ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ଠାରେ 74 ତମ ସାଧାରଣତନ୍ତ୍ର ଦିବସ ଓ ସରସ୍ବତୀ ପୂଜା

ନର୍ଲା (ମସିହା) ସରସ୍ବତୀ ଶିଶୁବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ଠାରେ 74 ତମ ସାଧାରଣତନ୍ତ୍ର ଦିବସ ଓ ସରସ୍ବତୀ ପୂଜା ପାଳିତ ହୋଇଯାଇଛି l ଏହି ଉତ୍ସବରେ ରୁପ୍ରାରୋଡ଼ର ସମାଜସେବୀ ଶ୍ରୀଯୁକ୍ତ ଦୁଲିଚନ୍ଦ ଅଗ୍ରୱାଲଙ୍କ ସୁପୁତ୍ର ଶ୍ରୀଯୁକ୍ତ ପ୍ରଦୀପ କୁମାର ଅଗ୍ରୱାଲ ମୁଖ୍ୟ ଅତିଥିଭାବରେ ଯୋଗଦେଇ ପତାକା ଉତ୍ତୋଳନ କରି ସାଧାରଣତନ୍ତ୍ର ଦିବସ ବିଷୟରେ ଆଲୋକପାତ କରିବା ସହିତ ବିଦ୍ୟାଳୟର ପାନୀୟଜଳର ବ୍ୟବସ୍ଥା ପାଇଁ ଏକ ସମର ସେବୁଲ ମଟର ମା ସରସ୍ବତୀଙ୍କ ନିକଟରେ ସମର୍ପଣ କରିଥିଲେ l ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ଭୋଇ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଶ୍ରୀ ପବିତ୍ର ମୋହନ ଛୁରିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଅନୁଷ୍ଠାନର ସଭାପତି ଘନଶ୍ୟାମ ଭୋଇ, ସମ୍ପାଦକ ସଂଜୀବ ଦାସ, ସଦସ୍ୟl ସୁନିତା ଭାରଦ୍ୱାଜ ଏହି ଉତ୍ସବରେ ଯୋଗ ଦେଇଥିଲେ l

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ନରେନ୍ଦ୍ର ମୋଦୀ ସେବା ସଂକଳ୍ପ ତରଫରୁ ପ୍ରସାଦ ବିତରଣ

Sunil Chandra Nayak

ସାନଟେମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ହଷ୍ଟେଲ ଛାଡିଲେ180 ଛାତ୍ର

Sunil Chandra Nayak

କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଭାରତ ସରକାର, ବ୍ରହ୍ମପୁର କାର୍ଯ୍ୟାଳୟ ଦ୍ୱାରା ଭାରତୀୟ ନ୍ୟାୟ ସଂହିତା ସମ୍ପର୍କିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!