ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଅମ୍ବାଦଳାରେ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ 

ଅମ୍ବାଦଳାରେ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ 

ମୁନିଗୁଡ଼ା,୧୮।୫ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ହାଇସ୍କୁଲ ଖେଳ ପଡିଆରେ ରବିବାର ଠୁ ଆରମ୍ଭ ହୋଇଛି ଜିଲ୍ଲାସ୍ତରୀୟ ଅମ୍ବାଦଳା ମୋର୍ଣୀଙ୍ଗ ଇଲେଭେନ କ୍ରିକେଟ ଟୁର୍ନାମେଣ୍ଟ । ଆୟୋଜିତ କ୍ରିକେଟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗୁରୁବାରି ଭୋଇ ଓ ସମ୍ମାନିତ ଅତିଥି ଭାବେ ଅମ୍ବାଦଳା ଥାନା ଅଧିକାରୀ କଳ୍ପନା ବେହେରା ଯୋଗଦେଇ ଟୁନମେନ୍ଟ କୁ ଉଦ୍ଘାଟନ କରିଥିବା ବେଳେ ନିମନ୍ତ୍ରିତ ଅତିଥି ଭାବେ ଯୁବ ନେତା ଧୀରେନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ଖେଳାଳୀ ସତ୍ୟବାନ୍ ଛତର, ଏ.ଜଗନ୍ନାଥ ପ୍ରସାଦ, ବୃନ୍ଦାବନ ମହାନ୍ତି,ପରମେଶ୍ବର ରାଓ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ମୋର୍ଣିଙ୍ଗ ଇଲଭେନ ପକ୍ଷରୁ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଭାଗ ନେଇଥିବା ବେଳେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟ ଚାଲିବ ବୋଲି ଆୟୋଜକ ଟିମ ନିକଟରୁ ସୂଚନା ମିଳିଛି। ଉଦ୍‌ଘାଟନୀ ପ୍ରତିଯୋଗିତାରେ ରେ ପ୍ରଥମ ମ୍ୟାଚ୍ ଦହିଖାଲ ଓ ସରଧାପୂର କ୍ରିକେଟ କ୍ଲବ ମଧ୍ୟରେ ହୋଇଥିଲା। ସରଧାପୁର ଟିମ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୧୦ ଓଭର ଖେଳି ୧୦ ଓଭରରେ ୭ ୱିକେଟ ହରାଇ ୮୯ ରନ୍ ସଂଗ୍ରହ କରିଥିଲା। ଜବାବରେ ଦହିଖାଲ ଦଳ ୯ ଓଭର ୪ ଟା ବଲ୍ ଖେଳି ୪ ୱିକେଟ ହରାଇ ୯୦ ରନ ସଂଗ୍ରହ କରି ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ । ସେହିପରି ଦ୍ବିତୀୟ ପର୍ଯ୍ୟାୟ ପ୍ରତିଯୋଗିତାରେ ରାୟଗଡ଼ା ଜିଲ୍ଲା ପି.କୁଟୁଣି ପଦର୍ ଓ କଳାହାଣ୍ଡି ଜିଲ୍ଲା ଛତ୍ରପୁର ମଧ୍ୟରେ ପ୍ରତିଯୋଗିତା ହୋଇଥିବା ବେଳେ ପି. କୁଟୁଣି ପଦର ଟିମ ଛତ୍ରପୁରକୁ ପରାସ୍ତ କରି ବିଜୟୀ ହୋଇଛି। ଏହି ଟୁନାମେଣ୍ଟରେ ଆୟୋଜକ ଦଳ କୁନା ସାହୁ, ରଞ୍ଜିତ ପାଢ଼ୀ, ଲୋକନାଥ ରଣା, ଜୟନ୍ତ ନାୟକ,ପୁରୁଷୋତ୍ତମ ବଞ୍ଚର, ସୁଧୀର ନାୟକ, ଭୋଳେଶ୍ୱର୍ ଦଳେଇ, କାହ୍ନା ପାତ୍ର,କିଶୋର କୁମାର୍ ସାହୁ ପ୍ରମୁଖଙ୍କ ସମେତ ମୋର୍ଣିଙ୍ଗ ଈଲେଭେନ୍ ଟିମର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ରାୟଗଡାରେ ଅଶୋକ କୁମାର ସାହୁ ଦ୍ୱିତୀୟ ସ୍ମୃତି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

Sunil Chandra Nayak

ଗୋବରୀ ଠାରେ ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁଭ ଉଦ୍ଘାଟନ 

masiha

ଅଡ଼ାବାଡ଼ି ଚମ୍ପିୟାନସିପ୍ କ୍ରିକେଟ୍ ଟୁର୍ନାମେଣ୍ଟର ଉଦଯାପିତ , କଦମ ଦ୍ୱାର ସାହି ଟିମ୍ ହେଲା ବିଜୟୀ 

masiha

Leave a Comment

error: Content is protected !!