ଇ ଜେନା , ମୁଖ୍ୟ ବକ୍ତା ଭାବେ ବଡଡାଳିମା ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁବଳ ଦାସ ମହାପାତ୍ର, ସମ୍ମାନିତ ଅତିଥି ଏବିଇଓ ମକର ମୁର୍ମୁ, ଏବିଇଓ ହେମନ୍ତ ମହାନ୍ତି, ଜାରି ହାଇସ୍କୁଲ ପ୍ରଧାନ ଶିକ୍ଷକ ଶରତ ଘଣା,ରାଣୀ ସାହି ପ୍ରଧାନ ଶିକ୍ଷକ ବିଶ୍ବନାଥ ମହାନ୍ତ ,,ସିଆରସାସି ରତିକାନ୍ତ ପାତ୍ର,ଶିକ୍ଷକ ନିହାର ରଂଜନ ଗୋଛାୟତ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଭିନ୍ନକ୍ଷମ ସଚେତନତା ସଭାର ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ବିଇଓ କହିଥିଲେ ଭିନ୍ନକ୍ଷମ ମାନେ ସମାଜରେ ଅଲୋଡା ନୁହନ୍ତି ‌ସେମାନଙ୍କୁ ସହଯୋଗର ହାତ ବଢ଼ାଇବା ଦାୟିତ୍ଵ ସମସ୍ତଙ୍କର । ଭଗବାନ ସମସ୍ତଙ୍କ ଦେହରେ କିଛି ନା କିଛି ପ୍ରତିଭା ଦେଇଛନ୍ତି ।ଏହି କାର୍ଯ୍ୟକ୍ରମର ଉଦେଶ୍ୟ ହେଉଛି ଭିନ୍ନକ୍ଷମ ମାନେ ବି ମଣିଷ । ସମସ୍ତଙ୍କ ଭଳି ସେମାନେ ଭଲରେ ସମାଜରେ କାହାରି ଉପରେ ନିର୍ଭର ନ କରି ବଂଚି ପାରିବେ ସେଥିପ୍ରତି ଧ୍ୟାନ ଦେବା ଦରକାର । ସରକାର ସେମାନଙ୍କ ପାଇଁ ବହୁବିଧ ଭିନ୍ନକ୍ଷମ ସଶକ୍ତିକରଣ ଯୋଜନା କରଣ କରିଛନ୍ତି ।ଏହି ଦିବସର ଉଦେଶ୍ଯ ଭିନ୍ନକ୍ଷମ ମାନଙ୍କ ଅନ୍ତର୍ନିହିତ ଗୁଣାଵଳୀର ପ୍ରକାଶ ହେଉ । ସେହିଭଳି ମୁଖ୍ୟବକ୍ତା ସୁବଳ ଦାସ ମହାପାତ୍ର କହିଥିଲେ ଶାରୀରିକ ଅକ୍ଷମତା ବ୍ୟକ୍ତିଗତ ଉନ୍ନତି ଓ ସଫଳତାର ପ୍ରତିବନ୍ଧକ ନୁହେଁ ।ପରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଅତଥିଗଣ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

କବୟିତ୍ରୀ ଲୋପାମୁଦ୍ରା ଜେନା ସମ୍ମାନିତ

masiha

ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଡ଼ଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ପୂର୍ଣ୍ଣlଅବୟଵ ପ୍ରତିମୂର୍ତ୍ତି ଉନ୍ମୋଚିତ

Sunil Chandra Nayak

ଦୀର୍ଘ ଦଶନ୍ଧି ଦଶନ୍ଧି ପରେ ରଙ୍ଗପାଣି ଗାଁ କୁ ରାସ୍ତା ନିର୍ମାଣ

Sunil Chandra Nayak

Leave a Comment

error: Content is protected !!