ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ଦିନିଆ ରାଜ୍ୟ ସ୍ତରୀୟ ମାନବାଧିକାର କର୍ମୀ ସମ୍ମିଳନୀ ଅନୁଷ୍ଠିତ

ନବରଙ୍ଗପୁର (ମସିହା): ବାରିପଦା ମୁର୍ଗାବାଡି ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଜାତୀୟ ମାନବାଧିକାର ସାମୁଖ୍ୟ ସଂଗଠନ ପକ୍ଷରୁ , ଚଳିତ ଜାନୁଆରୀ ମାସ ୭ ଓ ୮ ତାରିଖ ଦୁଇ ଦିନ ଧରି ମାନବାଧିକାର କୁ କିଭଳି ସୁରକ୍ଷା କରାଯାଇପାରିବ ସେଥିପାଇଁ ଏକ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆଜିର ସମାଜରେ ପ୍ରତ୍ୟେକ ମଣିଷ ନିଜର ବଞ୍ଚିବାର ଅଧିକାର ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ଅବସ୍ଥା ମାନ ଦେଇ ଗତି କରେ ତାହା ଆମର ଅଧିକାର ଅଟେ। ତେଣୁ ଦୈନନ୍ଦିନ ଜୀବନରେ ଆମ ସମାଜରେ ଯେଉଁ ମାନେ ନିଜର ମାନବିକ ଅଧିକାର ହରାଇ ବସୁଛନ୍ତି ଏବଂ ବିଭିନ୍ନ ସ୍ଥାନରେ ଭ୍ରଷ୍ଟାଚାର ଓ ଶୋଷଣର ର ଶିକାର ହେଉଛନ୍ତି, ସେମାନଙ୍କୁ କିପରି ଭାବରେ ଆମେ ନିଃସ୍ଵାର୍ଥପର ସେବା ଯୋଗାଇ ଦେବା, ସେଥିପାଇଁ ମାନବାଧିକାର ସୁରକ୍ଷା କର୍ମୀ ମାନେ, ଆଗାମୀ ଦିନରେ ଲଢେଇ ଜୋରଦାର କରିବେ ବୋଲି ଉଦଘାଟନୀ ଉତ୍ସବରେ ସମସ୍ତେ ଶପଥ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା,ମୁଖ୍ୟ ବକ୍ତା ଭାବେ ମୟୂରଭଞ୍ଜ ଜିଲ୍ଲା ଓକିଲ ସଂଘର ସଂପାଦକ ବିପ୍ଳବ ବାରିକ୍, ସମ୍ମାନିତ ଅତିଥି ଭାବେ ରାଜ୍ୟ କୃଷି ନିଗମ ବୋର୍ଡ଼ ର ଅଧ୍ୟକ୍ଷ ଦେବାଶିଷ ମହାନ୍ତିଙ୍କ ସହିତ ଜାତୀୟ ମାନବାଧିକାର ସାମୁଖ୍ୟ ର ଅଧ୍ୟକ୍ଷ ରମେଶ ଭାରତୀ, ରାଷ୍ଟ୍ରୀୟ ସଂଯୋଜକ ରମେଶ ମହାଳିକ, ରାଜ୍ୟର ବରିଷ୍ଠ ଉପଦେଷ୍ଟା ସ୍ୱରୂପ କୁମାର ପଟ୍ଟନାୟକ ଓ ଆଶିଷ ବଶା ପ୍ରମୁଖ ଯୋଗ ଦେଇଥିଲେ। ଉଦ୍ଘାଟନ ଉତ୍ସବ ପରେ ଆଗାମୀ ବାର୍ଷିକ ଯୋଜନାର ତାଲିକା ପ୍ରସ୍ତୁତ କରାଯାଇଥିଲା।ଏହି ଦୁଇଦିନିଆ କର୍ମଶାଳାର ଦ୍ଵିତୀୟ ଦିବସର ପ୍ରଥମାର୍ଦ୍ଧରେ ମୟୂରଭଞ୍ଜ ଜିଲ୍ଲା ଉପସଭାପତି ଅନୀଲ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଦୈନିକ ଇଂରାଜୀ ଖବରକାଗଜ “ଓଡ଼ିଶା ଟୁଡେ”ସମ୍ପାଦକ ଅବିନାଶ ମିଶ୍ର, ପ୍ରଶିକ୍ଷକ ଭାବରେ ବିଶିଷ୍ଟ ଲେଖକ ଫାଗୁରାମ ମାରାଣ୍ଡି, ବରିଷ୍ଠ ଆଇନଜୀବୀ ଲିଙ୍ଗରାଜ ମିଶ୍ର, ହରିଜନ ସେବକ ସଂଘର ରାଜ୍ୟ ସମ୍ପାଦକ ତଥା ଗାନ୍ଧୀବାଦୀ ଆର୍ଯ୍ୟଭଟ୍ଟ ମହାନ୍ତି ପ୍ରମୁଖ ଯୋଗ ଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।୮ ତାରିଖ ସଂଧ୍ୟାରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେଉଥିଲା। ଏହି ଉଦଯାପନୀ ସଭାରେ ବାଲେଶ୍ଵର ର ପୂର୍ବତନ ସାଂସଦ, ତଥା ବିଶିଷ୍ଟ ସ୍ତମ୍ଭକାର ମହାମେଘ ବାହନ ଐର ଖାରବେଳ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାମ୍ବାଦିକ ଓ କବି ଅଭୟ ଦାସ, କଟକର ବିଶିଷ୍ଟ ଲେଖକ ପ୍ରମୋଦ କୁମାର ଲେଙ୍କା, ରାଜ୍ୟ ଉପଦେଷ୍ଟା ତଥା “ମୋ ଅଧିକାର” ସ୍ମରଣିକା ର ମୁଖ୍ୟ ସମ୍ପାଦକ ଆଶିଷ କୁମାର ବଶା, ସଂଗଠନ ର ଅଧ୍ୟକ୍ଷ ରମେଶ ଭାରତୀ ପ୍ରମୁଖ ଯୋଗ ଦେଇଥିଲେ। ସଂଗଠନ ର ମୟୁରଭଞ୍ଜ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ପାଲ ଉଭୟ ଉଦ୍ଘାଟନି ଓ ଉଦଯାପନୀ ସଭାରେ ସଭାପତିତ୍ବ କରିଥିଲେ। ରାଜ୍ୟ ସଂଯୋଜିକା ଶୁଭସ୍ମିତା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ସଂଗଠନ ପକ୍ଷରୁ ପ୍ରସ୍ତୁତ ହୋଇଥିବା ସ୍ମରଣିକା “ମୋ ଅଧିକାର”ଅତିଥି ମହୋଦୟ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଉଦଯାପନୀ ଉତ୍ସବ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଭୂବନେଶ୍ଵର ରୁ ଆସିଥିବା ଓଡ଼ିଆ ସିରିଏଲ ର ଅଭିନେତ୍ରୀ ଓ ମଞ୍ଚ ଉପସ୍ଥାପିକା ମିସ୍ ବୁଲବୁଲଙ୍କ ସୁମଧୁର ସ୍ଵରରେ ମଞ୍ଚ ପରିଚାଳନା ରେ ମୁଗ୍ଧ ହୋଇଥିଲେ ଉପସ୍ଥିତ କର୍ମୀ ଓ ଅତିଥି। ଏହି ଦୁଇଦିନିଆ ମାନବାଧିକାର କନକ୍ଲେଭ୍-୨୦୨୩ କୁ ସଂଗଠନର ରାଷ୍ଟ୍ରୀୟ ଉପସଭାପତି ତପନ କୁମାର ପତି ପରିଚାଳନା କରିଥିବା ବେଳେ ଏଥିରେ ସହଯୋଗ କରିଥିଲେ ପ୍ରାଣକୃଷ୍ଣ ଖଣ୍ଡା, ଜିତେନ୍ଦ୍ର କୁମାର ସାହୁ, ଗୋବିନ୍ଦ ଚନ୍ଦ୍ର ଗିରି,ସତ୍ୟ ରଞ୍ଜନ ନାୟକ, ସତ୍ୟଜିତ ସାମନ୍ତରାୟ ଲାଲ୍ ଖାନ୍,ଅନୁପମା ରଣା, ମନୋଜ ସାମନ୍ତରାୟ,ଭିକାରୀ ନାୟକ, ଭାରତୀ ପଣ୍ଡା,କାହ୍ନୁ ପାକଳ, ନାରାୟଣ ମଲ୍ଲିକ,ଲକ୍ଷ୍ମୀପ୍ରିୟା ସାହୁ, ବୈଷ୍ଣବ ଦଳେଇ, ସଂଗ୍ରାମ ପ୍ରଧାନ, ରାଜଶ୍ରୀ ପାଣିଗ୍ରାହୀ, ନିର୍ମଳ ଚନ୍ଦ୍ର ସ୍ବାଇଁ, ଉପେନ୍ଦ୍ର ରାଉଳ,ପ୍ରଶାନ୍ତ କର୍ଣ୍ଣ, ରବିନାରାୟଣ ମହାନ୍ତି,ଦିବ୍ୟଲୋଚନ କର୍ଣ୍ଣ, କାହ୍ନୁ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଓଡ଼ିଶାର ପ୍ରାୟ ୨୧ ଟି ଜିଲ୍ଲାରୁ ପାଖାପାଖି ଦେଢ଼ ଶହରୁ ଉର୍ଦ୍ଧ୍ବ ମାନବାଧିକାର କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଶତାୟୁ,ପିଏମ୍ ଶ୍ରୀ ବି.ବି.ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ବର୍ଣ୍ଣାଢ଼୍ୟ ହିନ୍ଦୀ ପକ୍ଷ -୨୦୨୫ ଓ ଦିବସ ଉଦ୍ ଯାପିତ

Sunil Chandra Nayak

ଶ୍ରୀ ଶ୍ରୀ ଶାରଳା ମନ୍ଦିର ପତାଞ୍ଜଳି ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ମୁଖ୍ୟସ୍ରୋତରେ ଲିଙ୍ଗଗତ ଅନ୍ତର୍ଭୁକ୍ତିକରଣ ସମ୍ପର୍କିତ ଏକ ଦିନିଆ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!