ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ 

କୋକସରା,୧୩/୧- କୋକସରା ବ୍ଲକ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁବାର ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଏହି ଅବସରରେ କଲେଜର ଅଧ୍ୟକ୍ଷ ଉପେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୁଣାକାର ପଣ୍ଡା, ସମ୍ମାନିତ ଅତିଥି ଭାବେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଯୋଗଦେଇ ଉପସ୍ଥିତ ଛାତ୍ରୀଙ୍କୁ ‘ମହିଳା ଆଜି ସ୍ୱାବଲମ୍ବି, ପ୍ରତିଟି କ୍ଷେତ୍ରରେ ସେ କାମ କରୁଛି,ଏଣୁ ବିଭିନ୍ନ ସମୟରେ କୌଣସି ସ୍ଥାନରେ ନିଜର ସୁରକ୍ଷା ପାଇଁ ଆତ୍ମ ସୁରକ୍ଷା ପାଇଁ ତାଲିମ ନେବା ନିହାତି ଆବଶ୍ୟକ ବୋଲି ମତ ଦେଇଥିଲେ। ଟ୍ରେନର କୁମାରୀ ଆଲିଶା ଧ. ମାଝୀ ଛାତ୍ରୀ ତାଲିମ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପକ ଦେବେନ୍ଦ୍ର ମେହେର ମଞ୍ଚ ପରିଚାଳନା କରିଥିବା ବେଳେ ସୁଶ୍ରୀ ଜ୍ୟୋର୍ତିର୍ମୟୀ ପାଣିଗ୍ରାହୀ, କଳ୍ପନା ଭୋଇ,ବିନୋଦିନି ଧ. ମାଝୀ, ଲିପ୍ସା ଦାସ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

ମସିହା ନିଉଜ ସର୍ଭିସ 

Related posts

ବିକ୍ରମ ସ୍କାରକୀ କ୍ରିକେଟ ପ୍ରତିଯୋଗିତା  ଧଅଁରାମାଲକୁ ହରାଇ ସେମିଫାଇନାଲରେ ଦହିଖାଲ ଦଳ

masiha

ଛତିଶ ଗଡ଼ ଠାରେ ଶକ୍ତି ଉତ୍ତଳନ ପ୍ରତିଯୋଗିତା ରେ ରାୟଗଡ଼ା କୁ ୯ ପଦକ 

masiha

ଏମବିପିଏଲ ସିଜନ-୩ କ୍ରିକେଟ ଉଦଯାପିତ ,ଧର୍ମଗଡ ଲାୟନ ଚାମ୍ପିଅନ

Sunil Chandra Nayak

Leave a Comment

error: Content is protected !!