ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୃତୀୟ ଇସ୍ପାତ ନାଟ୍ୟମହୋତ୍ସବ ୨୦୨୫ ଡିସେମ୍ବର ୨ ରୁ…..

ତୃତୀୟ ଇସ୍ପାତ ନାଟ୍ୟମହୋତ୍ସବ ୨୦୨୫ ଡିସେମ୍ବର ୨ ରୁ…..

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ୨୭ଟି ନାଟ୍ୟାନୁଷ୍ଠାନ କୁ ନେଇ ଗଠିତ” ଏକତ୍ର ” ଆୟୋଜନ କରିବାକୁ ଯାଉଛି ବିଶାଳ ନାଟ୍ୟ ମେଳା । ଆସନ୍ତା ଡିସେମ୍ବର ମାସ ୨ ରୁ ୧୨ ପର୍ଯ୍ୟନ୍ତ ରାଉରକେଲା ର ପ୍ରତିଷ୍ଠିତ ନାଟ୍ୟନୁଷ୍ଠାନ ମାନଙ୍କ ଦ୍ୱାରା ସୁନ୍ଦର ସୁନ୍ଦର ନାଟକ ପରିବେଷଣ କରାଯିବ । ଆସନ୍ତା ୨ତାରିଖ ଦିନ ନାଟ୍ୟାନୁଷ୍ଠାନ ଦ ବିଲିଭର୍ସ ତରଫରୁ ଭକ୍ତର ଭଗବାନ,୩ତାରିଖ ଦିନ ନାଟ୍ୟାନୁଷ୍ଠାନ କୋଶଲ ନାଟକ ପରିଷଦ ତରଫରୁ ନାଟକ ଦେବତା, ୪ତାରିଖ ଦିନ ନାଟ୍ୟାନୁଷ୍ଠାନ ସଂକଳ୍ପ ତରଫରୁ ନାଟକ ସଦଗତି, ନାଟ୍ୟାନୁଷ୍ଠାନ ସରନା ନବ ଯୁବକ ସଙ୍ଘର ନାଟକ ଚନ୍ଦ୍ରାଦିତ୍ୟ, ୫ତାରିଖ ନାଟ୍ୟାନୁଷ୍ଠାନ ନାୟିକା ର ନାଟକ ଅହି ସୁଲକ୍ଷଣି,ଏବଂ ନାଟ୍ୟାନୁଷ୍ଠାନ ଉପହାର ତରଫରୁ ନାଟକ ଶେଷ ଚିଠି, ୬ତାରିଖ ଦିନ ନାଟ୍ୟନୁଷ୍ଠାନ ମହୁମାଛି ତରଫରୁ ନାଟକ କାଞ୍ଚି ଅଭିଯାନ,ଏବଂ ନାଟ୍ୟାନୁଷ୍ଠାନ ନଟରାଜ ନୃତ୍ୟ ପରିଷଦ ତରଫରୁ ନାଟକ ଅବ୍ୟକ୍ତ ଅନେକ, ୭ତାରିଖ ଦିନ ନାଟ୍ୟାନୁଷ୍ଠାନ ଆମେ ନାଟୁଆ ତରଫରୁ ନାଟକ କିଛି ସତ କିଛି ମିଛ,୮ ତାରିଖ ଦିନ ନାଟ୍ୟାନୁଷ୍ଠାନ ପଞ୍ଚତତ୍ତ୍ୱ ତରଫରୁ ନାଟକ ନାଗମଣ୍ଡଳ,୯ ତାରିଖ ଦିନ ନାଟ୍ୟାନୁଷ୍ଠାନ ରଙ୍ଗମଞ୍ଚ ତରଫରୁ ନାଟକ ହନୁମାନ ପଇସା, ୧୦ତାରିଖ ଦିନ ନାଟ୍ୟାନୁଷ୍ଠାନ ପ୍ରତିବିମ୍ବ ତରଫରୁ ନାଟକ ବ୍ରହ୍ମନାଦ, ୧୧ ତାତିଖ ଦିନ ନାଟ୍ୟାନୁଷ୍ଠାନ ପ୍ରୟାସ ତରଫରୁ ନାଟକ ସୂର୍ଯ୍ୟୋଦୟ ପୂର୍ବେ, ୧୨ତାରିଖ ଦିନ ନାଟ୍ୟାନୁଷ୍ଠାନ ସ୍ୱସ୍ତି ଝଙ୍କାର ତରଫରୁ ନାଟକ ନିଜଠାରୁ ନିଜର ଦୂରତା ପରିବେଷଣ ହେବ।

  ପ୍ରତ୍ୟେହ ସନ୍ଧ୍ୟା ୬. ୩୦ମି ସମୟରେ ସେକ୍ଟର ୧୯ ସ୍ଥିତ ସିଭିକ ସେଣ୍ଟର ଠାରେ ରାଉରକେଲା ର ସମସ୍ତ ନାଟ୍ୟପ୍ରେମୀ ଓ ଜନସାଧାରଣ ମାନଙ୍କୁ ନିଃଶୁଳ୍କ ନାଟକ ଦେଖିବା ପାଇଁ ଏକତ୍ର ପକ୍ଷରୁ ନିବେଦନ କରାଯାଇଛି । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୧ – ପୂର୍ବତନ ବିଧାୟକଙ୍କ ପରଲୋକ , ୨- ବିଦ୍ୟୁତ ତାର ସଂସ୍ପର୍ଶିରେ ଆସି ଜଣେ ଗୁରୁତର , ୩- ଜଙ୍ଗଲ ମଧ୍ୟରେ ଚାଷ ନିଷ୍ପତି  , ୪- ଲମ୍ବୋଦରପୁର ଗ୍ରାମ ନିକଟ ଗଛରେ ଅଜଣା ଲୋକର ଝୁଲନ୍ତା ମୃତଦେହ ଠାବ  , ୫ – ଆଳତୁମା ଦଧିବାମନ ଜୀଉ ମନ୍ଦିର ପରିଚାଳନା କିମିଟି ତରଫରୁ ଦେବୋତ୍ତର ବିଭାଗ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ 

masiha

ଆଇ ସି ଏସ୍ ଇ ଦଶମ ପରୀକ୍ଷାରେ ବିମଳା କନଭେଣ୍ଟର ଛାତ୍ରୀ ଉନ୍ନତି ବେମାଲ ବାଳିକା ବର୍ଗରେ ଟପ୍ପର

ଅଙ୍ଗନବାଡି କେନ୍ଦ୍ର ରେ ତାଲା ପକାଇରଖିଲେ ଗ୍ରାମବାସୀ

masiha

Leave a Comment

error: Content is protected !!