ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଟକ ରେ ଗଞ୍ଜାମ ର ଛଅ ଜଣ ସାହିତ୍ୟ ଅନୁଷ୍ଠାନ ର ସମ୍ପାଦକଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର,୨୧/୦୫/୨୩ //ଓଡ଼ିଶା ର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ କୈବଲ୍ୟ ସାହିତ୍ୟ ସଂସଦ, କଟକ ତରଫରୁ ବିଶ୍ୱ ରେକର୍ଡ ପାଳନ ତଥା ରାଜ୍ୟ ସ୍ତରୀୟ ରଥ ପଥ ଜଗନ୍ନାଥ ସାହିତ୍ୟ ମହାସଭା-୨୦୨୩ କାର୍ଯ୍ୟକ୍ରମ କଟକ ଚହଟେଶ୍ଵର ଶିବ ମନ୍ଦିର ଠାରେ ତା, ୨୧.୫.୨୦୨୩ରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କବିତା ଆସର ସହ ସାରା ରାଜ୍ୟର ସାହିତ୍ୟ ଅନୁଷ୍ଠାନର ସମ୍ପାଦକ ମାନଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା। ଗଞ୍ଜାମ ଜିଲ୍ଲାର ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ, ବୁଗୁଡ଼ା ର ସାଧାରଣ ସମ୍ପାଦକ ଡ. ଶ୍ୟାମା ପ୍ରସାଦ ମିଶ୍ର, ବାହୁଦା ସାହିତ୍ୟ ସଂସଦ, ଚିକିଟି ର ସଂପାଦିକା ଶ୍ରୀମତୀ ସଂହିତା ମହାନ୍ତି, ଉପାନ୍ତ ସାହିତ୍ୟ ସାଂସ୍କୃତିକ ସେବା ସଂସଦ , ପାତ୍ରପୁର ର ସମ୍ପାଦକ ଶ୍ରୀ ମାଧବ ବାଡତ୍ୟା, ସ୍ରୋତସ୍ଵିନୀ ସାହିତ୍ୟ ସଂସଦ,ବ୍ରହ୍ମପୁରର ସଂପାଦିକା ଶ୍ରୀମତୀ ସୁଜାତା ଶତପଥି, ଇନ୍ଦ୍ରଧନୁ ସାହିତ୍ୟ ସଂସଦ, ବ୍ରହ୍ମପୁରର ସଂପାଦିକା ଶ୍ରୀମତୀ ଆର୍ ସୁନନ୍ଦା ଚୌଧୁରୀ, ରାଜାଧିରାଜ ଦେବରାଜ ସାହିତ୍ୟ ସଂସଦର ସଂପାଦିକା ଶ୍ରୀମତୀ ସୁଧାଞଳି ମିଶ୍ର ଙ୍କୁ ମାନ ପତ୍ର ଓ ପଦକ ଦେଇ ସମ୍ମାନିତ କରାଯାଇଥିଲା। ସମ୍ପାଦକ/ସଂପାଦିକା ମାନେ ସାହିତ୍ୟ ସଂଗଠନ ର ସୁଦୃଢ଼ୀ କରଣ ପାଇଁ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ସଂଗ୍ରାମ ସାମନ୍ତରାୟ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ୨୦୨୨-୨୦୨୩ ରେ ଅନୁଷ୍ଠାନର ଜାର୍ଯ୍ୟକ୍ରମକୁ ବିଶ୍ୱର ବିଭିନ୍ନ ଦେଶରୁ ୩୦ ଟି ବିଶ୍ୱ ରେକର୍ଡ ଅଧିକାର କରିବାରେ ଏହା ଓଡ଼ିଶାର ପ୍ରଥମ ସାହିତ୍ୟ ଅନ୍ତୁଷ୍ଠାନ ଅଟେ ।

ବ୍ରହ୍ମପୁର ରୁ ଝିଲ୍ଲୀ କୁମାରୀ ସାହୁ ଙ୍କ ରିପୋର୍ଟ୍ 

Related posts

ପରିକ୍ରମାର ୧୪ ତମ ସ୍ଵନକ୍ଷତ୍ର ମହାସମାରୋହରେ ଅନୁଷ୍ଠିତ ଉତ୍ସବ ଅନୁଷ୍ଠିତ :୧୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା               

masiha

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସୁରକ୍ଷା ସପ୍ତାହ, ସଫେଇ କାର୍ଯ୍ୟକ୍ରମ

Sunil Chandra Nayak

ନୂଆପଡା ଜିଲ୍ଲା ସ୍ଵଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ଦୁଇଟି ପୁରଷ୍କାର ରେ ସମ୍ମାନିତ

masiha

Leave a Comment

error: Content is protected !!