ପାପଡାହାଣ୍ଡି,21/6, ମନିସ –ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋକିଆ ପଂଚାୟତ ବାମିନି ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିହର ଦାସଙ୍କୁ ବୁଧବାର ଅବସର କାଳିନ ସମ୍ବର୍ଦ୍ଧନା ଦିଆଯାଇଥିଲା | ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠିଶିକ୍ଷାଅଧିକାରୀ ବାଲକଦାସ ରନ୍ଧାରି, ପ୍ରଧାନ ଶିକ୍ଷକ ନରସିଂହ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ | ଶ୍ରୀ ଦାସ 1982 ମସିହାରୁ ଶିକ୍ଷକତା ଆରମ୍ଭ କରୁ ବାମିନି ଠାରେ ଅବସର ଗ୍ରହଣ କରିଥିଲେ | ଏହି ଅବସରରେ ତାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା | ତାଙ୍କର ଶିକ୍ଷକତା ଓ ଜୀବନୀ ନେଇ ଆଲୋଚନା ହୋଇଥିଲା | ପରେ ଗ୍ରାମରେ ଏକ ଶୋଭାଯାତ୍ରା କରି ଶ୍ରୀ ଦାସଙ୍କୁ ବାଦ୍ୟ ବଜାଇ ଛାତ୍ର ଛାତ୍ରୀ ଓ କମିଟି ଓ ଗ୍ରାମବାସୀ ବିଦାୟ ଦେଇଥିଲେ |
previous post