ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ଅIପ୍ପରେଣ୍ଟିସିପି ମେଳା ୨୦୨୩ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ରାୟଗଡା ରେ ଅନୁଷ୍ଠିତ

ରାୟଗଡ:- ଜିଲ୍ଲାଶିଳ୍ପ ତାଲିମ ଅନୁଷ୍ଠାନ ରାୟଗଡା ଠାରେ ଗତ ୯/୧/୨୩ରିଖରେ ପ୍ରଧାନମନ୍ତ୍ରୀ ଅIପ୍ପରେଣ୍ଟିସିପି ୨୦୨୩ ମେଳା ଅନୁଷ୍ଠିତ ହୋଇଥିଲା l ଏହି ମେଳାରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲାପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ବେହେରା, ମୁଖ୍ୟବକ୍ତା ଶ୍ରୀଯୁକ୍ତ ଆର ସି ମଣ୍ଡଳ, ଡେପୁଟି ଡାଇରେକଟର, ଏନ ଏସ ଟି ଆଇ ଭୁବନେଶ୍ୱର, ଶ୍ରୀଯୁକ୍ତ ତତ୍ୱମସି ମହାପାତ୍ର ଜିଲ୍ଲା ନିୟୋଜନ ଅଧିକାରୀ, ଶ୍ରୀଯୁକ୍ତ ବସନ୍ତ ପ୍ରଧାନ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ଶ୍ରୀଯୁକ୍ତ ଏନ କୋଟିରତନମ ଡେପୁଟି ଡାଇରେକଟର, ଏମଏସଏମି ରାୟଗଡା ଯୋଗଦାନ ଦେଇଥିଲେ । ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅତୁଲ୍ୟ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏଇ ମେଳା ରେ ନିମନ୍ତ୍ରିତ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ| ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଧର୍ମାନନ୍ଦ ବେହେରା ଅତିରିକ୍ତ ଜିଲାପାଳ ରାୟଗଡା, ସ୍ଥାନୀୟ କମ୍ପାନୀ ମାନଙ୍କୁ ବହୁ ମାତ୍ର ରେ ଆଇଟିଆଇ ଛାତ୍ର ଛାତ୍ରୀ ମାନଙ୍କୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ଅଭିଭାଷଣ ରଖିଥିଲେ l ଜିଲା ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ତତ୍ୱାମସି ମହାପାତ୍ର ତାଙ୍କ ଅଭିଭାଷଣରେ ଦକ୍ଷତାର ସୁଵିକାଶ ପାଇଁ ପରାମର୍ଶ ଦେଇଥିଲେ I ଅନ୍ୟ ଅତିଥି ବୃନ୍ଦ ସେମାନଙ୍କର ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରିଥିଲେ l ଏହି ମେଳାରେ ୧୬୨ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଏବଂ ଜିଲାର ପ୍ରାୟ ୦୮ ଗୋଟି କମ୍ପାନୀ ଯୋଗଦାନ କରି ୧୪୩ ଛାତ୍ର ଛାତ୍ରୀଙ୍କୁ ଚୟନ କରିଥିଲେ । ଅନୁଷ୍ଟାନ ର ତାଲିମ ଅଧିକାରୀ ଶ୍ରୀଯୁକ୍ତ ନିଶିକାନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶ୍ରୀ ସନ୍ତୋଷ କୁମାର ସାହୁ ମଂଚ ପରିଚାଳନା କରିଥିଲେ I

ରାୟଗଡ଼ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ସରକାରୀ ଉଚ୍ଚ ବିଦ୍ୟାଳୟ ବୁଡ଼ାଗୁଡା ବ୍ଲକ୍ ସ୍ତରୀୟ ସର୍ଗିଫୁଲ୍ ଶିଶୁ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ସ୍ଵାଧୀନତା ସଂଗ୍ରାମୀ ତଥା ଅଞ୍ଚଳର ବିଶିଷ୍ଟ ଆଇନଜୀବୀ ଓ ସମାଜସେବୀ ସ୍ଵର୍ଗତ ଅର୍ଜୁନ ପଟ୍ଟଯୋଶୀଙ୍କ ୧୦୨ ତମ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆରଏମସି ତରଫରୁ ମହିଳା ସଫେଇ କର୍ମଚାରୀଙ୍କ ସମ୍ମାନାର୍ଥେ ଆୟୋଜିତ ହେଲା ବଡ଼ାଖାନା

masiha

Leave a Comment

error: Content is protected !!