ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର ବାଇକ ମୁହାଁମୁହିଁ ହୋଇ 2 ଗୁରୁତର 

ପାପଡାହାଣ୍ଡି,25/4, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଥାନା ଅନ୍ତର୍ଗତ ୨୬ ନଂ ଜାତୀୟ ରାଜପଥଦେଇ ଯାଇଥିବା ଆମପାଣି ଘାଟିର ଭାଲୁଝର ନିକଟରେ କାର ଓ ବାଇକ ମୁହାଁମୁହିଁ ହେବା ଫଳରେ ଦୁଇ ବାଇକ ଆରୋହି ଗୁରୁତର ଆହତ ହୋଇଛନ୍ତି ।ସେମାନଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ସୂଚନା ମିଳିଛି ।ସୂଚନା ପ୍ରକାରେ ବାଇକ ଆରହି ଦୁଇ ସାଙ୍ଗ ଧନୁର୍ଯ୍ୟୟ ଚଲାଣ ଓ ଭାଗିରଥି ଗୌଡ଼ କୌଣସି କାମରେ (ଓଡ଼ି୦୮ଏମ ୬୮୪୩ )ଆମପାଣି ଯାଇଥିଲେ । ନିଜ ଘରକୁ ଫେରିବା ସମୟରେ ଭାଲୁଝର ନିକଟରେ ବିପରୀତ ଦିଗରେ ଆସୁଥିବା ଏକ ଧଳା କାର (ଓଡ଼ି୦୨ଇ ୬୭୦୪ ) ସହିତ ଧକ୍କା ହୋଇଥିଲା।ଫଳରେ ଦୁଇ ବାଇକ ଆରୋହି ଗୁରତର ହୋଇଥିଲେ ।ଲୋକଙ୍କ ସାହାଯ୍ୟରେ ଦୁଇ ଜଣଙ୍କୁ ମୈଦଲପୁର ମେଡିକାଲ ଆଣିଥିଲେ ।ଅଧିକ ଗୁରତର ହେବାରୁ ତାଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ସରପଞ୍ଚ ସରକାରଙ୍କ ତରଫରୁ ବନ୍ଦ ହୋଇଥିବା ପ୍ରାଥମିକ ସ୍କୁଲ ରେ ୨୫ ଜଣଙ୍କୁ ନାମ ପଞ୍ଜିକରଣ କରାଇ ସ୍କୁଲ ଚାଲୁ ରଖିଲେ                             

Sunil Chandra Nayak

ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷ ରୋପଣ

ଦୁର୍ଘଟଣା ର ଶିକାର ହୋଇଥିବା ଦିବ୍ୟାଙ୍ଗ ଙ୍କୁ ସହାୟତା ହାତ ବଢ଼ାଇଲେ ସମାଜସେବୀ

Leave a Comment

error: Content is protected !!