ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶାତାଜା ଖବର

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୫ ପ୍ରସ୍ତାବ ପାରିତ , ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁ ଗାଁକୁ ନିର୍ମାଣ ହେବ ରାସ୍ତା

ସାଧାରଣ ନିର୍ବାଚନ ଆଉ ଗୋଟିଏ ବର୍ଷରୁ କମ୍ ସମୟ ରହିଛି। ଲୋକଙ୍କ ମୌଳିକ ଆବଶ୍ୟକତା ଗମନାଗମନକୁ ନଜରରେ ରଖି ଉନ୍ନତମାନର ରାସ୍ତା ନିର୍ମାଣ ଉପରେ ଫୋକସ୍ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାଜ୍ୟର ବିଭିନ୍ନ ସ୍ଥାନରେ ନୂଆ ରାସ୍ତା ନିର୍ମାଣ ସହ ପୁରୁଣା ରାସ୍ତା ନବୀକରଣ ହେବ। ଯେଉଁ ରାସ୍ତା କାମ ଚାଲିଛି, ତାହା ବି ତୁରନ୍ତ ଶେଷ କରାଯିବ। ଆଗାମୀ ଦୁଇଟି ଆର୍ଥିକ ବର୍ଷରେ ପାଖାପାଖି ୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ଓ ୩୪୦୦ କିମି ରାସ୍ତା ନିର୍ମାଣ ହେବ। ଏ ସଂକ୍ରାନ୍ତୀୟ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର ବାଜିଛି।

ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିଥିଲା। ଏଥିରେ ମୋଟ୍‌ ୧୫ଟି ପ୍ରସ୍ତାବ ପାରିତ ହୋଇଛି। ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ରେ ‘ଦୁର୍ଗମ ଅଞ୍ଚଳରେ ଅସଂଯୋଜିତ ଗ୍ରାମଗୁଡ଼ିକର ସଂଯୋଗୀକରଣ ‌ଯୋଜନା’ ପ୍ରଣୟନ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଲା, ଦୁର୍ଗମ ପାର୍ବତ୍ୟ ଅଞ୍ଚଳ ଓ ମାଓବାଦୀ ପ୍ରଭାବିତ ଜିଲ୍ଲାରେ ଥିବା ଅପହଞ୍ଚ ଓ ଅସଂଯୋଜିତ ଗାଁ ଏବଂ ଅନ୍ୟାନ୍ୟ ଜିଲ୍ଲାରେ ଥିବା ଅସଂଯୋଜିତ ଦ୍ବୀପଗୁଡ଼ିକୁ ନିକଟବର୍ତ୍ତୀ ମୁଖ୍ୟ ସଡ଼କ ସହିତ ସବୁଦିନିଆ ସଡ଼କ ଦ୍ବାରା ସଂଯୋଗୀକରଣ କରିବା। ସଂପୃକ୍ତ ଅଞ୍ଚଳରେ ଥିବା ପଞ୍ଚାୟତ କାର୍ଯ୍ୟାଳୟ, ଚିକିତ୍ସାଳୟ, ଶିକ୍ଷାନୁଷ୍ଠାନ ମୁଖ୍ୟ ବଜାର, ପର୍ଯ୍ୟଟନସ୍ଥଳ, ବ୍ୟବସାୟକ କେନ୍ଦ୍ର ଇତ୍ୟାଦିକୁ ସଂଯୋଗୀକରଣ ନିମନ୍ତେ ଉନ୍ନତମାନର ରାସ୍ତା ନିର୍ମାଣ ହେବ। ଏହି ଯୋଜନାରେ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ୍ ୯୭୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ଅର୍ଥରେ ୩୬୧.୩୪ କିମି ନୂଆ ରାସ୍ତା ନିର୍ମାଣ ସହ ଚାଲୁ ରହିଥିବା ନିର୍ମାଣ କାର୍ଯ୍ୟ ଶେଷ ହେବ। ସେହିପରି ପଞ୍ଚାୟତିରାଜ ଓ ଅନ୍ୟ ସରକାରୀ ବିଭାଗଗୁଡ଼ିକରୁ ହସ୍ତାନ୍ତରିତ ହୋଇଥିବା ରାସ୍ତା ଉନ୍ନତୀକରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ‘ହସ୍ତାନ୍ତରିତ ରାସ୍ତାଗୁଡ଼ିକର ଉନ୍ନତୀକରଣ ଯୋଜନା’ ପ୍ରଣୟନ କରାଯାଇଛି। ଏହି ଯୋଜନାରେ ଦୁଇ ବର୍ଷରେ ୧୮୧୪.୯୨ କିମି ନୂଆ ରାସ୍ତା ନିର୍ମାଣ ସହ ଚାଲୁ ରହିଥିବା ପ୍ରକଳ୍ପର କାର୍ଯ୍ୟ ‌ଶେଷ ହେବ। ଏଥି ପାଇଁ ୧୮୯୩ କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି।

ଗ୍ରାମାଞ୍ଚଳରେ ବର୍ଦ୍ଧିତ ଗମନାଗମନ ଓ ଯୋଗାଯୋଗର ଆବଶ୍ୟକତାର ପୂରଣ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନସ୍ଥ ରାସ୍ତାଗୁଡ଼ିକର ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ‘ଗ୍ରାମ୍ୟ ଉନ୍ନୟନ ଅଧୀନସ୍ଥ ରାସ୍ତାଗୁଡ଼ିକର ଉନ୍ନତୀକରଣ’ ଯୋଜନା ପ୍ରଣୟନ କରିଛନ୍ତି। ଏହା ଦ୍ବାରା ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନକୁ ସବୁଦିନିଆ ସଡ଼କ ସୁବିଧା ମିଳିବ। ଏହି ଯୋଜନାରେ ଦୁଇ ବର୍ଷରେ ଖର୍ଚ୍ଚ ହେବ ୯୧୮ କୋଟି ଟଙ୍କା। ଏଥିରେ ୫୫୪.୬୭ କିମି ନୂଆ ରାସ୍ତା ଓ ଚାଲୁ ରହିଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ‘ଆନ୍ତଃରାଜ୍ୟ ଆନ୍ତଃଜିଲ୍ଲା ଓ ଆନ୍ତଃବ୍ଲକ୍‌ ମଧ୍ୟରେ ଅସଂଯୋଜିତ ରାସ୍ତାଗୁଡ଼ିକୁ ମୁଖ୍ୟ ରାସ୍ତା ସହ ସଂଯୋଗୀକରଣ’ ଯୋଜନା ପ୍ରଣୟନ କରାଯାଇଛି। ଏହା ଦ୍ବାରା ଆନ୍ତଃରାଜ୍ୟ, ଆନ୍ତଃଜିଲ୍ଲା ଓ ଆନ୍ତଃବ୍ଲକ୍‌ ମଧ୍ୟରେ ଥିବା ଅସଂଯୋଜିତ ରାସ୍ତାଗୁଡ଼ିକୁ ମୁଖ୍ୟ ରାସ୍ତା ସହିତ ସଂଯୋଗୀକରଣ କରାଯାଇ ଅସଂଯୋଜିତ ଦ୍ବୀପ ତଥା ଅପହଞ୍ଚ ଅଞ୍ଚଳରେ ଯୋଗାଯୋଗର ବ୍ୟବସ୍ଥା କରାଯିବ। ଫଳରେ ବିଭିନ୍ନ ବ୍ଲକ୍‌, ଜିଲ୍ଲା ଓ ପଡ଼ୋଶୀ ରାଜ୍ୟଗୁଡ଼ିକ ମଧ୍ୟରେ ଥିବା ଦୂରତା ହ୍ରାସ ପାଇବ। ଏ ବାବଦକୁ ଦୁଇ ବର୍ଷରେ ଖର୍ଚ୍ଚ ହେବ ୧୧୬୦ କୋଟି ଟଙ୍କା। ଏଥିରେ ୬୭୩.୪୯ କିମି ନୂଆ ରାସ୍ତା ତଥା ସେତୁ ନିର୍ମାଣ ସହ ଚାଲୁ ରହିଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। ଏ ସଂକ୍ରାନ୍ତୀୟ ପ୍ରସ୍ତାବରେ ଆଜି କ୍ୟାବିନେଟ୍ ମୋହର ବାଜିଛି।

ସେହିପରି ‘ସଉରା’ ଭାଷାକୁ ନେଇ କ୍ୟାବିନେଟ୍‌ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସଉରା ଭାଷା ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରାଗଲେ ସଉରା ଭାଷା ଓ ସଂସ୍କୃତିର ସଂରକ୍ଷଣ ପ୍ରଚାର ଓ ପ୍ରସାରରେ ସହାୟକ ହେବ। ସଉରା ଭାଷାର ସଂରକ୍ଷଣ, ବିକାଶ ଓ ପ୍ରସାରଣ ସହ ଗବେଷଣା ଓ ଅଧ୍ୟୟନ ନିମନ୍ତେ ବ୍ୟାପକ କ୍ଷେତ୍ର ପ୍ରସ୍ତୁତି ହେବ। ଏହି ନିଷ୍ପତ୍ତିରେ ୫ ଲକ୍ଷରୁ ଅଧିକ ସଉରା ଭାଷାଭାଷୀ ଲୋକ ଉପକୃତ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସେପଟେ ପୁରୀରେ ଚାଲିଥିବା ‘ଅବଢ଼ା’ ଯୋଜନାର ବ୍ୟୟ ଅଟକଳ ବଢ଼ିଛି। ପୂର୍ବରୁ କ୍ୟାବିନେଟ୍‌ରେ ୩୨୦୮ କୋଟି ଟଙ୍କା ଖର୍ଚ୍ଚ ଅଟକଳ ଅନୁମୋଦନ କରାଯାଇଥିଲା। ଏବେ ତାହାର ପୁନଃ ଅଟକଳ କରାଯାଇ ୪୨୨୪.୨୨ କୋଟି ଟଙ୍କା କରାଯାଇଛି। ଏହି ଅଟକଳକୁ ଆଜି କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ଅଟକଳ ବଢ଼ିବାର କାରଣ ସମ୍ପର୍କରେ କୁହାଯାଇଛି ଯେ ଏହି ପ୍ରକଳ୍ପର କାର୍ଯ୍ୟକାରିତା ସମୟରେ ଅନୁମୋଦିତ ପ୍ରକଳ୍ପଗୁଡ଼ିକରେ କିଛି ପରିବର୍ତ୍ତନ କରାଯାଇଛି। କିଛି ଅତିରିକ୍ତ ପ୍ରକଳ୍ପ ବି ନିଆଯାଇଛି। ସୂଚନାଯୋଗ୍ୟ ଯେ ଏହି ପ୍ରକଳ୍ପର କାର୍ଯ୍ୟକାରୀ ସମୟ ୨୦୧୭-୧୮ରୁ ୨୦୨୪-୨୫ ପର୍ଯ୍ୟନ୍ତ ସ୍ଥିର କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ, ବୈଠକରେ ୧୮ଟି ପ୍ରସ୍ତାବକୁ ଅନୁମୋଦନ , ମୋ ଘର ଯୋଜନା ଉପରେ ମୋହର 

ମୋ ଘର’ ଯୋଜନା କ’ଣ ? କେମିତି କରିବେ ଆବେଦନ ? 

ଶୌଚାଳୟ ବ୍ୟବହାର ପାଇଁ ଦେବାକୁ ପଡିବ ନାହିଁ ଟଙ୍କା, ମାଗଣା ହେଲା ଶୌଚାଳୟ ସେବା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort