ପାପଡାହାଣ୍ଡି,25/4, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଥାନା ଅନ୍ତର୍ଗତ ୨୬ ନଂ ଜାତୀୟ ରାଜପଥଦେଇ ଯାଇଥିବା ଆମପାଣି ଘାଟିର ଭାଲୁଝର ନିକଟରେ କାର ଓ ବାଇକ ମୁହାଁମୁହିଁ ହେବା ଫଳରେ ଦୁଇ ବାଇକ ଆରୋହି ଗୁରୁତର ଆହତ ହୋଇଛନ୍ତି ।ସେମାନଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ସୂଚନା ମିଳିଛି ।ସୂଚନା ପ୍ରକାରେ ବାଇକ ଆରହି ଦୁଇ ସାଙ୍ଗ ଧନୁର୍ଯ୍ୟୟ ଚଲାଣ ଓ ଭାଗିରଥି ଗୌଡ଼ କୌଣସି କାମରେ (ଓଡ଼ି୦୮ଏମ ୬୮୪୩ )ଆମପାଣି ଯାଇଥିଲେ । ନିଜ ଘରକୁ ଫେରିବା ସମୟରେ ଭାଲୁଝର ନିକଟରେ ବିପରୀତ ଦିଗରେ ଆସୁଥିବା ଏକ ଧଳା କାର (ଓଡ଼ି୦୨ଇ ୬୭୦୪ ) ସହିତ ଧକ୍କା ହୋଇଥିଲା।ଫଳରେ ଦୁଇ ବାଇକ ଆରୋହି ଗୁରତର ହୋଇଥିଲେ ।ଲୋକଙ୍କ ସାହାଯ୍ୟରେ ଦୁଇ ଜଣଙ୍କୁ ମୈଦଲପୁର ମେଡିକାଲ ଆଣିଥିଲେ ।ଅଧିକ ଗୁରତର ହେବାରୁ ତାଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।