ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ 

ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ 

ଡାବୁଗାଁ, ୧/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟର ବିଡିଓ ଙ୍କ କକ୍ଷ ଠାରେ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ ବିଡିଓ ଶରତ ମାଝି ଙ୍କ ଅଧ୍ୟକ୍ଷତାରେ ଶନିବାର ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ପରାମର୍ଶ ଶିବିର ର ପ୍ରଚାର ପ୍ରସାର, ୧୮ ରୁ ୩୫ ବର୍ଷ ପର୍ଯ୍ୟନ୍ତ ଯୁବତୀ ଯୁବକ ମାନେ କିପରି ଅଧିକରୁ ଅଧିକ ଯୋଗ ଦେବା, ପଞ୍ଚମ ରୁ ଊର୍ଦ୍ଧ୍ଵ ପାଠ ପଢିଥିବା ଯୁବତୀ ଯୁବକ ଏହି ନିଯୁକ୍ତି ପରାମର୍ଶ ଶିବିରରେ ଯୋଗ ଦେବେ ସେ ବିଷୟରେ ଆଲୋଚନା ହୋଇଥିଲା | ଏହି ବୈଠକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ମାନସ କୁମାର ନେଟୀ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିବାହୀ ଅଧିକାରୀ ଏ.ଡି ପ୍ରସାଦ, ଦିବ୍ୟଶଙ୍କର ପୂଜାରୀ, ହଳଧର ଜାନୀ, ରୂପାଲୀ ମଣ୍ଡଳ, ସରପଞ୍ଚ ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପ୍ରଗତି ଉତ୍କଳ ସଂଘରେ ବାର୍ଷିକ ସାଧାରଣ ସଭା ସହ ପଖାଳ ଦିବସ ପାଳନ

Sunil Chandra Nayak

ଦେଓଗାଁ ବ୍ଲକ ଧଣ୍ଡlମାଳ ଗାଁ ରେ ବିଶାଳ ଆଦିବାସୀ ସମ୍ମିଳନୀ , ଜମି ଜଳ ଜଙ୍ଗଲ ଜୀବନଜୀବିକା ସୁରକ୍ଷା ପାଇଁ ଆଦିବାସୀ ଙ୍କ ଆହ୍ୱାନ 

masiha

ବିଧାୟକ ଶ୍ରୀ ତନ୍ତୀ ଡେଙ୍ଗୁ ସଂକ୍ରମିତ ଜୋନ ବୁଲିବା ସହ ଇସ୍ପାତ ଜେନେରାଲ ହସ୍ପିଟାଲରେ ସଂକ୍ରମିତଙ୍କୁ ଭେଟିଲେ 

masiha

Leave a Comment

error: Content is protected !!