ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ସରଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ଲକ ସ୍ତରୀୟ ସରଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋଲନରା:୧୨/୧୧:- କୋଲନରା ବ୍ଲକ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଏସଏସଡି) କୈଳାସପୁର ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସରଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଦେବାଶିଷ ମୁଣ୍ଡଙ୍କ ସଭାପତିତ୍ବ ଏବଂ ପ୍ରଧାନ ଶିକ୍ଷକ ବିଶିକେଶନ ବାଗଙ୍କ ଆବାହକରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋଲନରା ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା କୁଲିସିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଞ୍ଜୁଲତା ଜେନା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ | ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶୁଭାରମ୍ଭ କରାଯାଇଥିଲା ।ଉକ୍ତ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ବିଷ୍ଣୁପ୍ରସାଦ ଘୋଡେଇ, ବଡଖିଲାପଦର ପ୍ରଧାନ ଶିକ୍ଷକ ନବୀନ କୁମାର ପାତ୍ର ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରାମାଞ୍ଜୁଲ ମାଣ୍ଡାଙ୍ଗି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ଜୁନିଅର ଓ ସିନିୟର ବର୍ଗରେ ପ୍ରବନ୍ଧ ଲିଖନ, ବିତର୍କ, ବକୃତା, ସୃଜନ ଲିଖନ, ଚିତ୍ରାଙ୍କନ, ବାଦ୍ୟଯନ୍ତ୍ର ବାଦନ, ସଙ୍ଗୀତ, ଅଭିନୟ, ଗ୍ରୁପ୍ ଡ୍ୟାନ୍ସ ଓ ସୋଲ ଡ୍ୟାନ୍ସ ଭଳି ମୋଟ ୧୪ଟି ପ୍ରତିଯୋଗିତା କରାଯାଇଥିଲା | ଏଥିରେ ବ୍ଲକରେ ଥିବା ୧୭ ଗୋଟି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟରୁ ୨୨୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ | ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ କୃତି ହାସଲ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥୀଙ୍କ ଦ୍ଵାରା ମାନପତ୍ର ସହ ଟ୍ରଫି ପୁରସ୍କୃତ କରାଯାଇଥିଲା | ଛାତ୍ରଛାତ୍ରୀଙ୍କ ମନୋବଳକୁ ସୁଦୃଢ଼ କରିବା ସହ ପିଲାଙ୍କୁ ବିକଶିତ ଓ ପିଲାଙ୍କ ଲୁକ୍କାୟିତ ପ୍ରତିଭାକୁ ସର୍ବସମ୍ମୁଖରେ ବିକଶିତ କରିବା ଏଭଳି କାର୍ଯ୍ୟକ୍ରମ ସହାୟକ ହୋଇଥାଏ ବୋଲି ଶ୍ରୀ ବାଗ କହିଥିଲେ । ଯେଉଁ ଛାତ୍ରଛାତ୍ରୀ ମାନେ ପ୍ରଥମ ସ୍ଥାନ କୃତିତ୍ବ ହାସଲ କରିଛନ୍ତି ସେମାନେ ଜିଲ୍ଲା ସ୍ତରୀୟ ସରଗି ଫୁଲ କାର୍ଯ୍ୟକ୍ରମକୁ ମନୋନୀତ ହୋଇଥିବା କହିଛନ୍ତି | କାର୍ଯ୍ୟକ୍ରମରେ ବାଙ୍କିଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସୁଧାରାଣି ପାତ୍ର ଓ କୈଳାଶପୁର ବିଦ୍ୟାଳୟର ମୋନାଲିସା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ | ଏଥିରେ ଲକ୍ଷ୍ମଣ ଶବର, ଶିବରାମ ପ୍ରସାଦ ଶବର, ସାନ କିଶୋର ନାୟକ, ଅନାମ ଚରଣ ଧୀବର, ପି.ଅରୁଣା କୁମାରୀ, ସନ୍ତୋଷ ମହାପାତ୍ର, ମୃଦୁ ଭାସିନି ଚୁଆଳ ସିଂ, ଉଦୟନାଥ ଚୌଧୁରୀ, ପ୍ରମିଳା ଡାକୁଆ, ଦେବାଶିଷ ସାମଲ, ଶ୍ୟାମ ମିଶାଲ ଓ ସୁଶାନ୍ତ କୁମାର ଜେନା ଙ୍କ ସମେତ ବ୍ଲକର ସେବାଶ୍ରମ, ଆଶ୍ରମ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ |

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆଇଜିଆଇଟି ରେ ବାର୍ଷିକ ଉତ୍ସବ ଆରୋହଣ ୨୦୨୩ ବେଶ ଧୁମଧାମ ରେ ପାଳିତ

Sunil Chandra Nayak

ବିଜେପି ବରିଷ୍ଠ ନେତା ସୁଦାମା ଶର୍ମାଙ୍କ ବିୟୋଗରେ ବିଜେପିର ଶୋକ 

masiha

ବିଜରା ଗୁଡା କୃଷି ଫାର୍ମ କୁ ଉଛେଦ ନିମନ୍ତେ ବରିଷ୍ଠ ଚାଷୀଙ୍କ ସାମ୍ବାଦିକ ସମ୍ବିଳନୀ

Leave a Comment

error: Content is protected !!