ପ୍ରଦୂଷଣ ନିରାକରଣ ସମ୍ପର୍କରେ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ.
ରାଉରକେଲା,: ଏସ.ପି.ସି.ବି ଏବଂ ୱା.ଇ.ଏମ.ଏଫ.ଆଇ ର ମିଳିତ ଆନୁକୂଲ୍ୟରେ ପ୍ରଦୂଷଣ ନିରାକରଣ ସଂକ୍ରାନ୍ତୀୟ ଚିତାଙ୍କନ ଓ ବକୃତା ପ୍ରତିଯୋଗିତା ସ୍ଥାନୀୟ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ ରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏସ.ପି.ସି.ବି ର ରାଉରକେଲା ଆଞ୍ଚଳିକ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ଡ଼ ଅନୁପ କୁମାର ମଲ୍ଲିକ ଙ୍କ ନିର୍ଦେଶ କ୍ରମେ ଅନୁଷ୍ଠିତ ପ୍ରତିଯୋଗିତା ର ବିଷୟବସ୍ତୁ ୬ ଟି ବର୍ଗ ଙ୍କ ପାଇଁ ଭିନ୍ନ ଭିନ୍ନ ଥିଲା l ପିଲାଙ୍କ ମଧ୍ୟରେ ଜିଜ୍ଞାସା ସୃଷ୍ଟି ସହ ନିର୍ମଳ ପରିବେଶ ଓ ପ୍ରଦୂଷଣ ନିରାକରଣ ସମ୍ପର୍କ ରେ ସଚେତନତା ଜାଗ୍ରତ ପାଇଁ ଏହି ପ୍ରତିଯୋଗିତା କରାଯାଇଥିଲା l
ଆୟୋଜିତ ପ୍ରତିଯୋଗିତାରେ ବିଭିନ୍ନ ସ୍କୁଲ ର ପ୍ରାୟ ଚାରି ଶହ ରୁ ଅଧିକ ଛାତ୍ର ଛାତ୍ରୀ ଭାଗ ନେଇ ନିଜ ଅନ୍ତନିହିତ କଳା ଓ ସୃଜନଶୀଳ ପ୍ରତିଭା ର ପରିଚୟ ଦେଇଥିଲେ l
ଏଥିରେ ଉପ ପରିବେଶ ଯନ୍ତ୍ରୀ ଇଂ ରମଣୀ ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀ ଙ୍କୁ ଉତ୍ସାହିତ କରିଥିଲେ l ୱାଇ.ଏମ.ଏଫ.ଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଙ୍କ ତତ୍ୱାବଧାନରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ବିଚାରକ ମଣ୍ଡଳୀ ରେ ଚିତ୍ରଶିଳ୍ପୀ ଦେବେନ୍ଦ୍ର ମହାରଣା, ସୁନିତା ମହନ୍ତ, ସରିତା ନାୟକ,ଶ୍ରୀଧର ସାହୁ ଡ. ପ୍ରାଚୀସ୍ମିତା ଜେନା, ବିଜେତା ମହାନ୍ତି, ସୋନି ସୁମିତ୍ରା ଦାଶ, ମିତାଞ୍ଜଳି ଦାସ, ସୋନାଲି ସରକାର, ରଶ୍ମିତା ସାହୁ, ଜୋତ୍ସ୍ନା ରାଣୀ ନନ୍ଦ, ମୋନାଲିସା ସାହୁ ପ୍ରମୁଖ ଉପସ୍ଥିତ ରହି ମୂଲ୍ୟାଙ୍କନ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷକ, ଶିକ୍ଷୟତ୍ରୀ ଓ ସ୍କାଉଟ ଗାଇଡ଼ ସ୍ବେଛାସେବୀ ମାନେ ସହଯୋଗ କରିଥିଲେ l
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

