ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ ଜନିତ ଟଙ୍କା ନ ଦେବାରୁ ମାଳିକଙ୍କ ଗାଡି ଅଟକ ରଖିଲେ ପିଡିତ ପରିବାର ଓ ଗ୍ରାମବାସୀ

ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ ଜନିତ ଟଙ୍କା ନ ଦେବାରୁ ମାଳିକଙ୍କ ଗାଡି ଅଟକ ରଖିଲେ ପିଡିତ ପରିବାର ଓ ଗ୍ରାମବାସୀ

ଜୁନାଗଡ଼୮/୩(ମ ନି ସ) – ମାଳିକଙ୍କ ଘରେ ଟ୍ରାକ୍ଟର ଚାଳକ ଭାବେ କାମ କରୁଥିଲେ, ଟ୍ରାକ୍ଟର ଚଳାଉଥିବା ବେଳେ ମୃତ୍ୟୁ ବରଣ କଲେ ଚାଳକ,ରଫାଦଫା କରିବାକୁ ଉଦ୍ୟମ କଲେ ମାଲିକ, ଚୁକ୍ତି ମୁତାବକ ନଗଦ ପଚାଶ ହଜାର ଟଙ୍କା ଦେବା ସହ ଦୁଇଟି ବ୍ୟାଙ୍କ ଚେକ ଦେଲେ ଏବଂ ଛଅ ଲକ୍ଷ ଟଙ୍କା ଏକମାସ ମଧ୍ୟରେ ଡିପୋଜିଟ କରିଦେବାକୁ ଚୁକ୍ତିପତ୍ର ଲେଖିଦେଲେ,ବ୍ୟାଙ୍କକୁ ଦୌଡି ଦୌଡି ନୟାନ୍ତ ହେଲେ ପିଡିତ ପରିବାର, ହେଲେ ବ୍ୟାଙ୍କରେ ଟଙ୍କା ଜମା କଲେ ନାହିଁ ସଂପୃକ୍ତ ମାଲିକ, ଶେଷରେ ମୌକାକୁ ଜଗି ରହିଲେ ପିଡିତ ପରିବାର, ଆଜି ଧାନ ବୋଝେଇ ହୋଇ ଫେରୁଥିବା ବେଳେ ସଂପୃକ୍ତ ମାଳିକଙ୍କ ଗାଡ଼ିକୁ ପିଡିତ ପରିବାର ଓ ଗାଁ ଲୋକ ମିଶି ଅଟକ ରଖିଛନ୍ତି, ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଗୌଡ ଛେଣ୍ଡିଆ ଗ୍ରାମରେ,ମୃତକ ତଥା ଟ୍ରାକ୍ଟର ଚାଳକ ହେଲେ ଗୌଡ ଛେଣ୍ଡିଆ ଗ୍ରାମର କୃତ୍ତିବାସ ଲହଜଲଙ୍କ ପୁଅ ମୁରଲୀ ଲହଜଲ( ୨୫ )ହୋଇଥିବା ବେଳେ ଟ୍ରାକ୍ଟର ମାଲିକ ହେଲେ କାନ୍ଦୁଳବନ୍ଧ ଗ୍ରାମର ଅପରେଶ ପଟ୍ଟଯୋଶିଙ୍କ ପୁଅ ରାଜେଶ କୁମାର ପଟ୍ଟଯୋଶି ବୋଲି ଜଣାପଡିଛି, ଦୁର୍ଘଟଣା ହୋଇଥିବା ଟ୍ରାକ୍ଟର ହେଲା ଓଆର ୦୮ଏ-୬୭୯୩ ହୋଇଥିବା ବେଳେ ୧୫ / ୫ / ୨୦୨୩ ରେ ଏହି ଦୁର୍ଘଟଣା ଘଟିଥିବା ଚୁକ୍ତିପତ୍ରରୁ ଜଣାପଡ଼ିଛି, ସଂପୃକ୍ତ ମାଳିକ ମୃତକଙ୍କ ସ୍ତ୍ରୀ ଶିବାନୀ ଲହଜଲ ଓ ପିତା କୃତ୍ତିବାସ ଲହଜଲଙ୍କୁ ଦୁଇଟି ବ୍ୟାଙ୍କ ଚେକ ଦେଇଛନ୍ତି, ହେଲେ ସେଥିରେ ଟଙ୍କା ଜମା ନ କରିବାରୁ ତାହା ବାଉନ୍ସ ହୋଇ ଯାଇଛି,ସବୁଆଡୁ ନିରାଶ ହେବାପରେ ଆଜି ଏଭଳି ପଦକ୍ଷେପ ନେଇ ସଂପୃକ୍ତ ମାଳିକଙ୍କ ଧାନ ବୋଝେଇ ଗାଡ଼ିକୁ ଅଟକ ରଖି ଆମର କ୍ଷତିପୂରଣ ଟଙ୍କା ନ ଦେବା ପର୍ଯ୍ୟନ୍ତ ଗାଡ଼ିକୁ ଛାଡିବୁ ନାହିଁ ବୋଲି ପିଡିତ ପରିବାର ଓ ସମର୍ଥନ ନ ଜଣାଇ ଗ୍ରାମବାସୀ ଜିଦରେ ଅଟଳ ରହିଛନ୍ତି ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ରାଷ୍ଟ୍ରପତି କଲେ ଅନୁମୋଦନ କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

Sunil Chandra Nayak

ରାଉରକେଲା ଷ୍ଟିଲ ସିଟିର ସ୍ଥାପନା ଦିବସ 

ବିଜେପିର ଜନସମ୍ପର୍କ ଅଭିଯାନ ପାଇଁ ସାହାଡ଼ା ମଣ୍ଡଳରେ ପ୍ରସ୍ତୁତି ବୈଠକ

Leave a Comment

error: Content is protected !!