ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ତ୍ତିକ ପୂର୍ଣ୍ଣମା ଉପଲକ୍ଷେ ସେକ୍ଟର ୧୬ ଡିଏଭି ବିଦ୍ୟାଳୟ ତରଫରୁ ଶ୍ରଦ୍ଧା ଫାଉଣ୍ଡେସନ ପରିଭ୍ରମଣ

କାର୍ତ୍ତିକ ପୂର୍ଣ୍ଣମା ଉପଲକ୍ଷେ ସେକ୍ଟର ୧୬ ଡିଏଭି ବିଦ୍ୟାଳୟ ତରଫରୁ ଶ୍ରଦ୍ଧା ଫାଉଣ୍ଡେସନ ପରିଭ୍ରମଣ

 ରାଉରକେଲା : ସେକ୍ଟର ୧୬ ଡିଏଭି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଯଶବିନ୍ଦର କୌର ଏବଂ ବିଦ୍ୟାଳୟର କପ୍ ବୁଲ୍ ବୁଲ୍ (ସ୍କାଉଟ୍ ଓ ଗାଇଡ୍) ବିଦ୍ୟାର୍ଥୀ,ଇଣ୍ଟରାକ୍ଟ କ୍ଲବର ବିଦ୍ୟାର୍ଥୀ ଶ୍ରଦ୍ଧା ଫାଉଣ୍ଡେସନକୁ ଯାଇ କାର୍ତ୍ତିକ ପୂର୍ଣ୍ଣମାର ଗୁରୁତ୍ୱ ଜଣାଇବା ସହ ସେଠାକାର ଅନ୍ତେବାସୀଙ୍କୁ ଷ୍ଟେସନାରୀ ଦ୍ରବ୍ୟ ସହ କମ୍ବଳ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କୌର ଆଗାମୀ ଦିନରେ ଏହିପରି ସହଯୋଗ ବଜାୟ ରଖିବାକୁ କହିଥିଲେ। ଏହି ଅବସରରେ ଶ୍ରଦ୍ଧା ର ସମ୍ପାଦକ କାର୍ତ୍ତିକ ପାଣ୍ଡବ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଶ୍ରଦ୍ଧା ଫାଉଣ୍ଡେସନର ଅନ୍ତେବାସୀ ସେକ୍ଟର ୧୬ ଡିଏଭି ବିଦ୍ୟାଳୟର ସହଯୋଗ ପ୍ରାପ୍ତି ନିମନ୍ତେ ଶ୍ରୀମତୀ କୌରଙ୍କ ସହ ସେକ୍ଟର ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଇଣ୍ଟରାକ୍ଟ କ୍ଲବର ସଦସ୍ୟ ମାନଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗ୍ରୀଷ୍ମ କାଳୀନ ଶିକ୍ଷ୍ୟା ଶିବିର ଅନୁଷ୍ଠିତ

ମାସିକ ଆଲୋଚନାଚକ୍ରରେ ଦଶ ମହାବିଦ୍ୟା

masiha

ବାଘିଆ ପଲ୍ଲୀରେ ଛେଳି ଚିକିତ୍ସା ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!