ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

କଳାହାଣ୍ଡି ର ଗର୍ବ ଗୌରବ…. ଔଷଧୀୟ ବନସ୍ପତି ର ସଂରକ୍ଷକ ପଟାୟତ ଙ୍କୁ ପଦ୍ମ

କଳାହାଣ୍ଡି ଜିଲ୍ଲା ରୁ ପ୍ରଥମ ବ୍ୟକ୍ତି ଭାବେ ପଟାୟତ ସାହୁ ପଦ୍ମଶ୍ରୀ ପୁରସ୍କାର ପାଇବା ନିମନ୍ତେ ମନୋନିତ ହୋଇଛନ୍ତି। ତାଙ୍କର ଖବର ପ୍ରସାରିତ ହେବା ପରେ କଳାହାଣ୍ଡି ଜିଲ୍ଲା ରେ ଖୁସି ର ଲହରି ଖେଲି ଯାଇଛି। ଏହା କଳାହାଣ୍ଡି ମାଟି ପାଇଁ ଗର୍ବ ଓ ଗୌରବର ବିଷୟ, ଆଜି ଇତିହାସ ରେ ସବୁ ଦିନ ପାଇଁ ଲିପିବଦ୍ଧ ହୋଇ ରହିବ, କଳାହାଣ୍ଡି ମାଟିର ପ୍ରଥମ ପଦ୍ମଶ୍ରୀ ପଟାୟତ ସାହୁ ଙ୍କ ନାମ। କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ନାନ୍ଦୋଲ ଗ୍ରାମ ରେ ଶ୍ରୀ ପଟାୟତ ସାହୁ ଜନ୍ମଗ୍ରହଣ କରିଥିଲେ ଶ୍ରୀ ସାହୁ ୪୦ ବର୍ଷ ପୂର୍ବେ ତାଙ୍କ ବଗିଚା ରେ ଔଷଧୀୟ ବୃକ୍ଷ ରୋପଣ କରିବା ଆରମ୍ଭ କରିଥିଲେ,ସେ ଦେଢ଼ ଏକର ରେ ୩ ହଜାର ରୁ ଅଧିକ ଔଷଧୀୟ ବୃକ୍ଷ ରୋପଣ କରିଛନ୍ତି, ଦେଶର ବିଭିନ୍ନ ସ୍ଥାନ ରୁ ୫୦୦ ରୁ ଅଧିକ ପ୍ରଜାତିର ଔଷଧୀୟ ବୃକ୍ଷ ସଂଗ୍ରହ କରିଛନ୍ତି ଶ୍ରୀ ସାହୁ ତାଙ୍କ ଜେଜେ ଠାରୁ ପ୍ରେରଣା ପାଇଥିଲେ ତାଙ୍କର ଜେଜେ ଜଣେ ବୈଦ୍ୟ ଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ମନ କି ବାତ କାର୍ଯ୍ୟକ୍ରମ ରେ ଶ୍ରୀ ସାହୁ ଚର୍ଚ୍ଚା କୁ ଆସିଥିଲେ। ଏହି ଅବସରରେ ଆୟୁର୍ବେଦକୁ କେନ୍ଦ୍ର ସରକାରଙ୍କ ସିକୃତି ମିଳିଛି ବୋଲି ଶ୍ରୀ ସାହୁ ମତ ପ୍ରକାଶ କରିଛନ୍ତି। ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ରାଉରକେଲାରେ ପ୍ଲାନେଟରିୟମ୍ ଓ ବିଜ୍ଞାନ କେନ୍ଦ୍ର ଉଦଘାଟନ କଲେ ରାଷ୍ଟ୍ରପତି

Sunil Chandra Nayak

ଆସନ୍ତାକାଲି ଠାରୁ ପୁରୀରୁ ହାୱଡା ଅଭିମୁଖେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଙ୍କୁ ମିଳିଲା ପଦ୍ମଶ୍ରୀ ପୁରସ୍କାର

Sunil Chandra Nayak

Leave a Comment

error: Content is protected !!