ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ବିଦ୍ୟାଳୟ କୁ ଗଣଶିକ୍ଷା ମନ୍ତ୍ରୀ ଙ୍କ ଅଚାନକ ଗସ୍ତ, ବିଦ୍ୟାଳୟ ପରିସର ଅପରିଷ୍କାର ଦେଖି କ୍ଷୋଭ ପ୍ରକାଶ 

ଆଦର୍ଶ ବିଦ୍ୟାଳୟ କୁ ଗଣଶିକ୍ଷା ମନ୍ତ୍ରୀ ଙ୍କ ଅଚାନକ ଗସ୍ତ, ବିଦ୍ୟାଳୟ ପରିସର ଅପରିଷ୍କାର ଦେଖି କ୍ଷୋଭ ପ୍ରକାଶ 

ଡାବୁଗାଁ, ୨୭/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟାଲଘୁ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁବାର ଅଚାନକ ଗସ୍ତ କରିଛନ୍ତି । ସେ ବିଦ୍ୟାଳୟ କୁ ଯିବା ପରେ ସମସ୍ତ ଶ୍ରେଣୀଗୃହ ବୁଲି ସୁବିଧା ଅସୁବିଧା ବିଷୟରେ ଛାତ୍ରୀ ଛାତ୍ର ଙ୍କୁ ପଚାରିଥିଲେ । ପରେ ବିଦ୍ୟାଳୟ ର ସମସ୍ତ କକ୍ଷ ବୁଲି ଥିଲେ । ବିଦ୍ୟାଳୟ ର ସ୍ୱଚ୍ଛତା ଠିକ ନଥିବା ରୁ ବିଦ୍ୟାଳୟ ର ଅଧକ୍ଷ ଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ । ବିଦ୍ୟାଳୟ ରେ ଥିବା ଛାତ୍ର ଶୌଚାଳୟ ବୁଲି ତାର ଅବସ୍ଥା ଠିକ ନଥିବା ଦେଖିଥିଲେ। ବିଦ୍ୟାଳୟ ରେ ରନ୍ଧା ଯାଉଥିବା କକ୍ଷ ଓ ସାମଗ୍ରୀ ଦେଖି ଥିଲେ । ବିଦ୍ୟାଳୟ ରେ ପାଠ ପଢା କିପରି ଭାବରେ ହେଉଛି ତାହା ମଧ୍ୟ ଛାତ୍ରୀ ଛାତ୍ର ଙ୍କ ସହ ଆଲୋଚନା କରିଥିଲେ। ପରେ ସମସ୍ତ ପ୍ରକାର ଅସୁବିଧା ଦେଖି ବିଦ୍ୟାଳୟ ର ଅବ୍ୟବସ୍ଥା ନେଇ ବିଦ୍ୟାଳୟ ର ଅଧକ୍ଷ ଓ ଶିକ୍ଷୟତ୍ରୀ ଶିକ୍ଷକ ଙ୍କ ସହ ଆଲୋଚନା କରି ଆଗମୀ ଦିନରେ ଯେପରି ଏହି ଅବ୍ୟବସ୍ଥା ନ ହୁଏ ସେ ନେଇ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଙ୍କୁ ତାଗିଦ କରିଥିଲେ। ମନ୍ତ୍ରୀ ଙ୍କ ସହ ଡାବୁଗାଁ ଭାଜପା ର କର୍ମୀ ମାନେ ଉପସ୍ଥିତ ଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

masiha

ଭିସି ମାଧ୍ୟମରେ ସ୍ମାର୍ଟ ଲରନିଙ୍ଗ ସେଣ୍ଟର ଉଦଘାଟିତ

masiha

ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ଶ୍ରୀମତୀ ସନ୍ଧ୍ୟାରାଣୀ ଦାଶଙ୍କ ଅବସରକାଳୀନ ସମ୍ବର୍ଧନା ସଭା 

Sunil Chandra Nayak

Leave a Comment

error: Content is protected !!