ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନବରଙ୍ଗପୁର ଜିଲ୍ଲା ଏଥେଲେଟିକ ଦଳର ଭୁବନେଶ୍ୱର ଗସ୍ତ

ନବରଙ୍ଗପୁର–(ମସିହା)ଭୁବନେଶ୍ୱର କିଟ ଠାରେ ଅନୁଷ୍ଠିତ ହେବାକୁ ଥିବା ୬୯ତମ ରାଜ୍ୟ ଏଥେଲେଟିକ ମିଟ ରେ ଯୋଗ ଦେବା ନିମନ୍ତେ ନବରଙ୍ଗପୁର ଜିଲ୍ଲାର ଏକ ୪୫ଜଣିଆ ଏଥେଲେଟିକ ଦଳ ଭୁବନେଶ୍ୱର ଯାତ୍ରା କରିଛନ୍ତି। ସୂଚନାଯୋଗ୍ୟ ଯେ ନବରଙ୍ଗପୁର ଜିଲ୍ଲାର କୋଣ ଅନୁକୋଣରୁ ଅନେକ କ୍ରୀଡ଼ାବିତ ଙ୍କୁ ନେଇ ଉମରକୋଟ ଠାରେ ଏକ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ତନ୍ମଧ୍ୟରୁ ୪୫ଜଣକୁ ଚୟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସପନ ବୈରାଗୀ, ଏମ. ବିଜୟ କୁମାର ଏବଂ ଏଥେଲେଟିକ ସମ୍ପାଦକ ଜିତେନ୍ଦ୍ର ପରିଛା ପରିଚାଳନା କରିଥିଲେ। ଜିଲ୍ଲା ଦଳ ସହ କୋଚ ଭାବେ ଦୁର୍ଯୋ ହରିଜନ କୁ ଦାଇତ୍ୱ ଦିଆଯାଇଛି। ଜିଲ୍ଳା କ୍ରୀଡ଼ା ସଙ୍ଘର ସମ୍ପାଦକ ପ୍ରହଲାଦ ତ୍ରିପାଠୀ, ଉପସଭାପତି ଏମ. ଵାଲା କ୍ରିଷ୍ଣ ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଇଣ୍ଡର ସମ୍ପାଦକ କୃଷ୍ଣ ପ୍ରାସାଦ ପଟ୍ଟନାୟକ,, ହକି ସମ୍ପାଦକ ଦୁର୍ଗା ମଲିକ,ମହିଳା କ୍ରୀଡ଼ା ସମ୍ପାଦିକା ଇ. ଚନ୍ଦନା ମଲିକ ପ୍ରମୁଖ ଦଳର ସଫଳତା କାମନା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଚଉଦତମ ଚାରଭାଟି ପଞ୍ଚାୟତ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

masiha

ବିକ୍ରମ ସ୍କାରକୀ କ୍ରିକେଟ ପ୍ରତିଯୋଗିତା  ଧଅଁରାମାଲକୁ ହରାଇ ସେମିଫାଇନାଲରେ ଦହିଖାଲ ଦଳ

masiha

ମହୁଲଡିହା ପଡ଼ିଆରେ ୨୪ ତମ ଆନ୍ତଃରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ସମ୍ବଲପୁର ଏବଂ ରାଇରଙ୍ଗପୁର ଦିତୀୟ ସେମିଫାଇନାଲକୁ ଉନ୍ନିତ

Sunil Chandra Nayak

Leave a Comment

error: Content is protected !!