ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ.ରାମପୁର ଓକିଲ ସଂଘ ନିର୍ବାଚନ: ୫ମ ଥର ପାଇଁ ସଭାପତି ହେଲେ ଜୟକୁମାର ସିଂଦେଓ

ମ.ରାମପୁର,୨୫/୦୩(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ଓକିଲ ସଂଘ ନିର୍ବାଚନ ଓକିଲ ସଂଘ କାର୍ଯ୍ୟାଳୟ ରେ ନିର୍ବାଚନ ଅଧିକାରୀ ଓକିଲ ବିଶ୍ବମ୍ବର ରଣା ଓ ଦୁର୍ଗା ପ୍ରସାଦ ମିଶ୍ର ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ୬୫ ଜଣ ଓକିଲ ସଦସ୍ୟ ଭୋଟରଙ୍କ ମଧ୍ୟରୁ ୪୯ ଜଣ ଓକିଲ ନିଜର ଭୋଟ ଦାନ କରିଥିଲେ l ସଭାପତି ପଦବୀରେ ଜୟକୁମାର ସିଂହଦେଓ ୪୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ସତ୍ୟ ଜିତ ଚାଟାର୍ଜୀ ୯ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ। ସେହିପରି ଉପସଭାପତି ଭାବରେ ପ୍ରଶାନ୍ତ କୁମାର ତ୍ରିପାଠୀ, ସମ୍ପାଦକ ଭାବରେ ଜତିନ ସାହୁ, ଯୁଗ୍ମ ସମ୍ପାଦକ ଆଶିସ କୁମାର ମିଶ୍ର, ଶୁଭେନ ପଟ୍ଟନାୟକ, କୋଷାଧ୍ୟକ୍ଷ ନରେଶ କୁମାର ସାହୁ ଏବଂ ପରିଚାଳନା କମିଟି ସଦସ୍ୟ ଭାବରେ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ସପନ କୁମାର ପଟ୍ଟନାୟକ, ପ୍ରଦୀପ କୁମାର ପ୍ରହରାଜ ,ଅଶ୍ବିନୀ କୁମାର ପଣ୍ଡା, ମମତା ଭୋଇ ନିର୍ବାଚିତ ହୋଇଛନ୍ତି l ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ରଣା ସଭାପତି, ସମ୍ପାଦକ ଓ ସମସ୍ତ କମିଟି ସଦସ୍ୟ ମାନଙ୍କୁ ଶପଥ ପାଠ କରିଥିଲେ। ଲଗାତାରା ୫ମ ଥର ପାଇଁ ଶ୍ରୀଯୁକ୍ତ ସିଂହଦେଓ ସଭାପତି ପଦବୀରେ ନିର୍ବାଚିତ ହୋଇଥିବାରୁ ଶୁଭେଚ୍ଛାର ସୁଅ ଛୁଟୁଛି l 

ମ ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

Sunil Chandra Nayak

ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ରିଜର୍ଭ ପଡିଆ ଠାରେ ୮୭ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ଉତ୍କଳ ପରିଷଦ ପକ୍ଷରୁ ଉତ୍କଳ ଦିବସ ପାଳନ 

masiha

Leave a Comment

error: Content is protected !!