ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଣ୍ଟାବାଞ୍ଜି ପ୍ରେସ କ୍ଲବ ଭବନ ପାଇଁ ଭୂମି ପୂଜନ

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପ୍ରେସ କ୍ଲବ ଭବନ ପାଇ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଟୁଅନକା ଲାୟନ୍ସ ପବ୍ଲିକ ସ୍କୁଲ ହଷ୍ଟେଲ ପାଖରେ ଥିବା ପୂର୍ବତନ ସୈନିକ ତଥା ଯୁବ ବିଜେଡି ନେତା ଗିରିରାଜ ସିଂ ମାଝି ତାଙ୍କ ଜମି ଏହି ଭବନ ପାଇ ଦାନ କରିଛନ୍ତି । ଏହି ଅବସରରେ ରୀତିନୀତି ରେ ପୂଜାର୍ଚ୍ଚନା କରାଯାଇ ଭୂମି ପୂଜନ କରାଯାଇଥିଲା । ଭୂମିଦାତା ଏବଂ ତାଙ୍କ ଧର୍ମପତ୍ନୀ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ନିରୁପମା ମାଝୀ , ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା , ସମ୍ପାଦକ ଯୁଗଲ କିଶୋର ଶବର , କୋଷାଧକ୍ଷ ହନି ସିଂ , କାର୍ଯ୍ୟକାରି ସଭାପତି ସୁରଦାସ ବାଗ , ଉପସଭାପତି ମନୋଜ ଶର୍ମା , ସାଙ୍ଗଠନିକ ସମ୍ପାଦକ ରୋହନ ମହତ , ଉପଦେଷ୍ଟା ଆଶିଷ ଖେତାନ , ଆନନ୍ଦ ମୋଟେ , କାର୍ଯ୍ୟକାରି ସଦସ୍ୟ ଦୀପକ ଯାଦବ , ଗଣେଶ ଦାସ , ବିକାଶ ମିତ୍ତଲ , କମଳ ଅଗ୍ରୱାଲ , ଅମିତ ଶର୍ମା , ଦେବେଶ ଶିଂଗଲ , ସ୍ଵେଚ୍ଚାସେବୀ ଯୋଗେଶ ପନିକା ସହ ଅନ୍ୟ ମାନେ ଉପସ୍ଥିତ ଥିଲେ । କଣ୍ଟାବାଞ୍ଜି ପ୍ରେସ କ୍ଲବ ସବୁ ସମୟରେ ଜନହିତ କାର୍ଯ୍ୟ କରି ଆସିଛି । ଗ୍ରାମାଞ୍ଚଳ ରୁ ସହରାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର , ରକ୍ତଦାନ ଶିବିର , କେନ୍ସର ରୋଗ ଚିହ୍ନଟ ଶିବିର , କୋଭିଡ ସମୟରେ ରୋଗୀ ମାନଙ୍କୁ ମାଗଣା ଅକ୍ସିଜେନ ସେବା ଭଳି ଅନେକ କାମ ନିଜ ହାତକୁ ନେଇଛି । ଆଜି ପ୍ରେସ କ୍ଳବର ନିଜସ୍ୱ ଭବନ ତିଆରି ନିମନ୍ତେ ଭୂମି ପୂଜନ ପରେ ଅନେକ ସଂଗଠନ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି ।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରିୟମ୍ବଦା ଚାନ୍ଦ ଙ୍କ ଅବସର ଗ୍ରହଣ 

Sunil Chandra Nayak

ଗୋବିନ୍ଦପୁର କାଉଡ଼ିଆ ସେବା ସଂଘ ତରଫରୁ ଭକ୍ତ ସେବା 

Sunil Chandra Nayak

ଓଡ଼ିଶା ଡ୍ରାଇଭର ମହାସଂଘକୁ ସମର୍ଥନ ଜଣାଇ ବନ୍ଧୁଗାଁ ଡ୍ରାଇଭର ସଂଘ ତରଫରୁ ଷ୍ଟିରିଙ୍ଗ ଛାଡ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!