ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରେ ଇସଲାମ ଧର୍ମଗୁରୁ ହଜରତ ମହମ୍ମଦ ଙ୍କ ୧୫୦୧ ତମ ଜନ୍ମଜୟନ୍ତୀ ଧୁମଧାମରେ ପାଳିତ

ରାଇରଙ୍ଗପୁର ରେ ଇସଲାମ ଧର୍ମଗୁରୁ ହଜରତ ମହମ୍ମଦ ଙ୍କ ୧୫୦୧ ତମ ଜନ୍ମଜୟନ୍ତୀ ଧୁମଧାମରେ ପାଳିତ

ରାଇରଙ୍ଗପୁର – ( ଅକ୍ଷୟ ବିଶ୍ବାଳ)୨୬/୦୮ ଆଜି ସଂଖ୍ୟାଲଘୁ ମୁସଲିମ ସମାଜର ଇସଲାମ ଧର୍ମର ଧର୍ମଗୁରୁ ହଜରତ ମହମ୍ମଦ ଙ୍କ ୧୫୦୧ ତମ ଜନ୍ମଜୟନ୍ତୀ ରାଇରଙ୍ଗପୁର ରେ ମୁସଲିମ ସମାଜ ତରଫରୁ ଧୁମଧାମରେ ପାଳନ କରାଯାଇଛି । ଆଜି ସକାଳୁ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଠାକୁରାଣୀଵେଡା,ଇଚିଣ୍ଡାର ସମସ୍ତ ପରିବାରର ଲୋକେ ଘର ଦ୍ବାର ପରିଷ୍କାର କରି ନବ ବସ୍ତ୍ର ପରିଧାନ କରି ମସଜିଦ‌ ଯାଇ ପୂଜାର୍ଚ୍ଚନା କରିଥିଲେ ।ପରେ ସଂଖ୍ୟାଲଘୁ ସଂପ୍ରଦାୟର ଆବାଳ ବୃଦ୍ଧ ବନିତା‌ ହାତରେ ଧର୍ମୀୟ ପତକା ଧରି ଏକ ବିଶାଳ ଶୋଭାଯାତ୍ରା ବାହାରି ରାଇରଙ୍ଗପୁର‌ସହରର ବଜାର ଗୋଲେଇ,ବିଜୁପଟନାୟକ ଛକ,ମେଡିକାଲ ଛକ,ଷ୍ଟେସନ ଛକ,ଛିଣ୍ଡା ଛକ ଦେଇ ସହର ପରିକ୍ରମା କରିଥିଲେ । ଧର୍ମୀୟ ଗୁରୁମୌଲାନା ହଜରତ ମହମ୍ମଦ ଙ୍କ ଯେଉଁ ସନ୍ଦେଶ ରହିଥିଲା ଭାଇଚାରାର, ପ୍ରେମର ଏବଂ ଶାନ୍ତିର ତାହା ଉପସ୍ଥାପନା କରିଥିଲେ | ଆଖପାଖ ଅଞ୍ଚଳରୁ ଆସିଥିବା ସମସ୍ତ ମୁସଲମାନ ଭାଇମାନେ ଯୋଗଦେଇଥିଲେ | ପରସ୍ପରକୁ କୁଣ୍ଢାଇବା ମୁଵାରକ ଜଣାଇଥିଲେ ।ମହମ୍ମଦ ଜୟନ୍ତୀ ହେଉଛି ଭାଇଚାରାର ସମ୍ପର୍କ ।ଅସହାୟକୁ ସାହାଯ୍ୟ ସହଯୋଗ,ସହାନୁଭୁତି ଓ ପ୍ରେମ ଦେବା । ଶୋଭାଯାତ୍ରା ଫେରିଲା ପରେ ପୂଜାର୍ଚନା କରାଯିବା ସହ କମିଟି ତରଫରୁ ସମସ୍ତଙ୍କ ପାଇଁ ଅନ୍ନ ବ୍ୟବସ୍ଥା କରାଯାଇଥିଲା ।

Related posts

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

ପାଣି ପାଇଁ ରାଜରାସ୍ତାରେ ଦଶପୁର ବାସୀ 

masiha

ଜିଲ୍ଲାପାଳଙ୍କ ତେନ୍ତୁଳିଖୁଣ୍ଟି ଗସ୍ତ : ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ଚାଲିଥିରେ କାର୍ଯ୍ୟ ର ସମୀକ୍ଷା

Sunil Chandra Nayak

Leave a Comment

error: Content is protected !!