ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ତାଜା ଖବର

ଏଥର ବିନା ପ୍ରମାଣ ପତ୍ରରେ ହେବ ଆଧାର ଅପଡେଟ୍

ଘରର ମୁରବିଙ୍କ ଅନୁମତି ମିଳିଲେ ଅନଲାଇନରେ ହିଁ ଆଧାରକାର୍ଡକୁ ଅପଡେଟ୍ କରିହେବ….

ଆଧାର କାର୍ଡ, ଏବେ ପ୍ରତିଟି କ୍ଷେତ୍ରରେ ଆବଶ୍ୟକ ପଡୁଥିବା ଏକ ପ୍ରମାଣ ପତ୍ର । ସ୍କୁଲରେ ପିଲାଙ୍କ ନାମ ଲେଖାଠୁ ଆରମ୍ଭ କରି ମୃତ୍ୟୁ ପରେ ଲୋକଙ୍କ ଡେଥ୍ ସାର୍ଟିଫିକେଟ୍ ବାହାର କରିବା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଆଧାର କାର୍ଡ ଜରୁରୀ ହୋଇପଡିଛି । କିନ୍ତୁ ଆଧାର କାର୍ଡରେ ଯଦି କୌଣସି ଭୁଲ ଭଟକା ଥାଏ, ଯେପରିକି ନାମ, ଠିକଣା କିମ୍ବା ଡେଟ୍ ଅଫ୍ ବାଥ୍ ଭୁଲ ଥାଏ ତେବେ ତାକୁ ଠିକ୍ କରିବାକୁ ପଡିଥାଏ । ଯେଉଁଥିପାଇଁ ପୂର୍ବରୁ ପ୍ରମାଣ ପତ୍ର ସହ ୟୁଆଇଡିଏଆଇର ଅନୁମତି ଆବଶ୍ୟକ ପଡୁଥିଲା । କିନ୍ତୁ ବର୍ତ୍ତମାନ ଆଧାରକାର୍ଡରରେ କୌଣସି ଅପଡେଟ୍ କରିବା ପାଇଁ ଆଉ ୟୁଆଇଡିଏଆଇର ଅନୁମତି ଆବଶ୍ୟକ ପଡିବ ନାହିଁ । କେବଳ ଘରର ମୁରବିଙ୍କ ଅନୁମତି ମିଳିଲେ ଅନଲାଇନରେ ହିଁ ଆଧାରକାର୍ଡକୁ ଅପଡେଟ୍ କରିହେବ । ଆସନ୍ତୁ ଜାଣିବା କିପରି କରିବେ ଅପଡେଟ୍ ।

ଏପରି ଅପଡେଟ୍ ହେବ ଆଧାର…

ୟୁଆଇଡିଏଆଇର କହିବା ଅନୁସାରେ, ଆଧାର ଧାରକଙ୍କ ଆଧାର ଅପଡେଟ୍ ପାଇଁ ଏକ ନୂଆ ନିୟମ ଅଣାଯାଇଛି । ଏହି ନିୟମ ଅନୁସାରେ, ଆଧାର ଅପଡେଟ୍ ପାଇଁ କୌଣସି ଡକ୍ୟୁମେଣ୍ଟର ଆବଶ୍ୟକତା ପଡିବ ନାହିଁ । ଏଥିପାଇଁ କେବଳ ପରିବାରର ମୁଖିଆଙ୍କ ଅନୁମତି ଆବଶ୍ୟକ ପଡିଥାଏ । ଅପଡେଟ୍ ପାଇଁ ଆବେଦନକାରୀ ଏବଂ ପରିବାରର ମୁଖିଆଙ୍କ ନାଁ ଓ ଦୁହିଁଙ୍କର ସମ୍ପର୍କକୁ ଉଲ୍ଲେଖ କରୁଥିବା ଡକ୍ୟୁମେଣ୍ଟର ଆବଶ୍ୟକ ପଡିଥାଏ । ଯେପରିକି ରାସନ କାର୍ଡ. ମାର୍କସିଟ୍, ମ୍ୟାରେଜ୍ ସାର୍ଟିଫିକେଟ୍, ଆଦି ଦସ୍ତାବିଜର ବ୍ୟବହାର କରିପାରିବେ ।

ଏହା ଦ୍ବାରା ବାହାରେ ରହୁଥିବା ଲୋକଙ୍କୁ ମିଳିବ ଲାଭ

ଅନେକ ଲୋକ ଅଛନ୍ତି ଯେଉଁମାନେ ରୋଜଗାର ପାଇଁ ଘର ବାହାରେ ଚାକିରି କରୁଛନ୍ତି କିମ୍ବା କୌଣସି କମ୍ପାନୀରେ ମୁଲ ଲାଗୁଛନ୍ତି । ଯେଉଁମାନଙ୍କ ପାଖରେ କୌଣସି ଡକ୍ୟୁମେଣ୍ଟ୍ ନାହିଁ,ସେହିଭଳି ଲୋକଙ୍କ ପାଇଁ ଅନଲାଇନରେ ଆଧାର ଅପଡେଟର ଏହି ପ୍ରକ୍ରିୟା ଲାଭଦାୟକ ହେବ । ନିକଟରେ କୌଣସି ଦସ୍ତାବିଜ ନଥିଲେ ବି ସେମାନେ ଅନଲାଇନରେ ଘରର ମୁରବିଙ୍କ ଅନୁମତି ନେଇ ନିଜ ଆଧାରକୁ ଅପଡେଟ୍ କରିପାରିବେ । ସଂପ୍ରତି ୫ଜି ଆସିବା ପରେ ଅନଲାଇନ୍ କାମ ଆହୁରି ସହଜ ହୋଇଯିବ । 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମୋବାଇଲ ରିଚାର୍ଜ ୧୦% ମହଙ୍ଗା ହେବ , ବିଶେଷଜ୍ଞ ଙ୍କ ଆକଳନ…

Sunil Chandra Nayak

ଆସନ୍ତାକାଲିଠୁ ବଦଳ ହେବ ୨୦୦୦ ଟଙ୍କିଆ ନୋଟ , ବ୍ୟାଙ୍କ ପାଇଁ ଗାଇଡଲାଇନ ଜାରି କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

Sunil Chandra Nayak

ଶୌଚାଳୟ ବ୍ୟବହାର ପାଇଁ ଦେବାକୁ ପଡିବ ନାହିଁ ଟଙ୍କା, ମାଗଣା ହେଲା ଶୌଚାଳୟ ସେବା

Sunil Chandra Nayak

Leave a Comment

error: Content is protected !!