ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଉନ୍ନତି କାର୍ଯ୍ୟର ଅର୍ଥ ଆତ୍ମସାତ ଅଭିଯୋଗ

ସରକାରୀ ଉନ୍ନତି କାର୍ଯ୍ୟର ଅର୍ଥ ଆତ୍ମସାତ ଅଭିଯୋଗ

ନର୍ଲା (ମନିସ) ଗ୍ରାମ ପଞ୍ଚାୟତଗୁଡିକର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ ସ୍ଥାନୀୟ ଜନପ୍ରତିନିଧି ନେତୃବୃନ୍ଦ ଉନ୍ନତି ମୂଳକ କାର୍ଯ୍ୟରେ ସହଯୋଗ ପରିବର୍ତ୍ତେ ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ ହେଉଛି। ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରାରୋଡ ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମର ଗ୍ରାମବାସୀମାନେ ଏକ ଲିଖିତ ଅଭିଯୋଗ କଳାହାଣ୍ଡି ଜିଲ୍ଲାପାଳଙ୍କ ଠାରେ କରିଛନ୍ତି। ଅଭିଯୋଗ କ୍ରମେ ଏହି ପଞ୍ଚାୟତର ରାସ୍ତା, ସ୍କୁଲ ପାଇପ ଲାଇନ କାମ,ଏନ୍ଆରଇଜିଏସରେ ଜବକାର୍ଡରେ କାମ ନ ହୋଇ ମେସିନରେ କାମ ହେବା ଓ ଅଞ୍ଚଳବାସୀଙ୍କ ସହଯୋଗରେ ସରିଯାଇଥିବା ମନ୍ଦିର କାମକୁ ଦେଖାଇ ୫ଟି ମାଧ୍ୟମରେ ମିଳିଥିବା ୧୫ ଲକ୍ଷ ଟଙ୍କାକୁ ମିଥ୍ୟା ବିଲ୍ ମାଧ୍ୟମରେ ଟଙ୍କା ଚଳୁ କରିବାର ପ୍ରୟାସ କରୁଥିବା ଅଭିଯୋଗ ହୋଇଛି। ଏଥିରେ ସଂପୃକ୍ତ ସରପଞ୍ଚ ହେମନ୍ତ ଭୋଇ, କନିଷ୍ଠ ଯନ୍ତ୍ରୀ ଅମିତ ସିଂ,ଜିଆରଏସ ଓ ପିଇଓ ପ୍ରମୁଖ ଉଚ୍ଚ ପଦାଧିକାରୀମାନଙ୍କୁ ହାତ ମୁଠାରେ ରଖି ସରକାରୀ ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ ଗ୍ରାମବାସୀ ମାନେ କରିଛନ୍ତି। ପଞ୍ଚାୟତକୁ ଆସୁଥିବା ଉନ୍ନତି କାର୍ଯ୍ୟର ଅର୍ଥକୁ ନେଇ ଏକ ସ୍ଵତନ୍ତ୍ର ତଦନ୍ତ ଆରମ୍ଭ କରି ଦୁର୍ନିତୀ ଉପରେ ରୋକ୍ ଲଗାଇବା ପାଇଁ ସଂପୃକ୍ତ ଗ୍ରାମ ପଞ୍ଚାୟତର ଜନସାଧାରଣ କଳାହାଣ୍ଡି ଜିଲ୍ଲାପାଳ ପାଖରେ ଲିଖିତ ଅଭିଯୋଗ ମାଧ୍ୟମରେ ଜଣାଇଥିବା ସୂଚନା ମିଳେ।

ଦୀପକ ଠାକୁର ନର୍ଲା ମସୀହା ପ୍ରତିନିଧି

Related posts

ଜୁନାପାଣିରେ ମାଣ୍ଡିଆ ମଣ୍ଡି ଉଦଘାଟିତ 

masiha

ଧର୍ମଗଡ ମୁସଲିମ ଜମାତ ତରଫରୁ ବିଧାୟକ ଙ୍କୁ ସମ୍ବର୍ଦ୍ଧନା ଅଞ୍ଚଳର ବିକାଶ ରେ ସାମିଲ ହେବାପାଇଁ ସଂକଳ୍ପ…

masiha

ବଦଦିନ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!