ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫେସବୁକ ଗ୍ରୁପ “ଆମ ପରିବାର” ପକ୍ଷରୁ ସେବାକାର୍ଯ୍ୟ

ଫେସବୁକ ଗ୍ରୁପ “ଆମ ପରିବାର” ପକ୍ଷରୁ ସେବାକାର୍ଯ୍ୟ 

କଟକ : ଫେସବୁକ ଗ୍ରୁପ “ଆମ ପରିବାର” ତରଫରୁ ସାରଦା ଆଶ୍ରମ,ଉତ୍ତରା ଛକ,ଭୁବନେଶ୍ୱର ଠାରେ ଏକ ସାମାଜିକ ସେବା କାର୍ଯ୍ୟକ୍ରମ କରାଯାଇଥିଲା ! ଏଥିରେ ଆଶ୍ରମର ଅନ୍ତେବାସୀ ଛୋଟ ଛୋଟ ପିଲା ମାନଙ୍କୁ ପ୍ରଥମେ କିଛି ଟିଫିନ ପ୍ୟାକେଟ ସହ ସେମାନଙ୍କର ଆବଶ୍ୟକତା ଅନୁଯାଇ ଟୋପି, ପେନ,ଖାତା ଓ ନିତ୍ୟ ଖାଦ୍ୟ ରାସନ ଜିନିଷ ତଥା ଡାଲି,ଚାଉଳ,ତେଲ ଅଟା,ଆଳୁ ଆଦି ପ୍ରଦାନ କରାଯାଇଥିଲା ! କାର୍ଯ୍ୟକ୍ରମ ଆରମ୍ଭରେ ବରିଷ୍ଠ ଆଡମିନ ପ୍ରଭାତ ମହାପାତ୍ର ସଭାପତିତ୍ୱ କରି ଆଶ୍ରମର ଗୁରୁଜୀଙ୍କୁ ଉପଢୌଙ୍କନ ଦେଇ ସମ୍ବର୍ଦ୍ଧିତ କରିଥିଲେ ପରେ ସୋସିଆଲ ଗ୍ରୁପ “ଆମ ପରିବାର” ବିଷୟରେ ସଂକ୍ଷିପ୍ତରେ କିଛି କହିଥିଲେ ! ଆଶ୍ରମ ଥିବା ବାବା ସ୍ୱାମୀ ପ୍ରାଣରୂପାନନ୍ଦଜୀ ଓ ସ୍ୱାମୀ ସତସ୍ୱରୂପନନ୍ଦଜୀ ତାଙ୍କ ଆଶ୍ରି ବଚନରେ ଚାଳିଶ ବର୍ଷରୁ ଉର୍ଦ୍ଧ ଆଶ୍ରମର କିମ୍ବଦନ୍ତୀ ବିଷୟରେ କିଛି କହିଥିଲେ ଏଥିରେ “ଆମ ପରିବାର” କର୍ମକର୍ତ୍ତା ପିଲା ମାନେ ବହୁତ ଆନନ୍ଦିତ ହୋଇଥିଲେ ! ଏହି କାର୍ଯ୍ୟକ୍ରମ ରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ “ଆମ ପରିବାର” ଆଡମିନ ଟିମଙ୍କ ସହ ଅନେକ ସଦସ୍ୟ ଓ ସଦସ୍ୟା ଯୋଗଦେଇ ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡିଆର ଚାହିଦା ଓ ମାନବ ସେବା ପକୃତରେ ମାଧବ ସେବା ବୋଲି ସେମାନଙ୍କ ବକ୍ତ୍ୟବରେ ପିଲାମାନଙ୍କୁ କହିଥିଲେ !ଆଶ୍ରମର ପିଲାମାନେ ବଡହେଲେ କିଏ ଡାକ୍ତର, ଶିକ୍ଷକ, ଯବାନ ଓ କିଏ ଗୁରୁକୁଳ ଆଶ୍ରମରେ ରହି ଲୋକଙ୍କ ସେବା କରିବେ ବୋଲି ନିଜ ନିଜର ମତ ପ୍ରକାଶ କରିଥିଲେ ଶେଷରେ ଆଡମିନ ରୋଜାଲିନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ! ସଭା ଶେଷରେ ସମୂହ ପ୍ରସାଦ ସେବନର ଆୟୋଜନ ହୋଇଥିଲା !

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ନିଃସ୍ୱାର୍ଥ ସମାଜସେବା ବ୍ୟକ୍ତିତ୍ୱକୁ ସାର୍ଥକ କରେ – ପ୍ରଭୁଦତ୍ତ ସୁବୁଦ୍ଧି

Sunil Chandra Nayak

ଆଦିବାସୀ ଙ୍କ ପେଟ ର ଦାନା ଖାଇଦେଲେ ପିଇଓ, #ବର୍ଷେ ତଳେ ଖାଇଥିଲେ ଚାଉଳ ଏବେ ଖାଇଲେ ମାଣ୍ଡିଆ  ଭଉଣି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଥିବାରୁ ହାତ ମାରିପାରୁ ନାହାନ୍ତି ପ୍ରଶାସନ 

Sunil Chandra Nayak

ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୟାକଳ୍ପ ପୁରସ୍କାର ପାଉଛି କିନ୍ତୁ ମୁଖ୍ୟ ଫାଟକ ନିକଟ କାଓ କେଚର ସ୍ଥିତି ଦୟନୀୟ    

Leave a Comment

error: Content is protected !!