ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ବିଦ୍ୟାଳୟ କୁ ଗଣଶିକ୍ଷା ମନ୍ତ୍ରୀ ଙ୍କ ଅଚାନକ ଗସ୍ତ, ବିଦ୍ୟାଳୟ ପରିସର ଅପରିଷ୍କାର ଦେଖି କ୍ଷୋଭ ପ୍ରକାଶ 

ଆଦର୍ଶ ବିଦ୍ୟାଳୟ କୁ ଗଣଶିକ୍ଷା ମନ୍ତ୍ରୀ ଙ୍କ ଅଚାନକ ଗସ୍ତ, ବିଦ୍ୟାଳୟ ପରିସର ଅପରିଷ୍କାର ଦେଖି କ୍ଷୋଭ ପ୍ରକାଶ 

ଡାବୁଗାଁ, ୨୭/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟାଲଘୁ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁବାର ଅଚାନକ ଗସ୍ତ କରିଛନ୍ତି । ସେ ବିଦ୍ୟାଳୟ କୁ ଯିବା ପରେ ସମସ୍ତ ଶ୍ରେଣୀଗୃହ ବୁଲି ସୁବିଧା ଅସୁବିଧା ବିଷୟରେ ଛାତ୍ରୀ ଛାତ୍ର ଙ୍କୁ ପଚାରିଥିଲେ । ପରେ ବିଦ୍ୟାଳୟ ର ସମସ୍ତ କକ୍ଷ ବୁଲି ଥିଲେ । ବିଦ୍ୟାଳୟ ର ସ୍ୱଚ୍ଛତା ଠିକ ନଥିବା ରୁ ବିଦ୍ୟାଳୟ ର ଅଧକ୍ଷ ଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ । ବିଦ୍ୟାଳୟ ରେ ଥିବା ଛାତ୍ର ଶୌଚାଳୟ ବୁଲି ତାର ଅବସ୍ଥା ଠିକ ନଥିବା ଦେଖିଥିଲେ। ବିଦ୍ୟାଳୟ ରେ ରନ୍ଧା ଯାଉଥିବା କକ୍ଷ ଓ ସାମଗ୍ରୀ ଦେଖି ଥିଲେ । ବିଦ୍ୟାଳୟ ରେ ପାଠ ପଢା କିପରି ଭାବରେ ହେଉଛି ତାହା ମଧ୍ୟ ଛାତ୍ରୀ ଛାତ୍ର ଙ୍କ ସହ ଆଲୋଚନା କରିଥିଲେ। ପରେ ସମସ୍ତ ପ୍ରକାର ଅସୁବିଧା ଦେଖି ବିଦ୍ୟାଳୟ ର ଅବ୍ୟବସ୍ଥା ନେଇ ବିଦ୍ୟାଳୟ ର ଅଧକ୍ଷ ଓ ଶିକ୍ଷୟତ୍ରୀ ଶିକ୍ଷକ ଙ୍କ ସହ ଆଲୋଚନା କରି ଆଗମୀ ଦିନରେ ଯେପରି ଏହି ଅବ୍ୟବସ୍ଥା ନ ହୁଏ ସେ ନେଇ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଙ୍କୁ ତାଗିଦ କରିଥିଲେ। ମନ୍ତ୍ରୀ ଙ୍କ ସହ ଡାବୁଗାଁ ଭାଜପା ର କର୍ମୀ ମାନେ ଉପସ୍ଥିତ ଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜିଲ୍ଲାପାଳ ଅଭିଯୋଗ ଶିବିର

masiha

ରୋଟାରୀ କ୍ଳବ୍ ଅଫ୍ ରାଇରଙ୍ଗପୁର ରୟାଲ ଆନୁକୁଲ୍ୟରେ ଗୋଲେଇ ଛକରେ ଶାନ୍ତି ସ୍ତୁପ ଏବଂ ଭରଣ୍ଡିଆ ୟୂପି ସ୍କୁଲର ଵିଶୁଦ୍ଧ ଜଳ ବ୍ୟବସ୍ଥା ସ୍ଥାପନା ଓ ସମ୍ବର୍ଦ୍ଧନା ଉତ୍ସବ 

masiha

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!