ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜିଲ୍ଲା ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା “ଉତ୍ସାହ” ଉଦଯାପିତ

ଜିଲ୍ଲା ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା “ଉତ୍ସାହ” ଉଦଯାପିତ

ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ଭବାନୀପାଟଣା ଠାରେ ଶିଶୁ ଯତ୍ନ ଅନୁଷ୍ଠାନ ରେ ରହୁଥିବା ଶିଶୁ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା “ଉତ୍ସାହ” ଉଦଯାପିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ତଥା ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ରୂପେଶ କୁମାର ହୋତା, ସଦସ୍ୟ ସଦସ୍ୟା ସଞ୍ଜୟ କୁମାର, ଭାରତ ଭୁଷଣ ପଣ୍ଡା, ବସନ୍ତ କୁମାରୀ ପଟ୍ଟନାୟକ ଓ ଅଶୋକ ରଞ୍ଜନ ଚୌଧୁରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟା ସ୍ଵର୍ଣ୍ଣଲତା ମହାନ୍ତି, ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ରୂପ ସିଂହ ରାଉତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ସଭାକାର୍ଯ୍ୟ ପରିଚାଳନା କରିଥିଲେ ବାଲ ଗୋପାଳ ସେବା ନିକେତନ ଅନୁଷ୍ଠାନ ର ମୁଖ୍ୟ ହେମନ୍ତ ମୁଣ୍ଡ ଏବଂ ଶିଶୁ ସୁରକ୍ଷା କାର୍ଯ୍ୟାଳୟ ର ଅଂଶୁମାନ ବାବୁ। ଏହି କାର୍ଯ୍ୟକ୍ରମ ଟିକୁ ଶିକ୍ଷା ବିଭାଗ ର ଶାରିରୀକ ଶିକ୍ଷା ଶିକ୍ଷକ ବୃନ୍ଦ ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ର ସମସ୍ତ କର୍ମକର୍ତ୍ତା, ଶିଶୁ ଯତ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ତଥା ଭବାନୀପାଟଣା ସହର ର କ୍ୟାରମ ଓ ଚେସ ର ବିଶିଷ୍ଟ ବିଚାରକ ମଣ୍ଡଳୀ ଏହାକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କ ମଧ୍ୟରେ ବାଳିକା ଓ ବାଳକ ବର୍ଗରେ ଲମ୍ବ ଡିଆଁ, ଉଚ୍ଚ ଡିଆଁ, ୨୦୦ ମିଟର ଓ ୧୦୦ ମିଟର ଦୌଡ, ଫୁଟବଲ, କ୍ୟାରମ, ଚେସ ଭଳି ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା।  ଏହି କାର୍ଯ୍ୟକ୍ରମଟି ଆଜି ସକାଳ ୭ ଘଣ୍ଟା ସମୟରେ ଉଦ୍ଘାଟିତ ହୋଇ ଅପରାହ୍ନ ୩ ଘଣ୍ଟା ରେ ଉଦଯାପିତ ହୋଇଥିଲା। କରାଯାଇଥିଲା। ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ସମସ୍ତ ବିଭାଗରେ ପ୍ରଥମ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀ ତଥା ଦଳମାନେ ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଉତ୍ସାହ କାର୍ଯ୍ୟକ୍ରମ ରେ ଯୋଗଦାନ କରିବା ପାଇଁ ଚୟନ ହୋଇଛନ୍ତି ଏବଂ ସେମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗୌରବ ଆଣିବା ପାଇଁ ଆଶାବାଦୀ ଅଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମା ବିମଳାୟି କ୍ରିକେଟ ଟୁର୍ଣ୍ଣ।ମେଣ୍ଟ କୁଟେନ ଗାଁ ଚମ୍ପିୟାନ

60th All India Railway Ball Badminton Championship Concludes at Waltair

Sunil Chandra Nayak

କୁମ୍ଭାରି ପୁଟ ଦଳ ହେଲା ଚଳିତ ବର୍ଷର ଚମ୍ଫିଆନ

Sunil Chandra Nayak

Leave a Comment

error: Content is protected !!