ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ୭୪ ତମ ବନ ମହୋତ୍ସବ ପାଳିତ

ନବରଙ୍ଗପୁର–(ମସିହା) ଜିଲ୍ଲା ବନ ବିଭାଗ ଦ୍ଵାରା ନବରଙ୍ଗପୁର ସ୍ଥିତ କକଡ଼ା କନାରୀ ନିକଟସ୍ଥ ଚରକ ବନରେ ୭୪ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି l ଏହି ଅବସରରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟ ଅତିଥି ଭାବେ ରହିଥିବା ବେଳେ ସମ୍ମାନୀତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ,ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରସନ୍ନ କୁମାର ବେହେରା,ସମ୍ମାନୀୟ ବକ୍ତା ଭାବେ ଗ୍ରାମ୍ୟ ବିକାଶ ସଂଗଠନ ର ମୁଖ୍ୟ ଇଶ୍ଵର ଚନ୍ଦ୍ର ସାବତ,ଉପ ବନଖଣ୍ଡ ଅଧିକାରୀ ଧନୁର୍ଜୟ ମହାପାତ୍ର ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବନ ବିଭାଗୀୟ ଅଧିକାରୀମାନଙ୍କ ସହ ସ୍ଥାନୀୟ ଜନସାଧାରଣ ଓ ଗ୍ରାମ୍ୟ ବିକାଶ ସଂଗଠନ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ l ପ୍ରଥମେ ଅଗ୍ର ପୂଜ୍ୟ ଗଣେଶ ଭାଗବାନଙ୍କ ପାଖରେ ଧୂପ ଦୀପ ପ୍ରଜ୍ଜ୍ଵଳନ କରାଯିବା ପରେ ଶ୍ରୀ ମହାପାତ୍ର ଅତିଥି ମାନଙ୍କୁ ସ୍ଵାଗତ ଜଣାଇବା ସହ ଅତିଥି ପରିଚୟ ପ୍ରଦାନ କରି ଏହି ୭୪ ତମ ବନ ମହୋତ୍ସବ ରେ ଜିଲ୍ଲାରେ ସବୁଜ ବନାନୀ ସୃଷ୍ଠି କରିବା ନେଇ ସଦା ସର୍ବଦା ବନ ବିଭାଗର ଆମରଣ ପ୍ରଚେଷ୍ଟା ଜାରୀ ରହିଛି ଓ ରଖିଥିବ ମଧ୍ୟ l ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା, ସମ୍ମାନୀତ ଅତିଥି ବୃନ୍ଦ ବହୁଳ ପରିମାଣରେ ଗଛ ଲଗାଇ ପରିବେଶ କୁ ପ୍ରଚୁର ପରିମାଣ ର ଅମ୍ଳଜାନ ଯୋଗାଇ ଦେବା ହେଉଛି ଗଛ ଲଗାଇ ବାର ମୂଳ ଲକ୍ଷ୍ୟ l ମାନବ ସମାଜ ଅମ୍ଳଜାନ ପାଇଲେ ସୁଖରେ ଜୀବନ ଜାପନ କରିପାରିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ l

ଏଣୁ ଯେତେ ଗଛ ଲଗାଇ ପାରିବ ସେତେ ଭଲ l ସର୍ବୋପରି ଜଙ୍ଗଲ ସୁରକ୍ଷା ପ୍ରତି ପ୍ରତ୍ୟେକ ଦୃଷ୍ଟି ଦେବା ନିହାତି ଜରୁରୀ ଅଟେ l ଜବାଗୁଡା ବନ ସୁରକ୍ଷା ସମିତି ଦ୍ଵାରା ବନ ସୁରକ୍ଷା, ଜଙ୍ଗଲରେ ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା,ଜଙ୍ଗଲରେ ନୂତନ ଚାରା ରୋପଣ କରି ଜଙ୍ଗଲ ସୃଷ୍ଠି କରିବା ନେଇ ନବରଙ୍ଗପୁର ବନ ବିଭାଗ ଦ୍ଵାରା ପ୍ରଥମ ପୁରସ୍କାର କୋଡ଼ିଏ ହଜାର ଟଙ୍କା ସେହି ଦଳକୁ ପ୍ରଦାନ କରାଯାଇଥିଲା l ପରେ ନବରଙ୍ଗପୁର ଚରକ ବନ ସମ୍ମୁଖ ରେ ବିଭିନ୍ନ ଚାରା ରୋପଣ କରାଯାଇଥିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପ୍ରଥମ କାଉଡ଼ିଆ ସଂସ୍କୃତି ସମ୍ପର୍କିତ ସାହିତ୍ୟ ସଭା , ରାଉରକେଲା ରୁ ସମ୍ବର୍ଦ୍ଧିତ ହେଲେ କବି କୁଞ୍ଜବିହାରୀ ରାଉତ ଓ ସସ୍ମିତା ପ୍ରଧାନ 

masiha

ଡ. ଜଗନ୍ନାଥ ପ୍ରସାଦ ଦାସ ଓ ଡ. ପଲଉ ପ୍ରଧାନ କଳାହାଣ୍ଡିଆଙ୍କ ସ୍ମୃତିରେ ଚିରଦିନ ରହିବେ

Sunil Chandra Nayak

ଜୁନାଗଡ଼ ସାହିତ୍ୟ ଓ ସଂସ୍କୃତି ସଂସଦର ଜନପଦ କବିତା ଆସର ଓ ଆଲୋଚନା ଚକ୍ର

masiha

Leave a Comment

error: Content is protected !!