ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲମ ଛାଡିବା ପାଇଁ ଜିଲ୍ଲା ସ୍ତରୀୟ ଅମଲାଙ୍କ ସଜବାଜ

ନବରଙ୍ଗପୁର–(ମସିହା) ଅମଲା ସଂଘ ଗଠନ ହୋଇ ଦୀର୍ଘ ୮୦ ବର୍ଷ ଅତିକ୍ରମ ହେଲା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଓଡିଶା ସରକାର ସଂଘର ଗୋଟିଏ ଦାବି ପୂରଣ କରିବାରେ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି । ଏହା ଭିତରେ ମୂଳ ଅମଲା ସଂଘରୁ ଭାଗ ଭାଗ ହୋଇ ବିଭିନ୍ନ ଅମଲା ସଂଘ ଗଠନ ହୋଇଯାଇଛି । ଯାହା ଦ୍ଵାରା ସରକାର ଏହାର ଫାଇଦା ଉଠାଇ ଅମଲା ମାନଙ୍କର ନାର୍ଯ୍ୟ ଦାବି ପୂରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ରାଜ୍ୟ ପ୍ରଶାସନର ମୌଳିକ ସେବା ପ୍ରଦାନରେ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ଦର୍ଶାଇ ଜନସାଧାରଣଙ୍କ ସେବାରେ ଅହରହ ନିଯୁକ୍ତ ଏହି ବର୍ଗର କର୍ମଚାରୀ ମାନେ ସରକାରୀ ଅବହେଳାର ଚରମ ଶିକାର ହେଉଛନ୍ତି ବୋଲି ବିଳମ୍ବରେ ହେଲେ ମଧ୍ୟ ବିଭିନ୍ନ ଅମଲା ସଂଗଠନ ମାନେ ଉପଲବ୍ଧି କରିସାରିଲେଣି । ଏହି ପରିପେକ୍ଷିରେ ତା ୦୫.୦୩.୨୦୨୩ ରିଖ ଦିନ ରାଜ୍ୟ ସଚିବାଳୟ ସେବା ବୈଠକ ଗୃହରେ ଓଡିଶା ଅମଲା ସଂଘ, ଓଡିଶା ରାଜସ୍ୱ ଅମଲା ସଂଘ, ନିଖିଳ ଓଡିଶା ଟ୍ରେଜରି ଅମଲା ସଂଘ ଓ ଓଡିଶା ସବରେଜିଷ୍ଟର ଅମଲା ସଂଘଙ୍କ ର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୂର୍ବ ମତଭେଦକୁ ଦୂରେଇ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ସାମୁହିକ ସ୍ଵାର୍ଥ ହାସଲ କରିବା ନିମନ୍ତେ ଏକତ୍ରିତ ହୋଇ ଏକ ମିଳିତ ମଞ୍ଚ ଗଠନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଆହ୍ଵାନ ଦେଇଥିଲେ । ଏହି ଅବସରରେ ରାଜ୍ୟ ସ୍ତରରେ ବିଭିନ୍ନ ରାଜ୍ୟ ନେତୃବୃନ୍ଦଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ଗଠନ କରାଯାଇ, ଆସନ୍ତା ତା ୩୧.୦୩.୨୦୨୩ ରିଖ ମଧ୍ୟରେ ଜିଲ୍ଲାୱାରୀ ସମସ୍ତ ସମଭାବପନ୍ନ ଅମଲା ସଙ୍ଘକୁ ନେଇ ମିଳିତ ମଞ୍ଚ ଗଠନ କରି, ବୈଠକର ବିବରଣୀର ଏକକିତା ନକଲ ରାଜ୍ୟ ଅମଲା ମିଳିତ ମଞ୍ଚଙ୍କ ନିକଟକୁ ପଠାଇବାକୁ ନିଷ୍ପତି ନିଆଯାଇଥିଲା । ରାଜ୍ୟ ସଂଘର ନିଷ୍ପତି ଅନୁସାରେ ଆଜି ତା ୨୫.୦୩.୨୦୨୩ ରିଖ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଏକ ମିଳିତ ଅମଲା ମଞ୍ଚ ଗଠନ କରାଯାଇଛି । ଏହି ବୈଠକରେ ସର୍ବସମ୍ମତି କ୍ରମେ ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ ଙ୍କ କୈଲାସ ଦାସ ଙ୍କୁ ନବରଙ୍ଗପୁର ଜିଲ୍ଲା ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ଏବଂ ଏମ୍ ବାଲ କୃଷ୍ଣ ରାଓ ଙ୍କୁ ଆବାହକ ଭାବେ ମନୋନୀତ କରାଯାଇ ପ୍ରତ୍ୟେକ ବିଭାଗରୁ ମିଳିତ ଅମଲା ମଞ୍ଚର ପ୍ରତିନିଧି ଭାବେ ମନୋନୀତ କରାଯାଇଥିଲା । ଦାବି ପୂରଣ ଦିଗରେ ରାଜ୍ୟ ମିଳିତ ଅମଲା ସଂଘ ଯାହା ଆନ୍ଦୋନାତ୍ମକ ପନ୍ଥା ଗ୍ରହଣ କରିବ, ତାହାକୁ ଜିଲ୍ଲା ସ୍ତରରେ ବ୍ୟାପକ କରିବା ପାଇଁ ଉପସ୍ଥିତ ସଭ୍ୟ ମାନେ ନିଷ୍ପତି ନେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନୀଳାଞ୍ଚଳ ପଣ୍ଡା, ଯାଦବ ନାୟକ, ମଧୁସ୍ମିତା ଖୋସ୍ଲା, ଆଶୁତୋଷ ମହାନ୍ତି, ଦିଲ୍ଲୀପ କୁମାର ସାହୁ, ଦେବେନ୍ଦ୍ର ବିଶୋଇ, ସୂରଜ କୁମାର ସ୍ଵାଇଁ, ଅରୁଣ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

Renowned Lawyer Sai Prasad Felicitated on Completing 25 Years in Profession  

masiha

ଫେରାର୍ ଉଦ୍ୟମ ବେଳେ ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ।୨୦ ଗୋରୁ ଉଦ୍ଧାର,ଚାଳକ ଫେରାର୍ 

Sunil Chandra Nayak

ସରକାର ଙ୍କ ଉପରେ ତାତିଲେ : ବାଣପୁର ବ୍ଲକ ଶାଖା ଡ୍ରାଇଭର ମହାସଙ୍ଘ

Sunil Chandra Nayak

Leave a Comment

error: Content is protected !!