ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓରାମ ସମାଜର ପ୍ରଶିକ୍ଷଣ କର୍ମଶାଳାର ସମାପନ ଉତ୍ସବ ଅନୁଷ୍ଠିତ

ଓରାମ ସମାଜର ପ୍ରଶିକ୍ଷଣ କର୍ମଶାଳାର ସମାପନ ଉତ୍ସବ ଅନୁଷ୍ଠିତ

ରାଉରକେଲା : ପାଦା ପାଡହା, ଓଡ଼ିଶା ଓ ଓରାମ ସାଂସ୍କୃତିକ ସମାଜ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଲାଠିକଟା ର ବଲାନୀ ଡାଡ଼ା ପାଡ଼ହା ନାଇନୀ ଟୁଙ୍ଗୁରୀର ବାବା ଭିଖରାମ ଭଗତ ମେମୋରିଆଲ ହଲରେ ଓରାମ ସମାଜର ପଞ୍ଚମ ଓ ଅନ୍ତିମ ଦିବସର ପ୍ରଶିକ୍ଷଣ କର୍ମଶାଳାର ସମାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିରରେ ବେଲ ପାଦା ପାଡହା, ଓଡ଼ିଶା ସଭାପତି ମାଙ୍ଗେ ଏକ୍କା ଓ ଓରାମ ସାଂସ୍କୃତିକ ସମାଜ ଓ ଓଡ଼ିଶା ସଭାପତି ସୁଶ୍ରୀ ସୁକେଶୀ ଓରାମଙ୍କ ଦ୍ୱାରା ଶୁଭାରମ୍ଭ କରା ଯାଇଥିଲା । ଉକ୍ତ ପ୍ରଶିକ୍ଷଣ ଶିବିରରେ ଓରାମ ସମାଜର ପାରମ୍ପରିକ , ସାଂସ୍କୃତିକ, ସାମାଜିକ, ଧାର୍ମିକ, ନ୍ୟାୟିକ, ପାଡହା ବ୍ୟବସ୍ଥା ଉପରେ ପ୍ରଶିକ୍ଷଣ ଦିଆ ଯାଇଥିଲା। ଏହି ପ୍ରଶିକ୍ଷଣ ବର୍ଗରେ ପ୍ରଶିକ୍ଷକ ପିଏଆଇଟିଡିଏ ବଣାଇ ର ସ୍ୱାଦିପ ଟପ୍ପୋ,ରାଉରକେଲା ସରକାରୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ଡ ସୁଷମା ମୋଦି, ଅବସର ପ୍ରାପ୍ତ ଏସପି ବିଜୟା ବାରୁଆ , ପୁନମ୍ କଛପ, ରାଣୀ ସିଂଙ୍ଗି ଦେଇ – ରାଜୀ ପାଢ଼ା, ତ୍ରିଲୋଚନ ରାମ, ଲକ୍ଷ୍ମଣ ତିର୍କୀ – କାହତୋ ପାଦାପାଡହା, ରାଜେଶ ଲାକ୍ରା – ଦେୱାନ ସାତଜୁରିଆ ଡାଡା ପାହାଡ଼, ବସନ୍ତ ଏକ୍କା – ଦେଵାନ୍ କୁଆରମୁଣ୍ଡାମୁଳୀ ପାଡହା, ପାର୍ଣ୍ଣା ଟପୋ – ପୂର୍ବତନ ବେଲ ବଲାଣି ଡାଡ଼ା ପାଡହା , ରାଢ଼ିଆ ମିଞ୍ଜ – ଦେଵାନ୍ କାତେପୂର୍ ଡାଡ଼ା ପାଡହା, ଝିରଗା ଓରାମ – ପୂର୍ବତନ ବେଲ ବଲାଣି ଡାଡ଼ା ପାଡହା, ଦାମୁ ତିର୍କୀ – ସମାଜସେବୀ ରାଉରକେଲା, ମଧୁସ୍ମିତା ଓରାମ – ଅଧ୍ୟକ୍ଷା ରାନୀ ସୀଙ୍ଗି ଦେଇ ଡାଡ଼ା ପାଡହା, ଓଡ଼ିଶା ପ୍ରମୁଖ ଉପସ୍ଥିତ ପ୍ରଶିକ୍ଷାର୍ଥଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଲୀପାଡହା ତେଲିଘଣା ଅନ୍ତର୍ଗତ ୭ ଟି ଡାଡ଼ା ପାଡହା ଏବଂ ୫୪ ଗୋଟି ଆତଖା ପାଡହାର ପ୍ରାୟ ୪୦୦ ରୁ ଉର୍ଦ୍ଧ୍ବ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ଲକ୍ଷ୍ମଣ ତିର୍କି ଏହି କର୍ମଶାଳାର ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚାଉଳ ଏବଂ କିରୋସିନି ହେରଫେର କରି ନିଲମ୍ବନ ହେଲେ ରିଟେଲର

Sunil Chandra Nayak

ଡାବୁଗାଁ ରେ ବିଜୟା ଦଶମୀରେ ରାବଣ ପୋଡି 

masiha

ବାଣପୁର ସାନ ହନ୍ତୁଆଡ ବାଉଁଶ ନଇଁ ନିକଟରେ ସଡ଼କ ଦୁର୍ଘଟଣା ରେ ଯୁବ ବିଜେଡ଼ି ନେତା ଙ୍କ ମୃତ୍ୟୁ !!!

Sunil Chandra Nayak

Leave a Comment

error: Content is protected !!