ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଦକ୍ଷତା ବିକାଶ ତଥା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଆନୁକୂଲ୍ୟରେ ବାୟୁସେନା ଅଧିକାରୀଙ୍କ ଦ୍ୱାରା କ୍ୟାରିଅର କାଉଁସିଲିଂ

ଜିଲ୍ଲା ଦକ୍ଷତା ବିକାଶ ତଥା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଆନୁକୂଲ୍ୟରେ ବାୟୁସେନା ଅଧିକାରୀଙ୍କ ଦ୍ୱାରା କ୍ୟାରିଅର କାଉଁସିଲିଂ

ମୟୂରଭଞ୍ଜ-ତା ୧୨/୧୧ ( ମସିହା)ଆଜି ଜିଲ୍ଲା ଦକ୍ଷତା ବିକାଶ ତଥା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଆନୁକୂଲ୍ୟରେ ଭାରତୀୟ ବାୟୁ ସେନା ତରଫରୁ ବାମନଘାଟି ଉପଖଣ୍ଡର ବିଜାତଳା ର କେସିଡିସି ମହାବିଦ୍ୟାଳୟ, ରାଇରଙ୍ଗପୁର ମହାବିଦ୍ୟାଳୟ ଓ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କୁ ଭାରତୀୟ ବାୟୁ ସେନାର ବିଭିନ୍ନ ବୈଷୟିକ ତଥା ଅଣ ବୈଷୟିକ ଚାକିରୀରେ ଭର୍ତ୍ତି ପାଇଁ ବାୟୁସେନା ର ଅଧିକାରୀ ମାନଙ୍କ ଦ୍ୱାରା କ୍ୟାରିଅର କାଉଁସିଲିଂ(ବୃତ୍ତି ପରାମର୍ଶ) କରାଯାଇଛି ।ଉକ୍ତ କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ୯- ଏଆରମେନ ସିଲେକ୍ସନ ସେଣ୍ଟରର ବାୟୁ ସେନା ସରଜେଣ୍ଟ ରବି ସିଂ, ସରଜେଣ୍ଟ ବିପିନ ସାହୁ ଓ ଜିଲ୍ଲା ଦକ୍ଷତା ବିକାଶ ତଥା ଜିଲ୍ଲା ନିୟୋଜନ ଅଧିକାରୀ ଆଶିଷ ବସନ୍ତିଆ ପିଲାମାନଙ୍କ ସହିତ କାଉଁସିଲିଂ କରିଥିଲେ ।

ବିଶେଷ କରି +2 ଉତ୍ତୀର୍ଣ୍ଣ ହେବା ପରେ ଯୁବକ ଯୁବତୀ ମାନେ ଭାରତୀୟ ବାୟୁସେନା ର ଅଗ୍ନିବୀର ପାଇଁ କିପରି ଆବେଦନ କରିବେ ଓ ଏଥିପାଇଁ ଅନ୍ୟାନ୍ୟ ଯୋଗ୍ୟତା ସୂଚକ ମାପକାଠି ସମ୍ଭନ୍ଧ ରେ ବାୟୁସେନାର ଅଧିକାରୀ ମାନେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ତତସହିତ ବାୟୁ ସେନା ରେ ରହିଥିବା ବିଭିନ୍ନ ପଦ ପଦବୀର ଚାକିରୀ ରେ ପ୍ରବେଶ କରିବା ନିମନ୍ତେ ଶିକ୍ଷାଗତ ଯୋଗ୍ୟତା, ଶାରୀରିକ ଗଠନ ଯୋଗ୍ୟତା, ବୈଷୟିକ ଶିକ୍ଷାଗତ ଯୋଗ୍ୟତା ଇତ୍ୟାଦି ଉପରେ ଆଲୋକପାତ କରିବା ସହିତ ଚାକିରୀର ସର୍ତ୍ତାବଳି ଓ ଭବିଷ୍ୟତର ପଦନ୍ନତି ସମ୍ଭନ୍ଧ ରେ ଆଲୋଚନା କରିଥିଲେ । ଏଥି ସହିତ ପିଲାମାନଙ୍କ ସହିତ ଭାବ ବିନିମୟ ଜରିଆରେ ବିଭିନ୍ନ ପ୍ରଶ୍ନ ର ଉତ୍ତର ଦେଇ ପିଲାମାନଙ୍କ ସନ୍ଦେହ ଦୂରୀଭୂତ କରିଥିଲେ ଏବଂ ଆଗାମୀ ସମୟରେ ବହୁ ସଂଖ୍ୟାରେ ଆବେଦନ ପାଇଁ ଉତ୍ସାହିତ କରିଥିଲେ । ଉକ୍ତ କ୍ୟାରିଅର ପରାମର୍ଶ କାର୍ଯ୍ୟକ୍ରମ ରେ କେସିଡିସି କଲେଜ ର ୨୦୦ ଜଣ , ରାଇରଙ୍ଗପୁର କଲେଜର ୧୬୦ ଜଣ ଓ ରାଇରଙ୍ଗପୁର ମହିଳା କଲେଜର ୧୮୦ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। 

ଏହି କାର୍ଯ୍ୟକ୍ରମ ଅବସରରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନଙ୍କ ପରାମର୍ଶ କ୍ରମେ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ର ଛାତ୍ରଙ୍କୁ ମଧ୍ୟ ସେନା ଅଧିକାରୀ ମାନେ ବାୟୁ ସେନା ରେ ବିଭିନ୍ନ ଚାକିରୀ ରେ ଭର୍ତ୍ତି ପାଇଁ ବର୍ତମାନରୁ କିପରି ନିଜକୁ ପ୍ରସ୍ତୁତ କରିବେ ସେବିଷୟରେ ପରାମର୍ଶ ଦେଇଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ଏକ ପେଡ଼ ମା’ଙ୍କ ନାମ – ୨.୦ ରାୟଗଡାରେ ୧୭ ସେପ୍ଟେମ୍ବରରେ ହେବ ଏକଦିବସୀୟ ସମୂହ ବୃକ୍ଷରୋପଣ

Sunil Chandra Nayak

ଆର୍ଥୀକ ସଂସ୍ଥା ରେ ଜମାକାରୀ କ୍ଷତି ଗ୍ରସ୍ତ ମିଳିତ ମଞ୍ଚ ଙ୍କ ଦାବିପତ୍ର

Sunil Chandra Nayak

ସହୃଦ ସେବାସଂଘର ରଜତ ଜୟନ୍ତୀ ପାଳନ

masiha

Leave a Comment

error: Content is protected !!