ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଗୋପାଳପୁର ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ପଟାଙ୍ଗପଡାକୁ ହରାଇ ବାଗପୁର ଚମ୍ପିୟାନ  

ଗୋପାଳପୁର ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପଟାଙ୍ଗପଡାକୁ ହରାଇ ବାଗପୁର ଚମ୍ପିୟାନ  

ଲାଞ୍ଜିଗଡ,୦୭/୦୩(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମ ପଂଚାୟତ ଗୋପାଳପୁରସ୍ଥିତ ମା ମାଉଳି କ୍ରିକେଟ କ୍ଳବ ଆନୁକୂଲ୍ୟରେ ସ୍ଵର୍ଣ୍ଣଲତା ଗୋଲକ ବିହାରୀ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଆଜି ଫାଇନାଲ ମ୍ୟାଚ ସହିତ ଉଦଯାପିତ ହୋଇଯାଇଛି। ଆଜିର ଫାଇନାଲ ମ୍ୟାଚ ନର୍ଲା ବ୍ଲକ ବାଗପୁର ଓ ପଟାଙ୍ଗପଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ପଟାଙ୍ଗପଡା ଦଳ ଟସ ଜିଣି ବ୍ୟାଟିଂ କରିବା ସହିତ ୧୧ ଓଭରରେ ସମସ୍ତ ୱିକେଟ ହରାଇ ୮୭ ରନ ସଂଗ୍ରହ କରିଥିଲା। ଜବାବରେ ବାଗପୁର ଦଳ ଧୂଆଁଧାର ବ୍ୟାଟିଂ କରିବା ସହିତ ୭ ୱିକେଟରେ ପଟାଙ୍ଗପଡା ଦଳକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ସୌରଭ ପାତ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଭାଲୁଚଞ୍ଚରା ୱାର୍ଡସଭ୍ୟ ଟଙ୍କଧର ମାଝୀ, ସଞ୍ଜୟ ପାଢ଼ୀ, କିରଣ ମାଝୀ, ଭକ୍ତରାମ ପୁଟେଲ, ମଣିରାମ ମିର୍ଧା, ନୀଲେଶ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ। ଯୁବଲେଖକ ଓ ସାମ୍ବାଦିକ ସୁଶୀଲ କୁମାର ବାଗଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବ ଅବସରରେ ଅତିଥିମାନେ ଉଭୟ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହିତ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ। ଟୁନା ପୁଟେଲ, ଲିପୁନ ସାଗର ଖେଳ ପରିଚାଳନା କରିଥିବାବେଳେ ଅମରଜିତ ସୁନା, ଦିଲୀପ ବାଗ ସ୍କୋରର ଦାୟିତ୍ୱ ତୁଲାଇଥିବାବେଳେ ଦୈତାରୀ ମାଝୀ ଧାରା ବିବରଣୀ ପ୍ରଦାନ କରିଥିଲେ। ଉପଦେଷ୍ଟା ଅନିଲ ପାଢ଼ୀ, ଅଭିନ ପାଢ଼ୀଙ୍କ ସମେତ ମୋହନ ବାଗ, ମାନସ ଗଉଡ଼, ନବୀନ ଗଉଡ଼, ଗଉର ବାଗ, ଅଜିତ ଗଉଡ଼ ଏବଂ କମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଲାଞ୍ଜିଗଡ଼ ରୁ ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ମାଁ ଦୁଲାର ଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

masiha

33 ତମ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଭୁବନ ହାଇସ୍କୁଲ ଖେଳପଡିଆ ରେ ଅନୁଷ୍ଠିତ ହୋଇଯାଇଛି

masiha

ଜାପାନ ରେ ଅନୁଷ୍ଠିତ ଆନ୍ତର୍ଜାତିକ କରାଟେ ପ୍ରତିଯୋଗିତାର ପଦକ ବିଜେତା ଙ୍କୁ ସମ୍ବର୍ଦ୍ଧନା ସମାରୋହ ଓ ଦିନିକିଆ ଆତ୍ମରକ୍ଷା ତାଲିମ ସେମିନାର   

masiha

Leave a Comment

error: Content is protected !!