ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଣାଇ ଜନପ୍ରିୟ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କୁ ରାଉରକେଲା ରେ ନାଗରିକ ସମ୍ବର୍ଦ୍ଧନା

ବଣାଇ ଜନପ୍ରିୟ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କୁ ରାଉରକେଲା ରେ ନାଗରିକ ସମ୍ବର୍ଦ୍ଧନା

ରାଉରକେଲା :ଚତୁର୍ଥ ଥର ପାଇଁ ବିଜୟୀ ହୋଇଥିବା ବଣାଇ ର ଜନପ୍ରିୟ ସି ପି ଆଇ ଏମ୍ ବିଧାୟକ କମ୍ରେଡ୍ ଲକ୍ଷ୍ମଣ ମୁଣ୍ଡା ଙ୍କୁ ଆଜି ରାଉରକେଲା ଠାରେ ସି ଆଇ ଟି ୟୁ, ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଅପରାହ୍ନ ରେ ଆଦର୍ଶ ସାହିତ୍ୟ ଘର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ସି ଆଇ ଟି ୟୁ ରାଜ୍ୟ ସାଧାରଣ ସମ୍ପାଦକ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ବକ୍ତବ୍ୟ ରଖି ଲକ୍ଷ୍ମଣ ମୁଣ୍ଡା ଙ୍କ ବିଜୟ ପାଇଁ ସେ ବିଶେଷ କରି ବଣାଇ ର ଜନସାଧାରଣଙ୍କୁ କୃତଜ୍ଞତା ପ୍ରକାଶ କରିଥିବା ବେଳେ ସମଗ୍ର ସୁନ୍ଦରଗଡ଼ ଜିଲ୍ଲା ର ଜନ ସାଧାରଣଙ୍କ ବିଭିନ୍ନ ସମସ୍ୟା କୁ ବିଧାନସଭାରେ ଉପସ୍ଥାପିତ କରିବା ସହ ସାଥୀ ଲକ୍ଷ୍ମଣ ମୁଣ୍ଡା ଜିଲ୍ଲା ରେ ଜନ ସାଧାରଣଙ୍କ ସ୍ଵର ହେବେ ବୋଲି କହିଥିଲେ। ସି ଆଇ ଟି ୟୁ ଜିଲ୍ଲା ଉପ ସଭାପତି ବସନ୍ତ ନାୟକ ଙ୍କ ସଭାପତିତ୍ବ ଓ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ରାଜ୍ୟ ଉପସଭାପତି ତଥା ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି, ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ, କଲ୍ଚରାଲ ଏକାଡେମୀ ପକ୍ଷରୁ ପଶୁପତିନାଥ ଚାଟାର୍ଜୀ,କାଶିନାଥ ପାତ୍ର, ଡଃ ନଗେନ ଦାସ୍, ଡଃ କୃପାସିନ୍ଧୁ ନାୟକ, ଅକ୍ଷୟ ପଣ୍ଡା, ଆଦର୍ଶ ପାଠାଗାର ପକ୍ଷରୁ ଚନ୍ଦ୍ରଶେଖର ଶତପଥୀ,ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ରାଧାକୃଷ୍ଣ ମିଶ୍ର,ବିଜୟ ପାତ୍ର, ଡ଼ଃ ବସନ୍ତ ଦାସ,ଜଗଦା ସାଂସ୍କୃତିକ ପରିଷଦ ର ଉପଦେଷ୍ଟା ତଥା ସମାଜସେବୀ ସଂଜୀବ ମହାନ୍ତି, ପିତାମ୍ବର ଲେଙ୍କା, ପ୍ରଭାତ ମହାନ୍ତି,ଏ ଆଇ ଟି ୟୁ ସି ସୁନ୍ଦରଗଡ଼ ଜିଲ୍ଲା ସାଧାରଣ ସମ୍ପାଦକ ସଦାନନ୍ଦ ସାହୁ,ସି ଆଇ ଟି ୟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ତରଫରୁ ଶକୁନ୍ତଳା ମହାକୁଡ,ହୃଦୟାନନ୍ଦ ଯାଦବ,ତାଜମୁନ ନେହାର, ସୁରେନ୍ଦ୍ର ଦାଶ,ବି ପି ମହାପାତ୍ର, ଯଯାତି କେଶରୀ ସାହୁ, ଅଜିତ ଏକ୍କା, ରତ୍ନାକର ନାୟକ, ଅଜୟ ଶର୍ମା ଅରୁ ଦାସ,ବିନୟ ବେହୁରିଆ, ଅଜିତ ଦାସ, ସୁଧାଂଶୁ ଜେନା, ଏନ୍ ଏନ୍ ପାଣିଗ୍ରାହୀ, ସୁରେନ୍ଦ୍ର ମହାନ୍ତି, ସଂଗ୍ରାମ ସାମଲ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ଲକ୍ଷ୍ମୀଧର ନାୟକ ରଞ୍ଜନ ବେହେରା, ମୀନକେତନ ରାଉତ,ଅରୁଣ ମହାରଣା,ବଜରଙ୍ଗୀ ଚୋୖଧୁରୀ, ଶୁଭେନ୍ଦୁ ମହାନ୍ତି,ତଲତ ମେହମୁଦ, ଦିବାକର ମହାରଣା,ସିଡିଓ ମୁଣ୍ଡା ଉପେନ୍ଦ୍ର ତ୍ରିପାଠୀ, ମିହିର ପାତ୍ର, ଅଶେଷ ବିଶ୍ଵାଳ, କିଶୋର ରାଉତ ଅନିରୁଦ୍ଧ ଜେନା ସମେତ ସି ଆଇ ଟି ୟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ସହିତ ସହବନ୍ଧିତ ଜିଲ୍ଲା ର ସମସ୍ତ ୟୁନିୟନର ଶତାଧିକ ଶ୍ରମିକ ନେତା ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ସମ୍ବର୍ଦ୍ଧନା ର ଜବାବ୍ ରେ ବିଧାୟକ ଲକ୍ଷ୍ମଣ ମୁଣ୍ଡା କହିଥିଲେ ଯେ ବଣାଇ ର ଜନ ସାଧାରଣ ତାଙ୍କୁ ଚତୁର୍ଥ ଥର ପାଇଁ ବିଜୟୀ କରିଥିଲା ବେଳେ ସେ ସର୍ବଦା ଜିଲ୍ଲା ର ସାଧାରଣ ଜନଗଣଙ୍କ ବିଭିନ୍ନ ସମସ୍ୟା ରେ ନିଜକୁ ସାମିଲ କରିଛନ୍ତି ବିଶେଷ କରି ସେ ସି ପି ଆଇ ଏମ୍ ର ଓଡ଼ିଶା ବିଧାନସଭାରେ ଏକମାତ୍ର ବିଧାୟକ ହୋଇଥିଲା ବେଳେ ବିଭିନ୍ନ ଜନଗଣ ଶ୍ରମିକ,କୃଷକ ମାନଙ୍କ ସମସ୍ୟା କୁ ସରକାରଙ୍କ ନିକଟରେ ଉତଥାପନ କରିଛନ୍ତି ଆଗକୁ ମଧ୍ୟ ଜିଲ୍ଲା ର ସାଧାରଣ ଜନତାଙ୍କ ସ୍ଵର ହୋଇ କାମ କରିବେ ବୋଲି କହିଥିଲେ। ଶେଷରେ ସି ଆଇ ଟି ୟୁ ଜିଲ୍ଲା ସଂପାଦକ ରାଜ କିଶୋର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନିଖିଳ ଉତ୍କଳ କୈବର୍ତ୍ତ ସମାଜର ୨୬ ତମ ବାର୍ଷିକ ସମ୍ମିଳନୀ  ହୀନମନ୍ୟତା କୁ ଦୂରେଇ ଐକ୍ୟବଦ୍ଧତା କୁ ଗୁରୁତ୍ବ ଦେବାକୁ ହେବ: ଡ଼ ବେହେରା 

Sunil Chandra Nayak

ରଥଯାତ୍ରା ଅବସରରେ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ହରଗୌରୀ ଯୁବକ ସଂଘ ପକ୍ଷରୁ ସହିଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!