ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ପରିଚାଳନା ନିମନ୍ତେ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ପରିଚାଳନା ନିମନ୍ତେ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ଓ ପ୍ରଚଳନ ଉପରେ ଗୁରୁତ୍ୱାରୋପ

ନବରଙ୍ଗପୁର:(୧୨.୧୧.୨୦୨୬)(ରବି ନାରାୟଣ ମହାନ୍ତି)ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ଅଧିକ ବ୍ୟାପକ, ସରଳ ଓ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ପ୍ରତିଷ୍ଠାନ, ଭୁବନେଶ୍ୱର ଏବଂ ଜିଲ୍ଲା ପ୍ରଶାସନ, ନବରଙ୍ଗପୁରଙ୍କ ମିଳିତ ଆନୁକୂଲ୍ୟରେ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆଜି ନବରଙ୍ଗପୁରଠାରେ ଉଦ୍‌ଘାଟିତ ହୋଇଯାଇଛି।ଉକ୍ତ ପ୍ରଶିକ୍ଷଣ ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଶ୍ୱଜିତ ଚନ୍ଦ୍ର ବର୍ମନ ଉଦ୍‌ଘାଟନ କରିବା ସହ ସରକାରୀ କାର୍ଯ୍ୟରେ ମାତୃଭାଷା ଓଡ଼ିଆର ବ୍ୟବହାରର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏଥିସହ ସରକାରୀ ଚିଠିପତ୍ର, ନଥିପତ୍ର ପ୍ରସ୍ତୁତି ଓ ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ପ୍ରାଥମିକତା ଦେବାକୁ ସେ ଆହ୍ୱାନ ଦେଇଥିଲେ।ସୂଚନାଯୋଗ୍ୟ ଯେ, ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀ ସିଦ୍ଧାର୍ଥ ପାଢ଼ୀ ଏହି ପ୍ରଶିକ୍ଷଣ ଶିବିରରେ ପ୍ରତିନିଧିତ୍ୱ କରୁଛନ୍ତି। ରାଜ୍ୟସ୍ତରୀୟ ସାଧନକର୍ମୀ ତଥା ଭାଷାବିତ୍ ଶ୍ରୀ ପରମେଶ୍ୱର ମୁଣ୍ଡ, ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ଡ. ବିପ୍ଳବ ରଞ୍ଜନ ପ୍ରଧାନ ଏବଂ ଶ୍ରୀ ପ୍ରଶାନ୍ତ କୁମାର ନାୟକ ପ୍ରଶିକ୍ଷକ ଭାବେ ଯୋଗଦେଇଛନ୍ତି।ନଭେମ୍ବର ୧୨ ଓ ୧୩ ତାରିଖ ପର୍ଯନ୍ତ ଆୟୋଜିତ ଏହି ଦୁଇଦିନିଆ ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ବିଭିନ୍ନ ବ୍ଲକ, ତହସିଲ ଏବଂ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରୁ ଦୁଇଜଣ ଲେଖାଏଁ କର୍ମଚାରୀଙ୍କ ସମେତ ୧୫୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଅଂଶଗ୍ରହଣ କରିଛନ୍ତି। ପ୍ରଶିକ୍ଷକମାନେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର, ନଥି ପ୍ରସ୍ତୁତି, ଚିଠିପତ୍ର ଓ ସରକାରୀ ଦସ୍ତାବିଜ ଲିଖନ, ଓଡ଼ିଆ ଭାଷାରେ ଟିପ୍ପଣୀ ଓ ଆଦେଶନାମା ପ୍ରସ୍ତୁତି, ପ୍ରଶାସନିକ ଶବ୍ଦାବଳୀର ବ୍ୟବହାର ତଥା ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ପ୍ରଚଳନ ସମ୍ପର୍କରେ ବିଭିନ୍ନ ବିଷୟଭିତ୍ତିକ ଅଧିବେଶନ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି।ଏହି ପ୍ରଶିକ୍ଷଣ ମାଧ୍ୟମରେ ସରକାରୀ କର୍ମଚାରୀମାନେ ଓଡ଼ିଆ ଭାଷାରେ ଦପ୍ତରୀୟ କାର୍ଯ୍ୟ ସମ୍ପାଦନ, ନଥି ପ୍ରସ୍ତୁତି ଏବଂ ସରକାରୀ ଯୋଗାଯୋଗ କ୍ଷେତ୍ରରେ ଆବଶ୍ୟକ ଦକ୍ଷତା ହାସଲ କରିବା ସହ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ବ୍ୟବହାରକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବେ।ଜିଲ୍ଲା ସଂସ୍କୃତି ଉନ୍ନୟନ ଅଧିକାରୀ ଶ୍ରୀ ଘାସିଆ ହରିଜନ ଏହି ପ୍ରଶିକ୍ଷଣ ଶିବିରର ପରିଚାଳନା କରୁଥିବାବେଳେ ଶ୍ରୀ ଆତ୍ମପ୍ରକାଶ ଏବଂ ଶ୍ରୀ ସନ୍ତୋଷ କୁମାର କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରୁଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସରସ୍ବତୀ ଶିଶୁବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ଠାରେ 74 ତମ ସାଧାରଣତନ୍ତ୍ର ଦିବସ ଓ ସରସ୍ବତୀ ପୂଜା

Sunil Chandra Nayak

ଡିୱାଇଏଫଆଇ ର ଜିଲ୍ଲା ସମ୍ମିଳନୀ ଆସନ୍ତା ୧୦ ଓ ରାଜ୍ୟ ସମ୍ମିଳନୀ ଆସନ୍ତା ୩୦ ରେ …

Sunil Chandra Nayak

ସମସ୍ତଙ୍କ ମଧ୍ୟରେ ଯୋଗ୍ୟତା ଅଛି । ଯୋଗ୍ୟତା ହିସାବରେ ପିଲାଙ୍କୁ ଗଢନ୍ତୁ…

Sunil Chandra Nayak

Leave a Comment

error: Content is protected !!